Categories
ଆଞ୍ଚଳିକ

ଚିଲିକାବାସୀଙ୍କ ସହ ହୋଲି ପାଳିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଚିଲିକା: ରଙ୍ଗର ପର୍ବ ପବିତ୍ର ‘ହୋଲି’ ଅବସରରେ ଚ଼ିଲିକାର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚନ୍ଦନଙ୍କ ନାଚୁଣୀ ସ୍ଥିତ ବାସଭବନ ଠାରେ ଆୟୋଜିତ “ହୋଲି ଉତ୍ସବ” କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଦଳୀୟ ନେତୃବୃନ୍ଦ,ଦେବ ଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତା,ସାମ୍ବାଦିକ,ସମାଜସେବୀ ତଥା ବୁଦ୍ଧିଜୀବି, ସ୍ଥାନୀୟ ଜନସାଧାରଣ ମାନଙ୍କ ସହ ହୋଲି ଉତ୍ସବ ପାଳନ କରିଥିଲେ।

ଶାନ୍ତି, ମୈତ୍ରୀ ଓ ଭାଇଚାରାର ବାର୍ତ୍ତା ବହନ କରୁଥିବା ହୋଲି ଉତ୍ସବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ଭରିଦେଉ।ସାମାଜିକ ସଦଭାବନା ଆହୁରି ସୁଦୃଢ ହେଉ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନ କରିଥିଲେ।

ତେବେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଦୀର୍ଘ ସମୟ ଧରି ଚିଲିକା ବାସିନ୍ଦାଙ୍କ ସହ ହୋଲି ଖେଳ ଖେଳିଥିବା ବେଳେ ନାଗରିକ ମାନେ ମଧ୍ୟ ମନ୍ତ୍ରୀଙ୍କ ସହ ହୋଲି ଉତ୍ସବ ପାଳନ କରି ଖୁବ ଖୁସି ଥିବା ଦେଖିବାକୁ ମିଳିଥିଲା। ଚିଲିକାର ବିକାଶ ସର୍ବଦା ପ୍ରାଥମିକତା ରହିଛି ଏବଂ ଚିଲିକାବାସିଙ୍କ ସୁଖଦୁଃଖରେ ସଦାବେଳେ ଜଣେ ସେବକ ଭାବେ ସାଥିରେ ରହିବେ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଏହି ଅବସରରେ ଚ଼ିଲିକାର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଙ୍କ ସମେତ ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ବିଜେପି ନେତୃବୃନ୍ଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ବରର ଟ୍ରାଇଣ୍ଡେଣ୍ଟ ଗାଲାକ୍ସିରେ ରେନ ଡ୍ୟାନସ ସହିତ ପାଳିତ ହେଲା ହୋଲି ଉତ୍ସବ

ଭୁବନେଶ୍ବର: ଆଜି ସାରା ଓଡିଶାରେ ପାଳିତ ହୋଇଛି ରଂଗର ପର୍ବ ହୋଲି। ବିଭିନ୍ନ ରଂଗ ବୋଳି ପରସ୍ପରକୁ ଆଲିଙ୍ଗନ କରି ଲୋକେ ପାଳନ କରିଛନ୍ତି ଏହି ଉତ୍ସବ। ତେବେ ଏହି ଉତ୍ସବ ଭୁବନେଶ୍ବରର ବିଭିନ୍ନ ଆପାର୍ଟମେଣ୍ଟରେ ବେଶ୍ ଧୂମଧାମରେ ପାଳନ କରାଯାଇଛି। ଗୋଟିଏ ସୋସାଇଟ୍ ଭିତରେ ଶହଶହ ଲୋକ ରହୁଥିବାରୁ ଏହି ଉତ୍ସବ ବେଶ ଜମିଯାଇଛି।

ସେହି ପରିପ୍ରେକ୍ଷୀରେ ଭୁବନେଶ୍ବରର କଲିଙ୍ଗନଗରରେ ଥିବା ଟ୍ରାଇଣ୍ଡେଣ୍ଟ ଗାଲାକ୍ସିରେ ମଧ୍ୟ ହୋଲି ଉତ୍ସବ ବେଶ ଧୂମଧାମରେ ପାଳିତ ହୋଇଛି। ଏହି ଉତ୍ସବର ମଜା ନେବା ପାଇଁ ଟ୍ରାଇଣ୍ଡେଣ୍ଟ ରେସିଡେଣ୍ଟ ୱେଲଫାର ଆସୋସିଏସନ ତରଫରୁ ରେନ ଡ୍ୟାନସର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଫଳରେ ବହୁ ସଂଖ୍ୟାରେ ଯୁବକ ଯୁବତୀ ଏବଂ ସୋସାଇଟର ସଦସ୍ୟଗଣ ଏହି ଉତ୍ସବରେ ଭାଗ ନେଇଥିଲେ। ସଂଗୀତର ତାଳେ ତାଳେ ଆପାର୍ଟମେଣ୍ଟର ବାସିନ୍ଦା ପରସ୍ପର ମଧ୍ୟରେ ରଂଗ ବୋଳାବୋଳି ହୋଇ ନୃତ୍ୟ ପରିବେଷଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ହୋଲିରେ ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍, ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

ନୂଆଦିଲ୍ଲୀ: ଆପଣଙ୍କର ସ୍ମାର୍ଟଫୋନ୍ ୱାଟରପ୍ରୁଫ୍ କି ନାହିଁ ଆପଣ କିପରି ଜାଣିପାରିବେ? ହୋଲି ପରି ରଙ୍ଗର ପର୍ବରେ ଆପଣଙ୍କୁ ଏହି ସୂଚନା ଆବଶ୍ୟକ। ଅନେକ ଲୋକ ସେମାନଙ୍କ ସ୍ମାର୍ଟଫୋନଗୁଡିକୁ ହୋଲି କେହଳିବା ସମୟରେ ପାଖରେ ରଖିବେ। ହୋଲିରେ ରଙ୍ଗ ସହିତ ପାଣି ମଧ୍ୟ ବ୍ୟବହୃତ ହୁଏ। ଏପରି ପରିସ୍ଥିତିରେ, ଆପଣଙ୍କର ସ୍ମାର୍ଟଫୋନ୍ ୱାଟରପ୍ରୁଫ୍ କି ନୁହେଁ ତାହା ଜାଣିବା ଜରୁରୀ।

ଆପଣଙ୍କର ଫୋନ୍ ୱାଟରପ୍ରୁଫ୍ କି ନାହିଁ ଜାଣିବା ପାଇଁ, ଆପଣ ଏହାର IP ରେଟିଂ କିମ୍ବା ୱାଟରପ୍ରୁଫ୍ ରେଟିଂ ଦେଖିବା ଉଚିତ୍। ଏହି ସୂଚନା ସାଧାରଣତଃ ଉତ୍ପାଦର ସ୍ପେକ୍ସ ଆକାରରେ ଲେଖାଯାଇଥାଏ। ଗୁଗୁଲରେ ଆପଣ ଆପଣଙ୍କର ଡିଭାଇସର IP ରେଟିଂ ମଧ୍ୟ ଯାଞ୍ଚ କରିପାରିବେ।

ଯଦି ଆପଣଙ୍କର ଫୋନ୍ ୱାଟରପ୍ରୁଫ୍ ଅଟେ, ତେବେ ଏହାର ଜଳ ପ୍ରତିରୋଧର ସ୍ତରକୁ ଦର୍ଶାଇ ଏହାର ଏକ IP ରେଟିଂ ରହିବ। ସ୍ମାର୍ଟଫୋନ୍ ପାଇଁ ସବୁଠାରୁ ସାଧାରଣ କିମ୍ବା ସର୍ବନିମ୍ନ ୱାଟରପ୍ରୁଫ୍ ରେଟିଂ ହେଉଛି IP68, ଯାହାର ଅର୍ଥ ହେଉଛି 1.5 ମିଟର ଗଭୀରତାରେ 30 ମିନିଟ୍ ପାଣିରେ ବୁଡ଼ିଗଲେ ମଧ୍ୟ ଡିଭାଇସ୍ କ୍ଷତିଗ୍ରସ୍ତ ହେବ ନାହିଁ।

ଏହା ମଧ୍ୟ ଧ୍ୟାନ ଦେବା ଜରୁରୀ ଯେ ସମସ୍ତ ସ୍ମାର୍ଟଫୋନ୍ ଜଳପ୍ରବାହ କିମ୍ବା ଜଳ ପ୍ରତିରୋଧକ ନୁହେଁ। କେତେକ ଫୋନରେ ମୌଳିକ ସ୍ତରର ଜଳ ପ୍ରତିରୋଧ ଥାଇପାରେ। ଏହାର ଅର୍ଥ ନୁହେଁ ଯେ ସେଗୁଡିକ ସଂପୂର୍ଣ୍ଣ ୱାଟରପ୍ରୁଫ୍ ଅଟନ୍ତି। ତେଣୁ, ଜଳ ପ୍ରତିରୋଧର ସ୍ତର ନିର୍ଣ୍ଣୟ କରିବା ପାଇଁ ଆପଣଙ୍କ ସ୍ମାର୍ଟଫୋନର ଆଇପି ରେଟିଂ କିମ୍ବା ୱାଟରପ୍ରୁଫ୍ ରେଟିଂ ଯାଞ୍ଚ କରିବା ଜରୁରୀ ଅଟେ।

ଯଦି ଆପଣ ଆପଣଙ୍କର ସ୍ମାର୍ଟଫୋନର ୱାଟରପ୍ରୁଫ୍ ରେଟିଂ ବିଷୟରେ ଜାଣି ନାହାଁନ୍ତି, ତେବେ ଏହାକୁ ପାଣି କିମ୍ବା ଅନ୍ୟ ତରଳ ପଦାର୍ଥରୁ ରକ୍ଷା କରନ୍ତୁ। ଏଥିସହ ପାଣିରୁ ନଷ୍ଟ ନହେବା ପାଇଁ ଆପଣ ଏକ ଫୋନ୍ ପ୍ରୁଫ୍ କେସ୍ କିମ୍ବା ଆପଣଙ୍କ ଫୋନ୍ ପାଇଁ କଭର କିଣି ପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ଓ ନେତା, ଫଗୁଣର ରଂଗରେ ହେଲେ ରଂଗୀନ

ଭୁବନେଶ୍ବର: ଆଜି ହେଉଛି ରଂଗର ଉତ୍ସବ ହୋଲି। ଏହି ଅବସରରେ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚାରିଆଡେ ରଂଗୀନ ହୋଇ ଉଠିଛି। ନେତାଙ୍କଠାରୁ ଆରମ୍ଭ କରି ଜନତା ପର୍ଯ୍ୟନ୍ତ ସମସ୍ତେ ହୋଲିଖେଳରେ ମସଗୁଲ ଅଛନ୍ତି। ଏହିପରି ଅବସରକୁ ହାତଛଡା କରି ନାହାଁନ୍ତି ବିଜେପି ନେତା ଓ ମନ୍ତ୍ରୀ। ସେମାନେ ମଧ୍ୟ ରଂଗୀନ ରଂଗରେ ରଙ୍ଗାୟିତ ହୋଇଛନ୍ତି।

ଶୁକ୍ରବାର ଦିନ ବିଜେପି ପାର୍ଟି ଅଫିସରେ ଆୟୋଜିତ ହୋଇଥିଲା ହୋଲି ଉପଲକ୍ଷେ ବନ୍ଧୁ ମିଳନ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ସଭାପତି ମନମୋହନ ସାମଲ ପ୍ରମୁଖ ଯୋଗଦେଇ ହୋଲି ଖେଳିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ହୋଲି ପୂର୍ବରୁ ଘରକୁ ଆଣନ୍ତୁ ଏହି ଜିନିଷ, ମାତା ଲକ୍ଷ୍ମୀଙ୍କ ମିଳିବ ଆଶୀର୍ବାଦ

