Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ୮ରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ
ଆଜିର ଖବର

ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ୮ରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

February 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସନ୍ତାକାଲିଠାରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ
ଆସନ୍ତାକାଲିଠାରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

ଭୁବନେଶ୍ଵର: ଓଡ଼ିଶାର ଅଗ୍ରଣୀ ମନୋରଞ୍ଜନ ଚ୍ୟାନେଲ୍ ‘ଜୀ ସାର୍ଥକ’ ଏହାର ନୂତନ ମେଗା ସିରିଏଲ୍ ‘କିଛି ସତ କିଛି ମିଛ’ ମାଧ୍ୟମରେ ଦର୍ଶକଙ୍କୁ ଏକ ଭିନ୍ନ ସ୍ୱାଦର କାହାଣୀ ଭେଟି ଦେବାକୁ ଯାଉଛି। ଏହି ମେଗା ଧାରାବାହିକ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ସୋମବାର ରୁ ଶନିବାର ରାତି ୮ଟାରେ ପ୍ରସାରିତ ହେବ।

କେନ୍ଦ୍ରାପଡ଼ାର ଏକ ଶାନ୍ତ ଉପକୂଳବର୍ତ୍ତୀ ଗ୍ରାମର ପୃଷ୍ଠଭୂମିରେ ଆଧାରିତ ଏହି ଧାରାବାହିକରେ ଦୁଇ ଭଉଣୀଙ୍କ ଭାବପ୍ରବଣ ସମ୍ପର୍କର ଯାତ୍ରାକୁ ଦର୍ଶାଯାଇଛି। ଶାନ୍ତ ଓ ନୀତିବାନ ‘ଛବି’ ଏବଂ ସାହସୀ ତଥା ଜିଦ୍‌ଖୋର ‘ଛାୟା’ଙ୍କ ମଧ୍ୟରେ ଥିବା ଅତୁଟ ଭଲପାଇବା ସେତେବେଳେ ସଙ୍କଟରେ ପଡ଼େ, ଯେତେବେଳେ ଶକ୍ତିଶାଳୀ ମଙ୍ଗରାଜ ପରିବାର ସହ ଏକ ଜମି ଜାଲିଆତି କାରବାରରେ ସେମାନଙ୍କ ବାପାଙ୍କର ଦୁଃଖଦ ମୃତ୍ୟୁ ଘଟେ। ଛବି ଯିଏ କି ସରଳ ବିଶ୍ୱାସୀ ଓ ନିଜ ବୁଦ୍ଧି ବିବେକ ଅନୁସାରେ ସଚ୍ଚୋଟ ମାର୍ଗରେ କାମ କରେ ହେଲେ ଛାୟା ଯିଏ କି ସାହସୀ ଓ ନିର୍ଭୀକ କିନ୍ତୁ ନ୍ୟାୟ ପାଇବା ପାଇଁ ଭୁଲ ଆଉ ଠିକ କିଛି ନଭାବି ଯେ କୌଣସି ରାସ୍ତାରେ ଯିବାକୁ ପ୍ରସ୍ତୁତ ରହିଥାଏ।

କାହାଣୀରେ ମୋଡ଼ ଆସେ ଯେତେବେଳେ ଛବି ଧିରେ ଧିରେ ମଙ୍ଗରାଜ ପରିବାରର ପୁଅ ‘ଆଲୋକ’ ସହ ପ୍ରେମରେ ପଡ଼ିଯାଏ। ଅନ୍ୟପଟେ ଛାୟାର ପ୍ରତିଶୋଧ ପରାୟଣ ମନୋଭାବ। ପ୍ରତିଶୋଧ ଏବଂ ନ୍ୟାୟର ନିଆଁରେ ଜଳୁଥିବା ଛାୟା ନେବ କି ପ୍ରତିଶୋଧ, ଯଦି ନେବ କିପରି ? ସତ କଣ କେବେ ଜଣା ପଡିବ ? ଦୁଇ ଭଉଣୀଙ୍କ ସମ୍ପର୍କ କିପରି ହେବ ? ଏମିତି ବହୁ ପ୍ରଶ୍ନର ଉତ୍ତର ମିଳିବ ଏହି ନୂତନ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ରେ।

