Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ହୋଲି ପୂର୍ବରୁ ପାଳନ ହୁଏ ହୋଲିକା ଦହନ ଉତ୍ସବ, ଜାଣନ୍ତୁ କାହିଁକି ଏହା କରାଯାଏ

ଭୁବନେଶ୍ବର: ଭାରତର ଅଧିକାଂଶ ସ୍ଥାନରେ ହୋଲି ଉତ୍ସବ ବା ରଙ୍ଗ ଉତ୍ସବକୁ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ। ବିଶେଷକରି ରଙ୍ଗ ଭାଙ୍ଗ ଏବଂ ସାଙ୍ଗର ସମ୍ମିଶ୍ରଣ ଘଟେ ଏହି ଉତ୍ସବରେ। ତେବେ ହୋଲି ପୂର୍ବଦିନ ରାତିରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ହୋଲିକା ଦହନ ଉତ୍ସବ। ବିଶେଷ କରି ଉତ୍ତର ଭାରତରେ ଏହି ପର୍ବ ଧୂମଧାମରେ ପାଳନ କରାଯାଇଥାଏ।

ରାତିରେ ଶୁଖିଲା କାଠ, ଘସିରେ ଅଗ୍ନି ସଂଯୋଗ କରି ହୋଲିକା ରାକ୍ଷସୀର ପ୍ରତୀକାତ୍ମକ ଦହନ କରାଯାଏ। ସତ୍ୟଯୁଗରେ ହିରଣ୍ୟକଶ୍ୟପୁର ପୁଅ ଭକ୍ତ ପ୍ରହ୍ଲାଦକୁ ମାରିବା ପାଇଁ ତାର ପିଉସୀ ହୋଲିକା ରାକ୍ଷସୀ ନିଜ କୋଳରେ ଧରି ନିଆଁ ଉପରେ ବସିଥିଲା। ଆଶା କରିଥିଲା ଏଭଳି ଭାବେ ବିଷ୍ଣୁଭକ୍ତ ପ୍ରହ୍ଲାଦକୁ ବଧ କରାଯାଇପାରିବ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଭଗବାନଙ୍କ କରୁଣାରୁ ପ୍ରହ୍ଲାଦ ରହିଲେ ଅକ୍ଷତ, କିନ୍ତୁ ହୋଲିକା ହଜିଗଲା ଚିରକାଳ ପାଇଁ ସର୍ବଗ୍ରାସୀ ଅଗ୍ନିର ଲେଲିହାନ ଶିଖାରେ। ଆଉ ତାସହ ପାଲଟିଗଲା ଅନନ୍ତକାଳ ପାଇଁ ଏକ ଅଭିଶପ୍ତ କିମ୍ବଦନ୍ତୀ।

ଆଜି ବି ଦୋଳପୂର୍ଣ୍ଣିମା ପୂର୍ବରାତିରେ ଦୁଷ୍ପ୍ରବୃତ୍ତି, ଅଶ୍ଳୀଳତା ଓ ଦୁରାଚାରର ଅନ୍ତ ପାଇଁ ପାଳିତ ହୁଏ ହୋଲିକା ଦହନ। ଏହିଦିନ ଉତ୍ତର ଭାରତୀୟମାନେ କେତେକ ସ୍ଥାନରେ ଅଗ୍ନିଙ୍କୁ ପ୍ରଥମ ନବାନ୍ନ ଅର୍ପଣ କରି ତା ପରେ ଅବଶିଷ୍ଟ ଅନ୍ନକୁ ପ୍ରସାଦ ରୂପରେ ଗ୍ରହଣ କରିବା ପରମ୍ପରା ବି ରହିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ହୋଲି ପରେ ବଢିଲା କରୋନା ବିପଦ! ଗତ ୨୪ ଘଣ୍ଟାରେ ୪୫୬ ନୂତନ ମାମଲା

ନୂଆଦିଲ୍ଲୀ: ଗୋଟିଏ ଦିନରେ ଭାରତରେ ୪୫୬ ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଯାହାପରେ ମୋଟ ସଂକ୍ରମଣ ସଂଖ୍ୟା ୪.୪୬ କୋଟିରେ ପହଞ୍ଚିଛି। ଏଥି ସହିତ, ଏହି ବୃଦ୍ଧି ପାଉଥିବା ମାମଲା ଦେଖି ପୁଣି ଥରେ ସରକାରଙ୍କ ଚିନ୍ତା ବଢିଛି। ଏହି ବୃଦ୍ଧି ଘଟୁଥିବା ହେତୁ ବର୍ତ୍ତମାନ ଦେଶରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩ ହଜାର ୪୦୬ କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅପଡେଟ୍ ଆକଳନ ଅନୁଯାୟୀ ଶନିବାର ସକାଳ ୮ ଟା ପର୍ଯ୍ୟନ୍ତ ଗୁଜୁରାଟରେ ଜଣେ ରୋଗୀଙ୍କ ମୃତ୍ୟୁ ହେତୁ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୭୮୦ ରେ ପହଞ୍ଚିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ସଂକ୍ରମଣ ମାମଲା ୪,୪୬,୮୯,୯୬୮ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

୬୦ ବର୍ଷ ବୟସ ଅତିକ୍ରମ କଲେ ‘ହୃଦଘାତ’ର ଏହି ଲକ୍ଷଣଗୁଡ଼ିକ ଉପରେ ରଖନ୍ତୁ ତୀକ୍ଷ୍ଣ ନଜର, ଜାଣନ୍ତୁ?