ବାସ୍ତୁ ଟିପ୍ସ: ମାର୍ଚ୍ଚ ୮ ତାରିଖରେ ହୋଲି ସମଗ୍ର ଦେଶରେ ପାଳନ କରାଯିବ। ଏହି ପର୍ବ ପ୍ରତିବର୍ଷ ଚୈତ୍ର ମାସର କୃଷ୍ଣ ପକ୍ଷର ପ୍ରତିପଦାରେ ପାଳନ କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ହୋଲି ଦିନ ସହ ଜଡିତ କିଛି ବିଶେଷ ପଦକ୍ଷେପ ବିଷୟରେ ଉଲ୍ଲେଖ କରାଯାଇଛି। ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ହୋଲି ପର୍ବ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ହୋଲି ପୂର୍ବରୁ ନିଶ୍ଚିତ ଭାବରେ ଆପଣ ଘରକୁ କିଛି ଜିନିଷ ଆଣନ୍ତୁ। ବିଶ୍ୱାସ କରାଯାଏ ଯେ, ଏହି ଜିନିଷଗୁଡ଼ିକ ଘର ପାଇନ ମଙ୍ଗଳ ଆଣିଥାଏ।

ହୋଲି ପୂର୍ବରୁ ଏହି ଜିନିଷଗୁଡ଼ିକୁ ଘରକୁ ଆଣନ୍ତୁ:

ଅନେକ ଥର ଏହା ଘଟେ ଯେ, ଲକ୍ଷ ଲକ୍ଷ ଉଦ୍ୟମ ସତ୍ତ୍ୱେ ଆମେ ଜୀବନରେ ସଫଳତା ପାଇପାରୁ ନାହୁଁ। ଏହା ଘରେ ବାସ୍ତୁ ଦୋଷର କାରଣ ହୋଇପାରେ। ଏହାକୁ ଏଡାଇବା ପାଇଁ ଏକ ସୁନ୍ଦର ତୋରଣ ନିଜ ଘରକୁ ଆଣନ୍ତୁ ଏବଂ ଏହାକୁ ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗନ୍ତୁ। ଏହା କେବଳ ଘରର ବାସ୍ତୁ ଦୋଷ ଦୂର କରେ ନାହିଁ, ବରଂ ଘର ବହୁତ ଭଲ ଦେଖାଯାଏ।

କୁବେରର ସ୍ଥାନ ଭାବରେ ବିବେଚନା କରାଯାଉଥିବାରୁ ଘରର ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ଏକ ଆକ୍ୱାରିୟମ୍ ରଖନ୍ତୁ। ଏହା ଘରେ ସୁଖ ଏବଂ ସମୃଦ୍ଧି ବଢାଇଥାଏ। ଘରକୁ ଧନ ଆସିବା ପାଇଁ ଏହା ଏକ ଭଲ ପ୍ରତିକାର ଭାବରେ ମଧ୍ୟ ବିବେଚନା କରାଯାଏ।

ହୋଲି ପୂର୍ବରୁ ନିଶ୍ଚିତ ଭାବରେ ଆପଣ ଘରେ ଏକ ବାଉଁଶ ଉଦ୍ଭିଦ ଆଣନ୍ତୁ। ବାଉଁଶ ଉଦ୍ଭିଦ ଘରେ ଶୁଭଫଳ ଆଣିଥାଏ। ଏହି ଉଦ୍ଭିଦ ଘରୁ ନକାରାତ୍ମକ ଶକ୍ତି ଅପସାରଣ କରିଥାଏ ଏବଂ ଏହା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖେ। ଏହି ଉଦ୍ଭିଦ ପ୍ରତ୍ୟେକ ଅବସ୍ଥାରେ ବୃଦ୍ଧି ପାଇଥାଏ।

ଘରେ ଏକ କ୍ରିଷ୍ଟଲ କଇଁଛ ରଖିବା ମଧ୍ୟ ବହୁତ ଶୁଭ ବୋଲି ବିବେଚନା କରାଯାଏ। ଏହାକୁ ଘରେ ଆଣିବା ଅର୍ଥନୈତିକ ପ୍ରଗତି ଏବଂ ଅବିସ୍ମରଣୀୟ ଧନ ଆଣିଥାଏ। କ୍ରିଷ୍ଟଲ କଇଁଛ ଘରେ ସକରାତ୍ମକ ଶକ୍ତି ଆଣିଥାଏ। ଏହା ବ୍ୟତୀତ, ଆପଣ ଘରକୁ ଧାତୁ କିମ୍ବା ସ୍ପଟିକରେ ନିର୍ମିତ କଇଁଛ ମଧ୍ୟ ଆଣିପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଶ୍ରୀକ୍ଷେତ୍ରରେ ଉତ୍ସବମୁଖର ପରିବେଶ: ଭକ୍ତମାନଙ୍କ ସହ ରଙ୍ଗର ହୋଲି ଖେଳିଲେ ଶ୍ରୀଜିଉ

ପୁରୀ: ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଶୁକ୍ରବାର ଶ୍ରୀକ୍ଷେତ୍ରରେ ଉତ୍ସବମୁଖର ପରିବେଶ ମଧ୍ୟରେ ଶ୍ରୀଜିଉ ଭକ୍ତମାନଙ୍କ ସହ ରଙ୍ଗର ହୋଲି ଖେଳିଛନ୍ତି। ଏଥିନିମନ୍ତେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ରତ୍ନବେଦୀରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ସେହିଭଳି ଶ୍ରୀମନ୍ଦିରରୁ ମଣି ବିମାନରେ ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିଜେ କରି ଦୋଳବେଦୀକୁ ଆସିଛନ୍ତି। ଏହା ଏକ ନିଆରା ଦୋଳପୂର୍ଣ୍ଣିମା ପରମ୍ପରା।

ଏହି ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି। ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ବାଦଶ ଯାତ୍ରା ମଧ୍ୟରେ ଦୋଳ ଉତ୍ସବ ଏକ ପ୍ରମୁଖ ଯାତ୍ରାଭାବେ ବିବେଚିତ ହୋଇଥାଏ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଉତ୍କଳୀୟ ଭୂଖଣ୍ଡରେ ବସନ୍ତ ପର୍ବ

ଡକ୍ଟର ଫକୀର ମୋହନ ନାହାକ

ଉତ୍କଳୀୟ ଭୂଖଣ୍ଡରେ ବସନ୍ତର ବିଭା ହିଁ ବିଚିତ୍ର। ଆମ ଜନଜୀବନ ସହିତ ସହସ୍ର ବର୍ଷରୁ ସଂଯୁକ୍ତ ହୋଇ ରହିଛି ଏହି ବସନ୍ତ ଉତ୍ସବ। ଉତ୍କଳର ମଉଡ଼ମଣି ସ୍ୱୟଂ ଶ୍ରୀଜଗନ୍ନାଥ ଖେଳନ୍ତି ହୋଲି। ଦୋଳବେଦୀରେ ଦୋଳଗୋବିନ୍ଦ ରୂପରେ ଦର୍ଶନ ଦେଇ ଦୀନ ଦୁଃଖୀ ଦରିଦ୍ରଙ୍କ ଦୂରକରନ୍ତି ଦୁଃଖ। ସେହି ଦୋଳଗୋବିନ୍ଦଙ୍କ ଦର୍ଶନରେ ଜନ୍ମମୃତ୍ୟୁର ଚିରଘୂର୍ଣ୍ଣାୟମାନ ଚକ୍ରରୁ ମୁକ୍ତିମିଳେ ବୋଲି ଶାସ୍ତ୍ର କହେ।

ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍, ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମଂ ନବିଦ୍ୟତେ ।।    

ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ, ରଥରେ ବାମନରୂପୀ ତ୍ରିବିକ୍ରମଙ୍କ ଦର୍ଶନ କଲେ ପୁନର୍ଜନ୍ମରୁ ମୁକ୍ତି ମିଳିଥାଏ । ଏହି ବିଶ୍ୱାସ ଟିକକ ନେଇ କାଳ କାଳରୁ ରାଧାଗୋବିନ୍ଦଙ୍କୁ ନେଇ ଦୋଳବିମାନରେ ନଗର ପରିକ୍ରମା କରାଉଛି ଉତ୍କଳୀୟ ଜୀବନ । ଆଜି ବି ଓଡ଼ିଶାର ପଲ୍ଲୀ ଜୀବନରେ ପ୍ରଚଳିତ ଲୋକଗୀତରେ କୁଆଁରୀ ଓ ଯୁବତୀମାନେ କହନ୍ତି,

ଆଦ୍ୟମାର୍ଗଶିର ଶିଶିର ଶୀତ, ଶ୍ରୀକୃଷ୍ଣ ଜାଣନ୍ତି ରାଧିକା ଚିତ୍ତ ।।

ପୌଷେ ଚନ୍ଦ୍ରାବଳୀ ଜପଇ ବସି, ହସ୍ତେ ବନମାଳା ଗଳେ ତୁଳସୀ ।।

ଆସିବେ ମାଧୋଇ ମାଘରେ ବୋଲି, ସଜାଇଥିଲି ମୁଁ କାନନ ମଲ୍ଲୀ ।।

ଫଗୁଣ ମାସରେ ରାଧାଗୋବିନ୍ଦ, ଫଗୁ ଖେଳନ୍ତି ହୋଇଣ ଆନନ୍ଦ ।।  

ଫାଲଗୁନ ଶୁକ୍ଳ ଦଶମୀ ବା ଫଗୁ ଦଶମୀରୁ ଗାଁ ଗାଁରେ ଆରମ୍ଭ ହୁଏ ଦୋଳଯାତ୍ରା। ଠାକୁର ବିମାନରେ ବସି ନଗର ପରିକ୍ରମା କରିବା ସହ ଦ୍ୱାରେ ଦ୍ୱାରେ ଭୋଗ ଖାଆନ୍ତି। ପୁଣି ଦୋଳପୂର୍ଣ୍ଣିମାରୁ ଚୈତ୍ର କୃଷ୍ଣ ପଞ୍ଚମୀ ଯାଏଁ ଏହି ନୀତି ସମ୍ପନ୍ନ ହୁଏ ଏବଂ ଶେଷରେ ହୁଏ ପଞ୍ଚଦୋଳ।

ସେହିପରି କେତେକ ସ୍ଥାନରେ ଚୈତ୍ର କୃଷ୍ଣ ଦଶମୀ ଯାଏଁ ଦୋଳଯାତ୍ରା ଆୟୋଜନ ହେବାର ପରମ୍ପରା ରହିଛି। ଯାହାକୁ ମିଳିଛି ଦଶଦୋଳର ମାନ୍ୟତା। ଦୋଳ ଉତ୍ସବର ଏକ ବିଚିତ୍ର ପରମ୍ପରା ହେଉଛି ଯେ, ଏଠାରେ ମଣିଷ ଓ ଦେବତା ଏକା ସାଙ୍ଗରେ ରଙ୍ଗ ଅବିର ଖେଳନ୍ତି। ରାଧା-କୃଷ୍ଣଙ୍କ ପରମ ପ୍ରେମରେ ପ୍ରେମମୟ ହୋଇଉଠେ ପରିବେଶ। ସମାଜିକ ଜନଜୀବନରେ ସଦଭାବ, ସହୃଦୟତା, ଆପଣାପଣର ଚରମ ନିଦର୍ଶନ ଦୋଳଉତ୍ସବ।