ଏହି ମେଗା ସିରିଏଲ୍‌ରେ ଆଲୋକ ଭୂମିକାରେ ଆର୍ଯ୍ୟ ପ୍ରଧାନ, ଛବି ଭୂମିକାରେ ଅର୍ଚ୍ଚିତା ରାଉତ ଏବଂ ଛାୟା ଭୂମିକାରେ ଅଦିତି ଦାଶ ଅଭିନୟ କରିଛନ୍ତି।

ଏହି କାହାଣୀ ମଧ୍ୟ ଆମର ସବୁ ମେଗା ଧାରାବାହିକର କାହାଣୀ ପରି ଓଡ଼ିଶାର ପରମ୍ପରା, ଗ୍ରାମୀଣ ଜୀବନ ଏବଂ ନୈତିକ ମୂଲ୍ୟବୋଧର ଏକ ସୁନ୍ଦର ଚିତ୍ର ପ୍ରଦାନ କରିବା ସହ ଭଲପାଇବା, ବିଶ୍ୱସ୍ତତା, ସତ୍ୟ ଏବଂ ପ୍ରତାରଣାର ସମନ୍ୱୟରେ ଗଢ଼ା ଧାରାବାହିକ ପ୍ରମାଣ କରେ ଯେ, କେବେ କେବେ ସତ ଏବଂ ମିଛ ମଧ୍ୟରେ ଥିବା ସୀମାରେଖା ଅତି ସୂକ୍ଷ୍ମ ହୋଇଥାଏ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ।

କିଛି ସତ କିଛି ମିଛ ଜୀ ସାର୍ଥକ ମେଗା ଧାରାବାହିକ ହୋଲି
Share. Facebook Twitter LinkedIn Email WhatsApp Copy Link

Related Posts

୭୯୨ ବର୍ଷର ପରମ୍ପରା, ମା’ ପାଟଖଣ୍ଡାଙ୍କ ଯାତ୍ରାରେ ଜନସମୁଦ୍ର; ମାନସିକଧାରୀଙ୍କ ଗୁହାରି ଶୁଣୁଛନ୍ତି ଦେବୀ

October 21, 2026

ମିଲାନ ହିଂସା: ମେଲୋନିଙ୍କ ଆକ୍ସନ୍‌, ୫୦୦ ସୈନିକ ମୁତୟନ!

October 21, 2026

ସୁନା ଦରରେ ହ୍ରାସ, ଦୀପାବଳି ସୁଦ୍ଧା ₹୧.୬୫ ଲକ୍ଷ ଛୁଇଁପାରେ!

October 21, 2026

ଘର ଅଗଣାରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ!

October 21, 2026
Latest News

୭୯୨ ବର୍ଷର ପରମ୍ପରା, ମା’ ପାଟଖଣ୍ଡାଙ୍କ ଯାତ୍ରାରେ ଜନସମୁଦ୍ର; ମାନସିକଧାରୀଙ୍କ ଗୁହାରି ଶୁଣୁଛନ୍ତି ଦେବୀ

October 21, 2026

ମିଲାନ ହିଂସା: ମେଲୋନିଙ୍କ ଆକ୍ସନ୍‌, ୫୦୦ ସୈନିକ ମୁତୟନ!

October 21, 2026

ସୁନା ଦରରେ ହ୍ରାସ, ଦୀପାବଳି ସୁଦ୍ଧା ₹୧.୬୫ ଲକ୍ଷ ଛୁଇଁପାରେ!

October 21, 2026

ଘର ଅଗଣାରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ!

October 21, 2026

କିଡନୀ ଷ୍ଟୋନ୍ ସମସ୍ୟାରୁ ମୁକ୍ତି ପାଇଁ କିଛି ସହଜ ଘରୋଇ ଉପଚାର

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.