ଯେତେବେଳେ ମେଳଣ ପଡ଼ିଆରେ ଆଖ ପାଖ ଗାଁର ମନ୍ଦିରରୁ ବାହାରି ରାଧାଗୋବିନ୍ଦ ଦୋଳବିମାନରେ କାନ୍ଧରେ ବୁହାହୋଇ ଗୋଟିଏ ଯାଗାରେ ଏକାଠି ହୁଅନ୍ତି, ସେଇଠି ମିଳେଇ ଯାଏ ସବୁ ମାନ ଅଭିମାନ। ଘଣ୍ଟ, ଘଣ୍ଟା, କାହାଳୀ, ଖୋଳ କରତାଳ ଓ ମୃଦଙ୍ଗର ତାଳରେ ଉଦଣ୍ଡ କୀର୍ତ୍ତନ କରନ୍ତି ସମସ୍ତେ।

ଠାକୁର, ମଣିଷ ଏବଂ ପ୍ରକୃତି ସମସ୍ତେ ଏକାକାର ହୋଇ ଯାଆନ୍ତି ରଙ୍ଗରେ, ଅବିରରେ, ଫଗୁରେ, ଫଗୁଣର ମିଠା ମିଠା ଛୁଆଁରେ ଏବଂ ପ୍ରକୃତିର ପରଶରେ। ଗାଁ ଗାଁ ପାଲଟିଯାଏ ବୃନ୍ଦାବନ। ରାଧାଗୋବିନ୍ଦଙ୍କ ସାଙ୍ଗରେ ଗାଁଲୋକେ ପାଲଟିଯାଆନ୍ତି ଗୋପାଳ ଗୋପାଙ୍ଗନା। ମଧୁ ମଳୟରେ ରାଧାଗୋବିନ୍ଦଙ୍କ ସାନ୍ନିଧ୍ୟର ଏ ମଧୁର ଅନୁଭବ ପିଣ୍ଡିକ ଶ୍ରୀଚନ୍ଦନଙ୍କ ବସନ୍ତରାସରେ ବିସ୍ତରିଯାଏ ବହୁଦିଗ ।

ମଳୟ ଅଚଳ ସମ୍ପ୍ରତି ପ୍ରଚଳ ଦକ୍ଷିଣା ପବନ ବହିଲା । ତରୁ ଲତା ସବୁ ନୂତନ ପଲ୍ଲବ ରସାଳ ମୁକୁଳ ଧଇଲା ।।

ନବ ବସନ୍ତ ସମୟ .. ନବ ବୃନ୍ଦାବନ ରସମୟ ହେ .. ନବ ବସନ୍ତ ସମୟ ।।

ପ୍ରକୃତି ସହିତ ନିବିଡ଼ ଭାବେ ଜଡ଼ିତ ଦୋଳ ଉତ୍ସବରେ ବୃନ୍ଦାବନବିହାରୀ ରାଧାଗୋବିନ୍ଦଙ୍କୁ କଞ୍ଚାଆମ୍ବ, ଗୁଡ଼, ଚଣା, ଅବିର, କ୍ଷୀର ଏବଂ ଅକ୍ଷତକୁ ନୈବେଦ୍ୟ ରୂପରେ ବାଢ଼ିଦେଇ ପୂଜା କରିବା ପରମ୍ପରା ଉତ୍କଳର ।  ମୂଳତଃ ଦୋଳ ଉତ୍ସବ, ବସନ୍ତ ଉତ୍ସବ ବା ରଙ୍ଗ ଉତ୍ସବ ପନ୍ଦର ଦିନ ଧରି ସମସ୍ତଙ୍କୁ ବିମୋହିତ କରି ରଖେ ।

( ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ, ଫୋନ୍- 9937252464 )

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଶାନ୍ତି ଓ ସଦ୍ଭାବନା ସହ ପାଳନ ପାଇଁ କଲେ ନିବେଦନ

କୋଲକାତା: ପଶ୍ଚିମବଙ୍ଗ ସରକାର ଚଳିତ ହୋଲି ପର୍ବକୁ ଏକତା ଏବଂ ସଦ୍ଭାବର ସହିତ ପାଳନ କରିବାକୁ ସମସ୍ତ ଧର୍ମର ଲୋକଙ୍କୁ ଆହ୍ୱାନ କରିଛନ୍ତି। ପ୍ରଥମ ଥର ପାଇଁ ଗତକାଲି କୋଲକାତାରେ ଦୋଳ ଏବଂ ହୋଲି ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଭିନ୍ନ ଧର୍ମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବୈଠକରେ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ହୋଲି ପାଳନ କରିବାକୁ ଅନୁରୋଧ କରିଥିଲେ। ଏଥିସହିତ ସେ ଘୋଷଣା କରିଥିଲେ ଯେ ଆସନ୍ତା ବର୍ଷ ଆହୁରି ବଡ଼ ସମାବେଶ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ସମୟରେ ସେ ଦାଣ୍ଡିଆ ଏବଂ ଭାଙ୍ଗଡ଼ା ନୃତ୍ୟରେ ମଧ୍ୟ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ହୋଲି ପୂର୍ବରୁ ପାଳନ ହୁଏ ହୋଲିକା ଦହନ ଉତ୍ସବ, ଜାଣନ୍ତୁ କାହିଁକି ଏହା କରାଯାଏ

ଭୁବନେଶ୍ବର: ଭାରତର ଅଧିକାଂଶ ସ୍ଥାନରେ ହୋଲି ଉତ୍ସବ ବା ରଙ୍ଗ ଉତ୍ସବକୁ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ। ବିଶେଷକରି ରଙ୍ଗ ଭାଙ୍ଗ ଏବଂ ସାଙ୍ଗର ସମ୍ମିଶ୍ରଣ ଘଟେ ଏହି ଉତ୍ସବରେ। ତେବେ ହୋଲି ପୂର୍ବଦିନ ରାତିରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ହୋଲିକା ଦହନ ଉତ୍ସବ। ବିଶେଷ କରି ଉତ୍ତର ଭାରତରେ ଏହି ପର୍ବ ଧୂମଧାମରେ ପାଳନ କରାଯାଇଥାଏ।

ରାତିରେ ଶୁଖିଲା କାଠ, ଘସିରେ ଅଗ୍ନି ସଂଯୋଗ କରି ହୋଲିକା ରାକ୍ଷସୀର ପ୍ରତୀକାତ୍ମକ ଦହନ କରାଯାଏ। ସତ୍ୟଯୁଗରେ ହିରଣ୍ୟକଶ୍ୟପୁର ପୁଅ ଭକ୍ତ ପ୍ରହ୍ଲାଦକୁ ମାରିବା ପାଇଁ ତାର ପିଉସୀ ହୋଲିକା ରାକ୍ଷସୀ ନିଜ କୋଳରେ ଧରି ନିଆଁ ଉପରେ ବସିଥିଲା। ଆଶା କରିଥିଲା ଏଭଳି ଭାବେ ବିଷ୍ଣୁଭକ୍ତ ପ୍ରହ୍ଲାଦକୁ ବଧ କରାଯାଇପାରିବ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଭଗବାନଙ୍କ କରୁଣାରୁ ପ୍ରହ୍ଲାଦ ରହିଲେ ଅକ୍ଷତ, କିନ୍ତୁ ହୋଲିକା ହଜିଗଲା ଚିରକାଳ ପାଇଁ ସର୍ବଗ୍ରାସୀ ଅଗ୍ନିର ଲେଲିହାନ ଶିଖାରେ। ଆଉ ତାସହ ପାଲଟିଗଲା ଅନନ୍ତକାଳ ପାଇଁ ଏକ ଅଭିଶପ୍ତ କିମ୍ବଦନ୍ତୀ।

ଆଜି ବି ଦୋଳପୂର୍ଣ୍ଣିମା ପୂର୍ବରାତିରେ ଦୁଷ୍ପ୍ରବୃତ୍ତି, ଅଶ୍ଳୀଳତା ଓ ଦୁରାଚାରର ଅନ୍ତ ପାଇଁ ପାଳିତ ହୁଏ ହୋଲିକା ଦହନ। ଏହିଦିନ ଉତ୍ତର ଭାରତୀୟମାନେ କେତେକ ସ୍ଥାନରେ ଅଗ୍ନିଙ୍କୁ ପ୍ରଥମ ନବାନ୍ନ ଅର୍ପଣ କରି ତା ପରେ ଅବଶିଷ୍ଟ ଅନ୍ନକୁ ପ୍ରସାଦ ରୂପରେ ଗ୍ରହଣ କରିବା ପରମ୍ପରା ବି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ହୋଲି ଦିନ କରନ୍ତୁ ଏହି ଉପାଚାର, ଦେଖିବେ ରଂଗୀନ ହୋଇଯିବ ଆପଣଙ୍କ ଭାଗ୍ୟ

ଜୀବନ ଶୈଳୀ: ହୋଲି ହେଉଛି ରଙ୍ଗର ପର୍ବ। ସମସ୍ତେ ବିଭିନ୍ନ ରଂଗ ଧରି ଖେଳିଥାନ୍ତି। ହେଲେ ଅନେକ ଜାଣି ନ ଥାନ୍ତି ଯେ, ହୋଲି ଦିନ ମଧ୍ୟ ବିଭିନ୍ନ ଦୋଷ ଦୂର ପାଇଁ ଭିନ୍ନ ଉପାଚାର କରାଯାଇଥାଏ। ଏହା ଏପରି ଏକ ପର୍ବ ଯାହାକି ସବୁଠୁ ବଡ ସମସ୍ୟାକୁ ଦୂର କରିପାରିବ, ଖରାପ ସମୟକୁ ଭଲରେ ପରିଣତ କରିପାରିବ ଏବଂ ଆପଣଙ୍କ ଦୁର୍ଭାଗ୍ୟକୁ ମଧ୍ୟ ସୌଭାଗ୍ୟ କରିପାରିବ। ଜାଣନ୍ତୁ ହୋଲି ଦିନ କଣ ଉପାଚାର କଲେ ଭାଗ୍ୟ ରଂଗୀନ ହେବ।

୧- ଯଦି ଆପଣ ମାନସିକ ଚାପର ଶିକାର ହେଉଛନ୍ତି ଏବଂ ଆପଣଙ୍କର ଅର୍ଥନୈତିକ ଏବଂ ପାରିବାରିକ ପରିସ୍ଥିତି ଭଲ ନୁହେଁ, ତେବେ ହୋଲି ରାତିରେ ଚନ୍ଦ୍ରକୁ କ୍ଷୀର ଦେଇ କିଛି ଧଳା ମିଠା ଦିଅନ୍ତୁ। ଏହା କରିବା ଦ୍ବାରା ଆର୍ଥିକ ଏବଂ ପାରିବାରିକ ସମସ୍ୟା ଦୂର ହୋଇଥାଏ ଏବଂ ମାନସିକ ଶାନ୍ତି ମଧ୍ୟ ପ୍ରାପ୍ତ ହୁଏ।

୨- ପରିବାରରେ ଯଦି କୈଣସି ତ୍ରୁଟି ଥାଏ, ତେବେ ହୋଲିକା ଦହନ ପର୍ବ ପାଳନ କରି ସମସ୍ତ ଘର ସଦସ୍ୟଙ୍କୁ ଜଡିତ କରାନ୍ତୁ। ଏହି ଅଗ୍ନିର ଚାରିପଟେ ତିନି ଥର ବୁଲିବା ପରେ ହଳଦିଆ ସୋରିଷ, ଅଳସୀ ଏବଂ ଗହମ ନିଆଁରେ ପକାନ୍ତୁ। ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହିତ ଗ୍ରହଗୁଡିକ ଅନୁକୂଳ ହେବ ଯାହା ଘରେ ଶୁଭଫଳ ଆଣିବ।

୩- ଯଦି ଆପଣ କୈଣସି ରୋଗରେ ପୀଡିତ ଅଛନ୍ତି, ତେବେ ହୋଲି ଦିନ ଏକ ପାନ ପତ୍ର, ଏକ ତାଜା ଗୋଲାପ ଫୁଲରେ ରୋଗୀଙ୍କୁ ୩୧ ଥର ଝାଡି ଦିଅନ୍ତୁ। ଏହାପରେ ତାହାକୁ ନେଇ ଏକ ଛକ ନିକଟରେ ରଖନ୍ତୁ। ଏହି ସମୟରେ ପଛକୁ ଦେଖନ୍ତୁ ନାହିଁ।

୪- ଯଦି ରୋଜଗାରର ସମସ୍ୟା ଅଛି, ତେବେ ହୋଲି ରାତିରେ ଏକ ଲେମ୍ବୁ ସହିତ ଏକ ଛକକୁ ଯାଇ ଏହାକୁ ଚାରି ଖଣ୍ଡରେ କାଟିଦିଅନ୍ତୁ। ଏହା ପରେ, ଏହାକୁ ଚାରି ଦିଗକୁ ଗୋଟିଏ ଗୋଟିଏ ଖଣ୍ଡ ଫିଙ୍ଗି ଘରକୁ ଫେରିଯାଆନ୍ତୁ। ଆସିବା ସମୟରେ ପଛକୁ ଦେଖନ୍ତୁ ନାହିଁ।

୫- ଯଦି ବିବାହରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ହୋଲି ଦିନ ଏକ ପାନ ପତ୍ରରେ ଗୁଆ ଏବଂ ହଳଦୀ ଶିବଙ୍କୁ ଅର୍ପଣ କରନ୍ତୁ।

୬- ହୋଲିକା ଦହନ ପରେ ଅବଶିଷ୍ଟ ପାଉଁଶକୁ ନିଜ ଘରକୁ ଆଣି ଏକ ନାଲି କପଡ଼ାରେ ବାନ୍ଧି ଆଲମାରିରେ ରଖନ୍ତୁ, ଏହା ଅନାବଶ୍ୟକ ଖର୍ଚ୍ଚକୁ ରୋକିଥାଏ।

୭- ହୋଲି ଖେଳିବା ପୂର୍ବରୁ ଆପଣଙ୍କର ପ୍ରିୟ ଦେବଦେବୀଙ୍କୁ ପ୍ରଥମେ ହୋଲି ରଂଗ ଅର୍ପଣ କରନ୍ତୁ। ଏହାପରେ ହୋଲି ଖେଳିଲେ ଆପଣଙ୍କର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

ମଦ ପିଇ ହୋଲି ଖେଳିଲେ ସିଧା ବନ୍ଧା ହୋଇ ଭିତରେ ପଶିବ

ଭୁବନେଶ୍ବର: ଏଥର ହୋଲି ପାଇଁ କଟକଣା ଜାରୀ କରିଛି ପୋଲିସ। ଏଥର ହୋଲିରେ ମଦପିଇ ମସ୍ତି କଲେ ସିଧା ବନ୍ଧା ହେବ ଆଉ ଭିତରକୁ ଯିବ। ଏହିପରି ଏକ କଡାବାଣୀ ଶୁଣାଇଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା। ଅତୀତରେ ହୋଲିବେଳେ ଏପରି ଅଘଟଣକୁ ଦୃଷ୍ଟିରେ ରଖି ଏପରି କରାଯାଇଛି ବୋଲି ସେ କହିଛନ୍ତି।

ସେହିପରି ହୋଲି ଦିନ ପୂର୍ବରୁ ଦୁର୍ଘଟଣା ହୋଇଥିବା ସ୍ଥାନଗୁଡିକ ଉପରେ ପୋଲିସ ତୀକ୍ଷ୍ମ ନଜର ରହିବ। ଏଥିସହିତ ସେଦିନ ପୋଲିସ ପୁରା ରାଜଧାନୀରେ ପଇଁତରା ମାରିବ। ଯେଉଁଠାରେ ମଦ ପିଇ କିଏ ମସ୍ତି କରୁଥିଲେ ତାକୁ ଗିରଫ କରାଯିବ। ଏଥର ହୋଲି ଉତ୍ସବ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ପାଇଁ କମିଶନରେଟ ପୋଲିସ ତରଫରୁ ନିବେଦନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ହୋଲି ସମୟରେ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥର ବଡ ପଦକ୍ଷେପ: ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ଵର: ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଗୁରୁତ୍ୱପୂର୍ଣ୍ଣ ଟ୍ରେନ ରୁଟରେ ଚାଲୁଥିବା ନିୟମିତ ଟ୍ରେନରେ ଯାତ୍ରୀମାନଙ୍କ ଅତିରିକ୍ତ ଯାତ୍ରୀ ଭିଡକୁ ଦୂର କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ହୋଲି ଉତ୍ସବ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ତିନି ଯୋଡି ହୋଲି ସ୍ପେସିଆଲ୍ ଟ୍ରେନ୍ ଚେରଲାପାଲ୍ଲୀ (ହାଇଦ୍ରାବାଦ), କୋଲକାତା ଏବଂ ବେଙ୍ଗାଲୁରୁକୁ ଚଳାଚଳ କରାଇବା ପାଇଁ ଯୋଜନା କରାଯାଇଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ପୂର୍ବରୁ ଚଳାଚଳ କରୁଥିବା କିଛି ସ୍ୱତନ୍ତ୍ର ଟ୍ରେନର ସେବାକୁ ମଧ୍ୟ ବର୍ଦ୍ଧିତ କରାଯାଇଅଛି।

ପର୍ବପର୍ବାଣି ସମୟରେ ଭାରତୀୟ ରେଳବାଇ ଅଧିକ ସଂଖ୍ୟକ ଟିକେଟ୍ ବୁକିଂର ନଜର ରହିଛି। ଯାହା ଫଳରେ ନିୟମିତ ଟ୍ରେନରେ ଟିକେଟ୍ ର ଲମ୍ବା ପ୍ରତୀକ୍ଷା ତାଲିକା ଦେଖିବାକୁ ମିଳୁଛି। ଭାରତୀୟ ରେଳବାଇର ଯାତ୍ରୀ ପ୍ରୋଫାଇଲ୍ ମ୍ୟାନେଜମେଣ୍ଟ ୟୁନିଟ୍ ଯାତ୍ରୀଙ୍କ ଯାତ୍ରା ଅସୁବିଧାକୁ ଦୂର କରିବା ପାଇଁ ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ଉପରେ ନଜର ରଖିଛି। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ନିୟମିତ ଟ୍ରେନରେ ଅତିରିକ୍ତ କୋଚ୍ ବୃଦ୍ଧି କରାଇବା ବ୍ୟତୀତ ଲୋକପ୍ରିୟ ଗନ୍ତବ୍ୟସ୍ଥଳକୁ ସଂଯୋଗ କରୁଥିବା ବ୍ୟସ୍ତବହୁଳ ମାର୍ଗରେ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଅଛି।

ବର୍ଥ ଉପଲବ୍ଧ – ସ୍ୱତନ୍ତ୍ର ଟ୍ରେନଗୁଡ଼ିକୁ କିପରି ଖୋଜିବେ:

ଯଦି, ଏହି ଋତୁରେ ଯାତ୍ରୀମାନେ ନିୟମିତ ଟ୍ରେନରେ ପ୍ରତୀକ୍ଷା ତାଲିକା ସ୍ଥିତି ପାଉଛନ୍ତି, ତେବେ ସେମାନେ ପୂର୍ବତଟ ରେଳପଥ କ୍ଷେତ୍ରାଧିକାରରୁ ଏବଂ ଏହା ମଧ୍ୟ ଦେଇ ଚଳାଚଳ ସ୍ୱତନ୍ତ୍ର ଟ୍ରେନଗୁଡ଼ିକରେ ଟ୍ରେନ୍ ଟିକେଟ ବୁକ୍ କରିପାରିବେ। ସ୍ୱତନ୍ତ୍ର ଟ୍ରେନ ନମ୍ବର “0” (ଶୂନ୍ୟ) ସହିତ ଆରମ୍ଭ ହୁଏ ଏବଂ ଯାତ୍ରୀମାନେ ଅନଲାଇନ୍ ଟିକେଟ ପାଇଁ ଆଇଆରସିଟିସି ୱେବ ସାଇଟ ମାଧ୍ୟମରେ କିମ୍ବା କାଉଣ୍ଟର ଟିକେଟ ପାଇଁ PRS କାଉଣ୍ଟର ଯାଇ ଟ୍ୱିମେଟ ବୁକ କରିପାରିବ ସହ ଟ୍ରେନ ସମ୍ବନ୍ଧରେ ଜାଣିବା ପାଇଁ ଜାତୀୟ ଟ୍ରେନ୍ ସୂଚନା ପ୍ରଣାଳୀ (NTES) ରୁ ସହଜରେ ପାଇପାରିବେ।

ସ୍ୱତନ୍ତ୍ର ଟ୍ରେନଗୁଡ଼ିକରେ ବର୍ଥ ଉପଲବ୍ଧ। ଏହି ଋତୁରେ ପୂର୍ବତଟ ରେଳପଥ ସ୍ୱତନ୍ତ୍ର ଟ୍ରେନ ଚଲାଇ ଏବଂ ନିୟମିତ ଟ୍ରେନରେ ଅତିରିକ୍ତ କୋଚ୍ ବୃଦ୍ଧି କରି ଅତିରିକ୍ତ ବର୍ଥ ସୃଷ୍ଟି କରୁଅଛି।  ଯାତ୍ରୀମାନେ IRCTC ୱେବସାଇଟ୍ ଅନୁସରଣ କରି କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଟିକେଟ ବୁକ୍ କରି କିମ୍ବା PRS କାଉଣ୍ଟରରୁ ଟିକେଟ ବୁକ୍ କରିବା ସହ ଅନଲାଇନରେ ସେମାନଙ୍କର ଟିକେଟ ବୁକ୍ କରିପାରିବେ। ପୂର୍ବତଟ ରେଳପଥ ମଧ୍ୟ ସମ୍ପ୍ରତି ସ୍ୱତନ୍ତ୍ର ଟ୍ରେନ୍ ଚଲାଇବା ବିଷୟରେ ସୂଚନା ଦେଇଛି। ଯାତ୍ରୀମାନେ ପୂର୍ବତଟ ରେଳପଥ ଫେସବୁକ୍ ପେଜ୍ @EASTCOASTRailway ଏବଂ ଟ୍ୱିଟର୍ ଆକାଉଣ୍ଟ @EastCoastRail କୁ ଅନୁସରଣ କରି ସ୍ୱତନ୍ତ୍ର ଟ୍ରେନ୍ ବିଷୟରେ ଜାଣିପାରିବେ।

ଭୁବନେଶ୍ୱର-ଚେରଲାପାଲି (ହାଇଦ୍ରାବାଦ) ହୋଲି ସ୍ପେଶାଲ୍:

08479/08480 ଭୁବନେଶ୍ୱର-ଚେରଲାପାଲି (ହାଇଦ୍ରାବାଦ)-ଭୁବନେଶ୍ୱର ହୋଲି ସ୍ପେଶାଲ୍ 10 ମାର୍ଚ୍ଚରୁ 24 ମାର୍ଚ୍ଚ 2025 ମଧ୍ୟରେ ପ୍ରତି ସୋମବାର ଦିନ ମଧ୍ୟାହ୍ନ 12ଘ.10ମି.ରେ ଭୁବନେଶ୍ୱରରୁ ଛାଡିବ। ଫେରିବା ମାର୍ଗରେ, ଚେରଲାପାଲି-ଭୁବନେଶ୍ୱର ହୋଲି ସ୍ପେଶାଲ୍ 11 ମାର୍ଚ୍ଚରୁ 25 ମାର୍ଚ୍ଚ 2025 ମଧ୍ୟରେ ପ୍ରତି ମଙ୍ଗଳବାର ଦିନ ପୂର୍ବାହ୍ନ 09ଘ.50ମି.ରେ ଚେରଲାପାଲିରୁ ଛାଡି ଭୁବନେଶ୍ୱର ଯାତ୍ରା କରିବ।

ପୁରୀ-କୋଲକାତା ହୋଲି ସ୍ପେଶାଲ୍:

03101/03102 କୋଲକାତା-ପୁରୀ-କୋଲକାତା ହୋଲି ସ୍ପେଶାଲ୍ 13, 18 ଏବଂ 20 ମାର୍ଚ୍ଚ 2025 ଦିନ ରାତ୍ରି 11ଘ.50ମି.ରେ କୋଲକାତାରୁ ଛାଡିବ। ଫେରିବା ଦିଗରେ, ପୁରୀରୁ 03102 ପୁରୀ-କୋଲକାତା ହୋଲି ସ୍ପେଶାଲ୍ 14, 19 ଏବଂ 21 ମାର୍ଚ୍ଚ 2025 ଦିନ ଅପରାହ୍ନ 03ଘ.30ମି.ରେ ଛାଡି କୋଲକାତା ଯାତ୍ରା କରିବ।

ବିଶାଖାପାଟଣା-ବେଙ୍ଗାଲୁରୁ ହୋଲି ସ୍ପେଶାଲ୍:

08549/08550 ବିଶାଖାପାଟଣା – ବେଙ୍ଗାଲୁରୁ – ବିଶାଖାପାଟଣା ହୋଲି ସ୍ପେଶାଲ୍ ବିଶାଖାପାଟଣାରୁ 9 ମାର୍ଚ୍ଚରୁ 23 ମାର୍ଚ୍ଚ 2025 ମଧ୍ୟରେ ପ୍ରତି ରବିବାର ଦିନ ଅପରାହ୍ନ 03ଘ.30ମି.ରେ ଛାଡି ବେଙ୍ଗାଲୁରୁ ଯାତ୍ରା କରିବ। ଫେରିବା ଦିଗରେ, ଏହି ଟ୍ରେନ ବେଙ୍ଗାଲୁରୁରୁ 10 ମାର୍ଚ୍ଚରୁ 24 ମାର୍ଚ୍ଚ 2025 ମଧ୍ୟରେ ପ୍ରତି ସୋମବାର ଦିନ ଅପରାହ୍ନ 03ଘ.50ମି.ରେ ଛାଡି ବିଶାଖାପାଟଣା ଯାତ୍ରା କରିବ।

ସ୍ପେଶାଲ୍ ଟ୍ରେନଗୁଡ଼ିକର ସେବା ଅଧିକ ବୃଦ୍ଧି

ଉଧନା (ସୁରତ)-ଖୋର୍ଦ୍ଧା ରୋଡ୍ ସ୍ପେଶାଲ୍: ବ୍ରହ୍ମପୁର-ବିଜିଆନଗରମ୍-ରାୟଗଡ଼ା-ଟିଟିଲାଗଡ଼ ଏବଂ ରାୟପୁର ମାର୍ଗ ଦେଇ 09059/09060 ଉଧନା (ସୁରତ)-ଖୋର୍ଦ୍ଧା ରୋଡ୍-ଉଧନା ମଧ୍ୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଅବଧିକୁ 2025 ଏପ୍ରିଲ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି।

02837/02838 ସାନ୍ତ୍ରାଗାଛି-ପୁରୀ-ସାନ୍ତ୍ରାଗାଛି ସାପ୍ତାହିକ ବିଶେଷ ଟ୍ରେନ; 02839/02840 ଶାଲିମାର-ପୁରୀ-ଶାଲିମାର ସାପ୍ତାହିକ ସ୍ପେଶାଲ୍ ଏବଂ 08011/08012 ଭଞ୍ଜପୁର (ବାରିପଦା)-ପୁରୀ-ଭଞ୍ଜପୁର ଦ୍ୱି-ସାପ୍ତାହିକ ସ୍ପେଶାଲ୍ ଟ୍ରେନ ଚଳାଚଳ ଅବଧିକୁ 2025 ଜୁନ୍ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

02811/02812 ଭୁବନେଶ୍ୱର-ଯଶବନ୍ତପୁର (ବାଙ୍ଗାଲୋର)-ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ୍, 08311/08312 ସମ୍ବଲପୁର-ଏରୋଡ୍ (ତାମିଲନାଡୁ)-ସମ୍ବଲପୁର ସାପ୍ତାହିକ ସ୍ପେଶାଲ୍, 08508/08507 ବିଶାଖାପାଟଣା-ଶାଲିମାର-ବିଶାଖାପାଟଣା ସାପ୍ତାହିକ ସ୍ପେଶାଲ୍ ଏବଂ 02832/02831 ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ଦୈନିକ ଚଳାଚଳ କରୁଥିବା ସ୍ପେଶାଲ୍ ଟ୍ରେନ ସେବାକୁ 2025 ଏପ୍ରିଲ୍ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସେହିପରି, 08583/08584 ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସାପ୍ତାହିକ ସ୍ପେଶାଲ୍ ଟ୍ରେନ ଚଳାଚଳ ଦିବସକୁ 2025 ଏପ୍ରିଲ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ହୋଲି ପୂର୍ବରୁ ପାଳନ ହୁଏ ହୋଲିକା ଦହନ ଉତ୍ସବ, ଜାଣନ୍ତୁ କାହିଁକି ଏହା କରାଯାଏ

ଭୁବନେଶ୍ବର: ଭାରତର ଅଧିକାଂଶ ସ୍ଥାନରେ ହୋଲି ଉତ୍ସବ ବା ରଙ୍ଗ ଉତ୍ସବକୁ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ। ବିଶେଷକରି ରଙ୍ଗ ଭାଙ୍ଗ ଏବଂ ସାଙ୍ଗର ସମ୍ମିଶ୍ରଣ ଘଟେ ଏହି ଉତ୍ସବରେ। ତେବେ ହୋଲି ପୂର୍ବଦିନ ରାତିରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ହୋଲିକା ଦହନ ଉତ୍ସବ। ବିଶେଷ କରି ଉତ୍ତର ଭାରତରେ ଏହି ପର୍ବ ଧୂମଧାମରେ ପାଳନ କରାଯାଇଥାଏ।

ରାତିରେ ଶୁଖିଲା କାଠ, ଘସିରେ ଅଗ୍ନି ସଂଯୋଗ କରି ହୋଲିକା ରାକ୍ଷସୀର ପ୍ରତୀକାତ୍ମକ ଦହନ କରାଯାଏ। ସତ୍ୟଯୁଗରେ ହିରଣ୍ୟକଶ୍ୟପୁର ପୁଅ ଭକ୍ତ ପ୍ରହ୍ଲାଦକୁ ମାରିବା ପାଇଁ ତାର ପିଉସୀ ହୋଲିକା ରାକ୍ଷସୀ ନିଜ କୋଳରେ ଧରି ନିଆଁ ଉପରେ ବସିଥିଲା। ଆଶା କରିଥିଲା ଏଭଳି ଭାବେ ବିଷ୍ଣୁଭକ୍ତ ପ୍ରହ୍ଲାଦକୁ ବଧ କରାଯାଇପାରିବ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଭଗବାନଙ୍କ କରୁଣାରୁ ପ୍ରହ୍ଲାଦ ରହିଲେ ଅକ୍ଷତ, କିନ୍ତୁ ହୋଲିକା ହଜିଗଲା ଚିରକାଳ ପାଇଁ ସର୍ବଗ୍ରାସୀ ଅଗ୍ନିର ଲେଲିହାନ ଶିଖାରେ। ଆଉ ତାସହ ପାଲଟିଗଲା ଅନନ୍ତକାଳ ପାଇଁ ଏକ ଅଭିଶପ୍ତ କିମ୍ବଦନ୍ତୀ।

ଆଜି ବି ଦୋଳପୂର୍ଣ୍ଣିମା ପୂର୍ବରାତିରେ ଦୁଷ୍ପ୍ରବୃତ୍ତି, ଅଶ୍ଳୀଳତା ଓ ଦୁରାଚାରର ଅନ୍ତ ପାଇଁ ପାଳିତ ହୁଏ ହୋଲିକା ଦହନ। ଏହିଦିନ ଉତ୍ତର ଭାରତୀୟମାନେ କେତେକ ସ୍ଥାନରେ ଅଗ୍ନିଙ୍କୁ ପ୍ରଥମ ନବାନ୍ନ ଅର୍ପଣ କରି ତା ପରେ ଅବଶିଷ୍ଟ ଅନ୍ନକୁ ପ୍ରସାଦ ରୂପରେ ଗ୍ରହଣ କରିବା ପରମ୍ପରା ବି ରହିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ହୋଲି ପରେ ବଢିଲା କରୋନା ବିପଦ! ଗତ ୨୪ ଘଣ୍ଟାରେ ୪୫୬ ନୂତନ ମାମଲା

ନୂଆଦିଲ୍ଲୀ: ଗୋଟିଏ ଦିନରେ ଭାରତରେ ୪୫୬ ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଯାହାପରେ ମୋଟ ସଂକ୍ରମଣ ସଂଖ୍ୟା ୪.୪୬ କୋଟିରେ ପହଞ୍ଚିଛି। ଏଥି ସହିତ, ଏହି ବୃଦ୍ଧି ପାଉଥିବା ମାମଲା ଦେଖି ପୁଣି ଥରେ ସରକାରଙ୍କ ଚିନ୍ତା ବଢିଛି। ଏହି ବୃଦ୍ଧି ଘଟୁଥିବା ହେତୁ ବର୍ତ୍ତମାନ ଦେଶରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩ ହଜାର ୪୦୬ କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅପଡେଟ୍ ଆକଳନ ଅନୁଯାୟୀ ଶନିବାର ସକାଳ ୮ ଟା ପର୍ଯ୍ୟନ୍ତ ଗୁଜୁରାଟରେ ଜଣେ ରୋଗୀଙ୍କ ମୃତ୍ୟୁ ହେତୁ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୭୮୦ ରେ ପହଞ୍ଚିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ସଂକ୍ରମଣ ମାମଲା ୪,୪୬,୮୯,୯୬୮ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

୬୦ ବର୍ଷ ବୟସ ଅତିକ୍ରମ କଲେ ‘ହୃଦଘାତ’ର ଏହି ଲକ୍ଷଣଗୁଡ଼ିକ ଉପରେ ରଖନ୍ତୁ ତୀକ୍ଷ୍ଣ ନଜର, ଜାଣନ୍ତୁ?

ସ୍ୱାସ୍ଥ୍ୟ ଟିପ୍ସ: ହୋଲିର ଉତ୍ସବ ପରେ ଏକ ଦୁଃଖଦ ଖବର ସମସ୍ତଙ୍କୁ ଚକିତ କରିଛି। କିଏ ଭାବିଥିଲା ଯେ, ଗୋଟିଏ ଦିନ ପୂର୍ବରୁ ହୋଲି ଉତ୍ସବରେ ସୁଖ ବିସ୍ତାର କରିଥିବା ବଲିଉଡର ପ୍ରସିଦ୍ଧ ଅଭିନେତା ସତୀଶ କୌଶିକଙ୍କର କିଛି ଘଣ୍ଟା ପରେ ଦେହାନ୍ତ ହେବ। ଅନେକ ଲୋକଙ୍କ ଉପରେ ତାଙ୍କର ଅଭିନୟର ପ୍ରଭାବ ଛାଡିଥିବା ସତୀଶ କୌଶିକଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି। ତାଙ୍କର ବୟସ ମାତ୍ର ୬୬ ବର୍ଷ ଥିଲା। ଅଭିନେତାଙ୍କ ମୃତ୍ୟୁ ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ, ଦିନେ ପୂର୍ବରୁ ସୁସ୍ଥ ଥିବା ଭେଟେରାନ ଅଭିନେତା କିପରି ହଠାତ୍ ମୃତ୍ୟୁବରଣ କଲେ?

ହୃଦଘାତ କିପରି ଆସେ?:

ହୃଦଘାତକୁ ମାୟୋକାର୍ଡିଆଲ୍ ଇନଫ୍ରାକ୍ସନ ମଧ୍ୟ କୁହାଯାଏ । ଯେତେବେଳେ ହୃଦୟ ମାଂସପେଶୀରେ ରକ୍ତ ଯୋଗାଣ ସଠିକ୍ ଭାବରେ ହୋଇନଥାଏ କିମ୍ବା ବନ୍ଦ ହୋଇଯାଏ, ସେତେବେଳେ ଜଣେ ବ୍ୟକ୍ତି ହୃଦଘାତ ପାଇଥାଏ। ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ରକ୍ତ ପ୍ରବାହକୁ ପୁନଃ ଆରମ୍ଭ କରିବା ପାଇଁ ତୁରନ୍ତ ଚିକିତ୍ସା ଆବଶ୍ୟକ। ଯଦିଓ, ତୁରନ୍ତ ଚିକିତ୍ସା ଉପଲବ୍ଧ ନହୁଏ, ହୃଦୟ ମାଂସପେଶୀ ନଷ୍ଟ ହୋଇଯାଏ ଏବଂ ଯଦି ଅବସ୍ଥା ଖରାପ ହୁଏ, ତେବେ ମୃତ୍ୟୁ ମଧ୍ୟ ହୁଏ। ହୃଦଘାତର ପ୍ରକ୍ରିୟା ଏତେ ଦ୍ରୁତ ଯେ ତୁରନ୍ତ ଚିକିତ୍ସାରେ ପହଞ୍ଚିବା ଅସମ୍ଭବ ଅଟେ। ଏହି କାରଣରୁ ହୃଦଘାତ ରୋଗୀଙ୍କ ମୃତ୍ୟୁ ହେବାର ଆଶଙ୍କା ଅଧିକ ଥାଏ।

ଯଦି ଜଣଙ୍କର ବୟସ ୬୦ବର୍ଷରୁ ଅଧିକ, ତେବେ ହୃଦଘାତର ବିପଦ ପୂର୍ବରୁ, ତୁରନ୍ତ ଏହି ସଂକେତଗୁଡ଼ିକୁ ଚିହ୍ନଟ କରିବା ଉଚିତ: –

ହୃଦଘାତର ଏହି ଲକ୍ଷଣଗୁଡ଼ିକୁ ଚିହ୍ନନ୍ତୁ:

୧. ହୃଦଘାତର ଅଧିକାଂଶ କ୍ଷେତ୍ରରେ ଛାତିର ମଧ୍ୟଭାଗ କିମ୍ବା ବାମ ପାର୍ଶ୍ୱରେ ଅସ୍ୱାଭାବିକତା କିମ୍ବା ସାମାନ୍ୟ ଯନ୍ତ୍ରଣା ଅନୁଭବ ହୁଏ, ଯାହାକି କିଛି ମିନିଟରୁ ଅଧିକ ସମୟ ଧରି ରହିପାରେ। ଛାତି ଅସ୍ୱାଭାବିକତା ଅସହଜ ଚାପ, କଷ୍ଟ କିମ୍ବା ଯନ୍ତ୍ରଣା ପରି ଅନୁଭବ କରିପାରେ। ଛାତିରେ ସାମାନ୍ୟ ଅସ୍ୱାଭାବିକତା କିମ୍ବା ଜଳୁଥିବା ସମ୍ବେଦନଶୀଳତା ସାଧାରଣତଃ ଗ୍ୟାସ୍ ଭାବରେ ଅଣଦେଖା କରାଯାଏ। ଏଥିସହ କାନ୍ଧ କିମ୍ବା ବାହୁରେ ଯନ୍ତ୍ରଣା ମଧ୍ୟ ଏଡ଼ାଇ ଦିଆଯାଏ। ଛାତିରେ ଯେକୌଣସି ପ୍ରକାରର ଭାର କିମ୍ବା ଯନ୍ତ୍ରଣାକୁ କେବେ ହେଲେ ଅଣଦେଖା କରାଯିବା ଉଚିତ୍ ନୁହେଁ।

୨. ଦୁର୍ବଳତା ଅନୁଭବ କରିବା କିମ୍ବା ବାନ୍ତି ଏବଂ ମୁଣ୍ଡ ବୁଲାଇବା। ଥଣ୍ଡା ଝାଳ ବାହାରିବା।

୩. ବେକ, ପିଠି କିମ୍ବା ଉପର ପେଟରେ ଯନ୍ତ୍ରଣା ଏବଂ ଅସ୍ୱାଭାବିକତା।

୪. ଗୋଟିଏ କିମ୍ବା ଦୁଇ ହାତ କିମ୍ବା କାନ୍ଧରେ ଯନ୍ତ୍ରଣା କିମ୍ବା ସମସ୍ୟା।

୫. ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା। ଛାତି ଯନ୍ତ୍ରଣା ସହିତ ଏହା ପ୍ରାୟତଃ ହୋଇଥାଏ। ତେବେ ଛାତି ଅସ୍ୱାଭାବିକ ହେବା ପୂର୍ବରୁ ଶ୍ୱାସକ୍ରିୟାରେ ମଧ୍ୟ ସମସ୍ୟା ଦେଖାଦେଇପାରେ।

୬. ଅତ୍ୟଧିକ ଝାଳ

୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି କିପରି ହୃଦଘାତରୁ ରକ୍ଷା ପାଇପାରିବେ?:

୧. ଧୂମପାନ ଛାଡନ୍ତୁ। ଦ୍ୱିତୀୟ ଥର ଧୂମପାନକୁ ମଧ୍ୟ ଏଡ଼ାନ୍ତୁ।

୨. ସର୍ବଦା ୧୨୦/୮୦ mm Hg ତଳେ ରକ୍ତଚାପ ବଜାୟ ରଖନ୍ତୁ।

୩. କୋଲେଷ୍ଟ୍ରଲ୍ର ସ୍ତର ଯାଞ୍ଚ କରନ୍ତୁ।

୪. ସନ୍ତୁଳିତ ଚର୍ବି, ଟ୍ରାନ୍ସ ଫ୍ୟାଟ୍, ସୋଡିୟମ୍ (ଲୁଣରେ ଉପସ୍ଥିତ) ଏବଂ ଅତିରିକ୍ତ ଶର୍କରାଯୁକ୍ତ ଖାଦ୍ୟ ପଦାର୍ଥରୁ ଦୂରେଇ ରୁହନ୍ତୁ।

୫. ଶାରୀରିକ ଭାବରେ ସକ୍ରିୟ ରୁହନ୍ତୁ। ସପ୍ତାହରେ ୧୫୦ ମିନିଟର ମଧ୍ୟମ-ତୀବ୍ର ଶାରୀରିକ କାର୍ଯ୍ୟକଳାପର ଏକ ଲକ୍ଷ୍ୟ ସ୍ଥିର କରନ୍ତୁ।

୬. ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ।

୭. ଉପବାସରେ ରକ୍ତ ଶର୍କରା ୧୦୦ ମିଗ୍ରା / dL ରୁ କମ୍ ହେବା ଉଚିତ୍।

୮. ଭଲ ନିଦ ନିଅନ୍ତୁ। ଦିନକୁ ୭ ରୁ ୯ ଘଣ୍ଟା ଶୋଇବା ଉଚିତ୍।

୯. ନିୟମିତ ଡାକ୍ତରୀ ଯାଞ୍ଚ କରନ୍ତୁ।

୧୦. ଠିକ୍ ସମୟରେ ଆପଣଙ୍କର ଔଷଧ ନିଅନ୍ତୁ।

୧୧. ସ୍ୱାସ୍ଥ୍ୟ ବିଷୟରେ ଅବହେଳା କରନ୍ତୁ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ହୋଲି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

ଭୁବନେଶ୍ବର: ଆଜି ହେଉଛି ରଂଗର ଖେଳ ହୋଲି। ଆଜି ବିଭିନ୍ନ ରଂଗରେ ସାରା ରାଜ୍ୟ ରଂଗୀନ ହୋଇଯାଇଛି। ପରସ୍ପର ମଧ୍ୟରେ ରଂଗ ବୋଳାବୋଳି ହୋଇ ଏହି ଖେଳ ଆନନ୍ଦ ଉତ୍ସାହର ସହ ପାଳିତ ହୋଇଛି। ଏହି ହୋଲି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏକ ଟୁଇଟ କରି ସେ କହିଛନ୍ତି ଯେ, ‘ରଙ୍ଗ ଓ ଆନନ୍ଦର ପବିତ୍ର ପର୍ବ ହୋଲି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ରାଧାଗୋବିନ୍ଦଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ରଙ୍ଗର ପର୍ବ ହୋଲି ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିମୟ ହେଉ। ସମସ୍ତେ ସୁରକ୍ଷିତ ଭାବେ ହୋଲି ଉତ୍ସବ ପାଳନ କରନ୍ତୁ। ଜୟ ଜଗନ୍ନାଥ।’

Categories
ଆଜିର ଖବର ଜାତୀୟ ଖବର

ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରଙ୍ଗ ଓ ଉଲ୍ଲାସର ପର୍ବ ହୋଲି। ଗୁରୁବାର କେତେକ ସ୍ଥାନରେ ହୋଲି ଉତ୍ସବ ପାଳନ କରାଯାଉଥିବା ବେଳେ ଶୁକ୍ରବାର ସାରା ଦେଶର ଏହି ହୋଲି ପର୍ବକୁ ଆନନ୍ଦର ସହିତ ପାଳନ କରାଯିବ। ରଙ୍ଗ ଓ ଭାଇଚାରାର ଏହି ପର୍ବକୁ ପାଳନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଟୁଇଟ୍‌ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରଙ୍ଗ ଓ ଉଲ୍ଲାସର ପର୍ବ ହୋଲି ଉପଲକ୍ଷେ ଦେଶ ତଥା ବିଦେଶରେ ଥିବା ସମସ୍ତ ଭାରତୀୟକୁ ଶୁଭ ଅଭିନନ୍ଦନ ଜଣାଇବା ସହ ଏହି ପର୍ବ ସମସ୍ତଙ୍କ ଜୀବନରେ ଶୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି ଟୁଇଟ୍‌ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେହିପରି ପ୍ରଧାନମନ୍ତ୍ରୀ ହୋଲିର ଶୁଭ ମୂହୁର୍ତ୍ତରେ ଦେଶର ଭାଇ ଓ ଭଉଣୀ ମାନଙ୍କୁ ହିନ୍ଦୀ ଭାଷାରେ ଶୁଭକାମନା ଜଣାଇ ଟ୍ବିଟ୍‌ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ହୋଲି ପରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଉପହାର!, DA ଉପରେ ଶୀଘ୍ର ହୋଇପାରେ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଶୀଘ୍ର ଶେଷ ହୋଇପାରେ। ଅନେକ ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ, ସପ୍ତମ ବେତନ ଆୟୋଗ ଅଧୀନରେ ସରକାର DA ଏବଂ DR ବୃଦ୍ଧି କରିପାରନ୍ତି। DA ଏବଂ DR ଉପରେ ଏହି ନିଷ୍ପତ୍ତି ମାର୍ଚ୍ଚ ୮ ତାରିଖ ଅର୍ଥାତ୍ ହୋଲି ପରେ ଆସିପାରେ। ତେବେ ଏପର୍ଯ୍ୟନ୍ତ କୌଣସି ସରକାରୀ ତାରିଖ ପ୍ରକାଶ କରାଯାଇ ନାହିଁ। ଏଭଳି ପରିସ୍ଥିତିରେ ଲକ୍ଷ ଲକ୍ଷ କର୍ମଚାରୀ ସରକାରୀ ଘୋଷଣାକୁ ଅପେକ୍ଷା କରିରହିଛନ୍ତି।

ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, କେନ୍ଦ୍ର ସରକାର ଡିଏକୁ 4 ପ୍ରତିଶତ ବୃଦ୍ଧି କରିପାରନ୍ତି। ଯଦି ଏହି ବୃଦ୍ଧି ଘଟେ, ତେବେ DA ଏବଂ DR ୪୨ ପ୍ରତିଶତକୁ ବୃଦ୍ଧି ପାଇବ। ଏହାର ଅର୍ଥ କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ। ବର୍ତ୍ତମାନ ମହଙ୍ଗା ଭତ୍ତା ୩୮ ପ୍ରତିଶତ ଅଟେ।

ମହଙ୍ଗା ଭତ୍ତାର ଶେଷ ବୃଦ୍ଧି ଅର୍ଥାତ୍ କର୍ମଚାରୀଙ୍କ ପାଇଁ ଡିଏ ଏବଂ ପେନସନଭୋଗୀଙ୍କ ପାଇଁ ଡିଆର ଜୁଲାଇ ୧ ତାରିଖ ୨୦୨୨ରୁ ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ସମାନ ବୃଦ୍ଧି ଘଟିଥିଲା। ଏହି ବୃଦ୍ଧି ସପ୍ତମ ବେତନ ଆୟୋଗ ଅଧୀନରେ କରାଯାଇଛି। କର୍ମଚାରୀମାନଙ୍କୁ ମୁଦ୍ରାସ୍ଫୀତିରୁ ମୁକ୍ତି ଦେବା ପାଇଁ ଏହି ଭତ୍ତା ଦିଆଯାଏ।

ହୋଲି ପରେ, ଡିଏ ବ୍ୟତୀତ କେନ୍ଦ୍ର ସରକାର କର୍ମଚାରୀଙ୍କ ମୌଳିକ ବେତନ ବୃଦ୍ଧି ଉପରେ ମଧ୍ୟ ଧ୍ୟାନ ଦିଆଯାଇପାରେ। କେନ୍ଦ୍ର ସରକାର କର୍ମଚାରୀଙ୍କ ମୌଳିକ ବେତନକୁ ୧୮,୦୦୦ ରୁ ୨୬,୦୦୦ ଟଙ୍କାକୁ ବୃଦ୍ଧି କରିପାରନ୍ତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ସଂସ୍କୃତି

ଉତ୍କଳୀୟ ଭୂଖଣ୍ଡରେ ବସନ୍ତ ପର୍ବ

ଡକ୍ଟର ଫକୀର ମୋହନ ନାହାକ

ଉତ୍କଳୀୟ ଭୂଖଣ୍ଡରେ ବସନ୍ତର ବିଭା ହିଁ ବିଚିତ୍ର। ଆମ ଜନଜୀବନ ସହିତ ସହସ୍ର ବର୍ଷରୁ ସଂଯୁକ୍ତ ହୋଇ ରହିଛି ଏହି ବସନ୍ତ ଉତ୍ସବ। ଉତ୍କଳର ମଉଡ଼ମଣି ସ୍ୱୟଂ ଶ୍ରୀଜଗନ୍ନାଥ ଖେଳନ୍ତି ହୋଲି। ଦୋଳବେଦୀରେ ଦୋଳଗୋବିନ୍ଦ ରୂପରେ ଦର୍ଶନ ଦେଇ ଦୀନ ଦୁଃଖୀ ଦରିଦ୍ରଙ୍କ ଦୂରକରନ୍ତି ଦୁଃଖ। ସେହି ଦୋଳଗୋବିନ୍ଦଙ୍କ ଦର୍ଶନରେ ଜନ୍ମମୃତ୍ୟୁର ଚିରଘୂର୍ଣ୍ଣାୟମାନ ଚକ୍ରରୁ ମୁକ୍ତିମିଳେ ବୋଲି ଶାସ୍ତ୍ର କହେ।

ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍, ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମଂ ନବିଦ୍ୟତେ ।।    

ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ, ରଥରେ ବାମନରୂପୀ ତ୍ରିବିକ୍ରମଙ୍କ ଦର୍ଶନ କଲେ ପୁନର୍ଜନ୍ମରୁ ମୁକ୍ତି ମିଳିଥାଏ । ଏହି ବିଶ୍ୱାସ ଟିକକ ନେଇ କାଳ କାଳରୁ ରାଧାଗୋବିନ୍ଦଙ୍କୁ ନେଇ ଦୋଳବିମାନରେ ନଗର ପରିକ୍ରମା କରାଉଛି ଉତ୍କଳୀୟ ଜୀବନ । ଆଜି ବି ଓଡ଼ିଶାର ପଲ୍ଲୀ ଜୀବନରେ ପ୍ରଚଳିତ ଲୋକଗୀତରେ କୁଆଁରୀ ଓ ଯୁବତୀମାନେ କହନ୍ତି,

ଆଦ୍ୟମାର୍ଗଶିର ଶିଶିର ଶୀତ, ଶ୍ରୀକୃଷ୍ଣ ଜାଣନ୍ତି ରାଧିକା ଚିତ୍ତ ।।

ପୌଷେ ଚନ୍ଦ୍ରାବଳୀ ଜପଇ ବସି, ହସ୍ତେ ବନମାଳା ଗଳେ ତୁଳସୀ ।।

ଆସିବେ ମାଧୋଇ ମାଘରେ ବୋଲି, ସଜାଇଥିଲି ମୁଁ କାନନ ମଲ୍ଲୀ ।।

ଫଗୁଣ ମାସରେ ରାଧାଗୋବିନ୍ଦ, ଫଗୁ ଖେଳନ୍ତି ହୋଇଣ ଆନନ୍ଦ ।।  

ଫାଲଗୁନ ଶୁକ୍ଳ ଦଶମୀ ବା ଫଗୁ ଦଶମୀରୁ ଗାଁ ଗାଁରେ ଆରମ୍ଭ ହୁଏ ଦୋଳଯାତ୍ରା। ଠାକୁର ବିମାନରେ ବସି ନଗର ପରିକ୍ରମା କରିବା ସହ ଦ୍ୱାରେ ଦ୍ୱାରେ ଭୋଗ ଖାଆନ୍ତି। ପୁଣି ଦୋଳପୂର୍ଣ୍ଣିମାରୁ ଚୈତ୍ର କୃଷ୍ଣ ପଞ୍ଚମୀ ଯାଏଁ ଏହି ନୀତି ସମ୍ପନ୍ନ ହୁଏ ଏବଂ ଶେଷରେ ହୁଏ ପଞ୍ଚଦୋଳ।

ସେହିପରି କେତେକ ସ୍ଥାନରେ ଚୈତ୍ର କୃଷ୍ଣ ଦଶମୀ ଯାଏଁ ଦୋଳଯାତ୍ରା ଆୟୋଜନ ହେବାର ପରମ୍ପରା ରହିଛି। ଯାହାକୁ ମିଳିଛି ଦଶଦୋଳର ମାନ୍ୟତା। ଦୋଳ ଉତ୍ସବର ଏକ ବିଚିତ୍ର ପରମ୍ପରା ହେଉଛି ଯେ, ଏଠାରେ ମଣିଷ ଓ ଦେବତା ଏକା ସାଙ୍ଗରେ ରଙ୍ଗ ଅବିର ଖେଳନ୍ତି। ରାଧା-କୃଷ୍ଣଙ୍କ ପରମ ପ୍ରେମରେ ପ୍ରେମମୟ ହୋଇଉଠେ ପରିବେଶ। ସମାଜିକ ଜନଜୀବନରେ ସଦଭାବ, ସହୃଦୟତା, ଆପଣାପଣର ଚରମ ନିଦର୍ଶନ ଦୋଳଉତ୍ସବ।

ଯେତେବେଳେ ମେଳଣ ପଡ଼ିଆରେ ଆଖ ପାଖ ଗାଁର ମନ୍ଦିରରୁ ବାହାରି ରାଧାଗୋବିନ୍ଦ ଦୋଳବିମାନରେ କାନ୍ଧରେ ବୁହାହୋଇ ଗୋଟିଏ ଯାଗାରେ ଏକାଠି ହୁଅନ୍ତି, ସେଇଠି ମିଳେଇ ଯାଏ ସବୁ ମାନ ଅଭିମାନ। ଘଣ୍ଟ, ଘଣ୍ଟା, କାହାଳୀ, ଖୋଳ କରତାଳ ଓ ମୃଦଙ୍ଗର ତାଳରେ ଉଦଣ୍ଡ କୀର୍ତ୍ତନ କରନ୍ତି ସମସ୍ତେ।

ଠାକୁର, ମଣିଷ ଏବଂ ପ୍ରକୃତି ସମସ୍ତେ ଏକାକାର ହୋଇ ଯାଆନ୍ତି ରଙ୍ଗରେ, ଅବିରରେ, ଫଗୁରେ, ଫଗୁଣର ମିଠା ମିଠା ଛୁଆଁରେ ଏବଂ ପ୍ରକୃତିର ପରଶରେ। ଗାଁ ଗାଁ ପାଲଟିଯାଏ ବୃନ୍ଦାବନ। ରାଧାଗୋବିନ୍ଦଙ୍କ ସାଙ୍ଗରେ ଗାଁଲୋକେ ପାଲଟିଯାଆନ୍ତି ଗୋପାଳ ଗୋପାଙ୍ଗନା। ମଧୁ ମଳୟରେ ରାଧାଗୋବିନ୍ଦଙ୍କ ସାନ୍ନିଧ୍ୟର ଏ ମଧୁର ଅନୁଭବ ପିଣ୍ଡିକ ଶ୍ରୀଚନ୍ଦନଙ୍କ ବସନ୍ତରାସରେ ବିସ୍ତରିଯାଏ ବହୁଦିଗ ।

ମଳୟ ଅଚଳ ସମ୍ପ୍ରତି ପ୍ରଚଳ ଦକ୍ଷିଣା ପବନ ବହିଲା । ତରୁ ଲତା ସବୁ ନୂତନ ପଲ୍ଲବ ରସାଳ ମୁକୁଳ ଧଇଲା ।।

ନବ ବସନ୍ତ ସମୟ .. ନବ ବୃନ୍ଦାବନ ରସମୟ ହେ .. ନବ ବସନ୍ତ ସମୟ ।।

ପ୍ରକୃତି ସହିତ ନିବିଡ଼ ଭାବେ ଜଡ଼ିତ ଦୋଳ ଉତ୍ସବରେ ବୃନ୍ଦାବନବିହାରୀ ରାଧାଗୋବିନ୍ଦଙ୍କୁ କଞ୍ଚାଆମ୍ବ, ଗୁଡ଼, ଚଣା, ଅବିର, କ୍ଷୀର ଏବଂ ଅକ୍ଷତକୁ ନୈବେଦ୍ୟ ରୂପରେ ବାଢ଼ିଦେଇ ପୂଜା କରିବା ପରମ୍ପରା ଉତ୍କଳର ।  ମୂଳତଃ ଦୋଳ ଉତ୍ସବ, ବସନ୍ତ ଉତ୍ସବ ବା ରଙ୍ଗ ଉତ୍ସବ ପନ୍ଦର ଦିନ ଧରି ସମସ୍ତଙ୍କୁ ବିମୋହିତ କରି ରଖେ ।

( ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ, ଫୋନ୍- 9937252464 )

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଦୋଳ ପୁନେଇରେ ବାପଘର ଦୁଆରେ ତୋରାଣୀ ପିଇଲେ ମା’ ଭଗବତୀ

ସୀତାରାମ ଅଗ୍ରୱାଲ

ବାଣପୁର: ସମଗ୍ର ଓଡ଼ିଶାର ପୁରପଲ୍ଲୀରେ ଦୋଳପୂର୍ଣ୍ଣମୀ, ହୋଲି ମହା ଆଡ଼ମ୍ବରରେ ପାଳିତ ହେଉଥିବାବେଳେ ଭଗବତୀ ପୀଠ ବାଣପୁରରେ ନିଆରା ଢଙ୍ଗରେ ପାଳିତ ହୁଏ ଦୋଳପର୍ବ।ଶ୍ରୀକ୍ଷେତ୍ର ଓ ଗଡ଼ଜାତ ମାନଙ୍କରେ ଶ୍ରୀ ଜଗନ୍ନାଥଙ୍କ ପ୍ରତୀକ ଦୋଳଗୋବିନ୍ଦ ଏହି ଯାତ୍ରାର ପୁରଧା ଭାବରେ ଚାଚେରୀ ଖିଆ ଓ ଅବିର ସହିତ ଦୋଳି ଖେଳରେ ଅଂଶଗ୍ରହଣ କରୁଥିବାବେଳେ ଏଠାରେ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ଫାଲଗୁନ ଶୁକ୍ଳ ଏକାଦଶୀଠାରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ୬ ଦିନ ଧରି ବାଣପୁରର ଅଚ୍ୟୁତରାଜପୁର, ଶ୍ରୀନିବାସପୁର, ତୁଳସୀ ଦେଇପୁର ପରି ବ୍ରାହ୍ମଣ ଶାସନ, କଠିନାହାକ ସେବାୟତ ଓ ଶେଷରେ ବାପଘର ଭାବେ ପରିଚିତ ପରିଛା ସାଆନ୍ତଙ୍କ ଦୁଆରେ ଉଭାହୋଇ ଶୁଧପୁତ ଭାବରେ ପ୍ରସ୍ତୁତ ଶଙ୍କୁଡ଼ି, ନିଶଙ୍କୁଡି ନୈବେଦ୍ୟ ଲାଗି ହୋଇ ପ୍ରାଚୀନ କାଳରୁ ପ୍ରଚଳିତ ବାପ ଘର ସ୍ନେହସୋହାଗର ପୁନେଇ ଖିଆ ପରମ୍ପରାର ପ୍ରତୀକ ତୋରାଣି ପିଇ ଭାରଥୁର ଧରି ମନ୍ଦିର ପ୍ରତ୍ୟାଗମନ କରିବାର ଏହି ଅନନ୍ୟ ପରମ୍ପରା ଅନ୍ୟତ୍ର ଦେଖିବାକୁ ମିଳେନାହିଁ।

ଏଥିପାଇଁ ଦୋଳପୂର୍ଣ୍ଣମୀରେ ବାପ ଘରୁ ଝିଅ ଘରକୁ ଶାଢୀ, ଚୁଡ଼ି, ଅଳତା, ସିନ୍ଦୁର, ଡାଲା ବାଉଁଶିଆ, ମୁଆଁ ଉଖୁଡ଼ା, ଚଣାଖଜା ପିଠା, ଭାର ଯିବାର ପରମ୍ପରା ଅନୁସାରେ ପ୍ରଚଳିତ କିମ୍ବଦନ୍ତୀକୁ ବିଶ୍ୱାସ କରି ମା’ ଭଗବତୀଙ୍କୁ ମଧ୍ୟ ନିଜର କନ୍ୟା ଭାବରେ ଗ୍ରହଣ କରି ପରିଛା ସାଆନ୍ତ ମା’ଙ୍କୁ ସବୁ ପ୍ରଦାନ କରିଥାନ୍ତି। ବରଷକୁ ଥରେ ଥାଟ ପଟୁଆର ବାଜାରୋଷଣୀରେ ନିଜ ଦୁଆରେ ମା’ଙ୍କ ଉପସ୍ଥିତିକୁ ନିଜର କନ୍ୟା ଭାବରେ ଭାବବିହ୍ୱଳର ସହିତ ସାଦରେ ଗ୍ରହଣ କରି ଶଙ୍କୁଡିରେ ମା’ଙ୍କ ପାଇଁ ପ୍ରିୟ ଖେଚଡ଼ି, ମାଛମହୁର, ମାଛ ଭଜା, ବଳି ପୋଡା, ଖିରି କାକରା, ମଣ୍ଡା, ଏଣ୍ଡୁରି ପ୍ରସ୍ତୁତ କରିବା ସହିତ ନିଶଙ୍କୁଡିରେ ଖଇ ମୁଆଁ, ଚଣା, ଫେଣିଶାକର, ଫଳ ମୂଳ ଇତ୍ୟାଦି ବଢାଯାଇ ଭୋଗ ଲାଗି ହୁଏ।

ମା’ଙ୍କ ସହିତ ଚନ୍ଦ୍ରଶେଖରଦେବ, ଗୋପୀନାଥଦେବ, ରଙ୍କ ନାଥ ଦେବ, ରଘୁନାଥ ଦେବ, ଏବଂ ବାଲୁଗାଁର ଆରାଧ୍ୟ ଠାକୁର ଉମାମହେଶ୍ଵର ଦେବ ମିଳିତ ଭାବରେ ଦୋଳପର୍ବରେ ସାମିଲ ହୋଇ ପରିଛାଙ୍କ ଦୁଆରେ ଭୋଗ ଲାଗି ପରେ ବିଷର ପାଟଣାଠାରେ ଅଗିରା ପୋଡ଼ିରେ ଅଂଶଗ୍ରହଣ କରି ମନ୍ଦିରକୁ ଫେରିବା ପରେ ଦୋଳିରେ ବିଜେ କରି ଦୋଳି ଖେଳନ୍ତି।

ପରମ୍ପରା ଅନୁସାରେ ମନ୍ଦିରଖଡ଼ି ରତ୍ନ ପାଞ୍ଜିଆ ମା’ଙ୍କ ଦୋଳମଣ୍ଡପରେ ନୂତନ ବର୍ଷର ପାଞ୍ଜି ପଠନ କରିବା ପରେ ଦୋଳପର୍ବ ସମାପନ ହୁଏ। ଚଳିତ ବର୍ଷମା’ଙ୍କ ଏହି ଯାତ୍ରାରେ ଅବିର ଖେଳ ସହିତ ମା’ଙ୍କ ପ୍ରସାଦ ପାଇବା ପାଇଁ ପରିଛାଙ୍କ ଦୁଆରେ ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଡ଼ିଶାରେ ହୋଲି ପାଳିବେ ବିଗ ବସ୍ ୧୫ ବିଜେତା ତେଜସ୍ୱୀ

ଭୁବନେଶ୍ଵର: ହୋଲି ସେଲିବ୍ରେସନ ପାଇଁ ଓଡ଼ିଶାରେ ତେଜସ୍ୱୀ ପ୍ରକାସ। ଦମଦାର ହେବ ପ୍ରି-ହୋଲି ସେଲିବ୍ରେସନ, ସେଥିପାଇଁ ପହଁଚିଛନ୍ତି ବିଗ ବସ୍ ୧୫ ବିଜେତା। ବସନ୍ତରେ ପ୍ରାରମ୍ଭରେ ଉଡିବ ଅବୀର। ସମ୍ପର୍କରେ ଲାଗିବ ପ୍ରେମର ରଙ୍ଗ। ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ରଙ୍ଗର ଖେଳରେ ମସଗୁଲ ହୁଅନ୍ତି। ଆଉ ଏଥର ହୋଲିରେ ରଙ୍ଗ ଖେଳିବେ ବିଗବସ୍ ବିଜେତା ତଥା ଲୋକପ୍ରିୟ ହିନ୍ଦୀ ସିରିୟଲ ଅଭିନେତ୍ରୀ ତେଜସ୍ୱୀ ପ୍ରକାସ।

ସୋମବାର ସକାଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଥିଲେ ବିଗ୍ ବସ୍ ୧୫ ବିଜେତା ତଥା ନାଗିନ 6ର ମୁଖ୍ୟ ନାୟିକା ତେଜସ୍ୱୀ ପ୍ରକାସ। ପୁରୀ କୋଣାର୍କ ମେରାଇନ ଡ୍ରାଇଭରେ ଥିବା ବାଇକ୍ ସ୍ପଲାସ ଓ୍ବାଟର ପାର୍କରେ ଆୟୋଜିତ ହେବାକୁ ଥିବା ହୋଲି ସେଲିବ୍ରେସନ କଯ୍ୟକ୍ରମରେ ଯୋଗ ଦେବେ। ମୁଖ୍ୟ ଆକର୍ଷଣ ରହିବେ ତେଜସ୍ୱୀ।

ଏହି କାର୍ଯ୍ୟକ୍ରମ ୨ଦିନ ଧରି ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭରେ ଥିବା ଓଡ଼ିଶା ନଂ ୧ ବ୍ଲୁ ସ୍ପ୍ଲାସ୍ ୱାଟରପାର୍କ କ୍ୟାମ୍ପସରେ ଚାଲିବ। ଏଥିରେ ବଲିଉଡ କଳାକାର ତଥା ବିଗ୍ ବସ୍ ବିଜେତା ତେଜସ୍ୱୀ ପ୍ରକାଶ, ଏଲଏସଡି ଗାର୍ଲସ ବ୍ୟାଣ୍ଡ, ଡିଜେ ଏବଂ ଓଲିଉଡ୍ କଳାକାର ମାନେ ମଧ୍ୟ ରହିବେ, ଯେଉଁମାନଙ୍କ ମଧ୍ୟରେ ପ୍ରିୟା ଚୌଧୁରୀ, ସୁପ୍ରିୟା ନାୟକ, ସସ୍ମିତା ପଣ୍ଡା, ମନସ୍ୱିନୀ, କୁକିଜ୍ ଙ୍କ ଛଡା ଗୁଡୁ, ଅଭିଜିତ୍ ଦାଶ ଓ ଅନ୍ୟମାନେ ମଧ୍ୟ ସାମିଲ୍ ହେବେ। ଗତ ବର୍ଷ ବିଗ ବସ୍ ୧୫ ଟାଇଟଲ ଜିତିବା ପରେ ଚର୍ଚ୍ଚାକୁ ଆସିଛନ୍ତି ତେଜସ୍ବୀ। ଏବେ ସେ ନାଗିନ 6ରେ ମୁଖ୍ୟ ଅଭିନୟ କରୁଥିବା ବେଳେ ଧାରାବାହିକଟି ଲୋକପ୍ରିୟତା ପାଇଛି। ତେବେ ତେଜସ୍ୱୀ ଓଡିଶା ଆସିଥିବାବେଳେ ଦର୍ଶକ ଉତ୍ସାହିତ ଅଛନ୍ତି।

କାର୍ଯ୍ୟକ୍ରମକୁ ଆୟୋଜନ କରୁଛନ୍ତି ‘ଗ୍ଲାମର୍ ୭୭’ର ସଞ୍ଜୟ ମହାକୁଡ଼, ହେଲ୍ପ ହ୍ୟାଣ୍ଡସ ଫାଉଣ୍ଡେସନର ରୁଦ୍ର ନାରାୟଣ ବେହେରା ଓ ମିଡିଆ ପ୍ଲାନର୍ ର ପ୍ରଣୟ ଜେଠୀ। ସମ୍ପର୍କର ହୋଲିରେ, ପ୍ରାକୃତିକ ରଙ୍ଗର ପସରା। ତା ସହିତ ନାଚଗୀତ ବେଶ ଜମିବ ବୋଲି ଆୟୋଜକ ହେଲପ୍‌ ହ୍ୟାଣ୍ଡସ୍  ଆଶାବାଦୀ ଅଛି।