ସ୍ୱାସ୍ଥ୍ୟ ଟିପ୍ସ: ହୋଲିର ଉତ୍ସବ ପରେ ଏକ ଦୁଃଖଦ ଖବର ସମସ୍ତଙ୍କୁ ଚକିତ କରିଛି। କିଏ ଭାବିଥିଲା ଯେ, ଗୋଟିଏ ଦିନ ପୂର୍ବରୁ ହୋଲି ଉତ୍ସବରେ ସୁଖ ବିସ୍ତାର କରିଥିବା ବଲିଉଡର ପ୍ରସିଦ୍ଧ ଅଭିନେତା ସତୀଶ କୌଶିକଙ୍କର କିଛି ଘଣ୍ଟା ପରେ ଦେହାନ୍ତ ହେବ। ଅନେକ ଲୋକଙ୍କ ଉପରେ ତାଙ୍କର ଅଭିନୟର ପ୍ରଭାବ ଛାଡିଥିବା ସତୀଶ କୌଶିକଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି। ତାଙ୍କର ବୟସ ମାତ୍ର ୬୬ ବର୍ଷ ଥିଲା। ଅଭିନେତାଙ୍କ ମୃତ୍ୟୁ ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ, ଦିନେ ପୂର୍ବରୁ ସୁସ୍ଥ ଥିବା ଭେଟେରାନ ଅଭିନେତା କିପରି ହଠାତ୍ ମୃତ୍ୟୁବରଣ କଲେ?

ହୃଦଘାତ କିପରି ଆସେ?:

ହୃଦଘାତକୁ ମାୟୋକାର୍ଡିଆଲ୍ ଇନଫ୍ରାକ୍ସନ ମଧ୍ୟ କୁହାଯାଏ । ଯେତେବେଳେ ହୃଦୟ ମାଂସପେଶୀରେ ରକ୍ତ ଯୋଗାଣ ସଠିକ୍ ଭାବରେ ହୋଇନଥାଏ କିମ୍ବା ବନ୍ଦ ହୋଇଯାଏ, ସେତେବେଳେ ଜଣେ ବ୍ୟକ୍ତି ହୃଦଘାତ ପାଇଥାଏ। ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ରକ୍ତ ପ୍ରବାହକୁ ପୁନଃ ଆରମ୍ଭ କରିବା ପାଇଁ ତୁରନ୍ତ ଚିକିତ୍ସା ଆବଶ୍ୟକ। ଯଦିଓ, ତୁରନ୍ତ ଚିକିତ୍ସା ଉପଲବ୍ଧ ନହୁଏ, ହୃଦୟ ମାଂସପେଶୀ ନଷ୍ଟ ହୋଇଯାଏ ଏବଂ ଯଦି ଅବସ୍ଥା ଖରାପ ହୁଏ, ତେବେ ମୃତ୍ୟୁ ମଧ୍ୟ ହୁଏ। ହୃଦଘାତର ପ୍ରକ୍ରିୟା ଏତେ ଦ୍ରୁତ ଯେ ତୁରନ୍ତ ଚିକିତ୍ସାରେ ପହଞ୍ଚିବା ଅସମ୍ଭବ ଅଟେ। ଏହି କାରଣରୁ ହୃଦଘାତ ରୋଗୀଙ୍କ ମୃତ୍ୟୁ ହେବାର ଆଶଙ୍କା ଅଧିକ ଥାଏ।

ଯଦି ଜଣଙ୍କର ବୟସ ୬୦ବର୍ଷରୁ ଅଧିକ, ତେବେ ହୃଦଘାତର ବିପଦ ପୂର୍ବରୁ, ତୁରନ୍ତ ଏହି ସଂକେତଗୁଡ଼ିକୁ ଚିହ୍ନଟ କରିବା ଉଚିତ: –

ହୃଦଘାତର ଏହି ଲକ୍ଷଣଗୁଡ଼ିକୁ ଚିହ୍ନନ୍ତୁ:

୧. ହୃଦଘାତର ଅଧିକାଂଶ କ୍ଷେତ୍ରରେ ଛାତିର ମଧ୍ୟଭାଗ କିମ୍ବା ବାମ ପାର୍ଶ୍ୱରେ ଅସ୍ୱାଭାବିକତା କିମ୍ବା ସାମାନ୍ୟ ଯନ୍ତ୍ରଣା ଅନୁଭବ ହୁଏ, ଯାହାକି କିଛି ମିନିଟରୁ ଅଧିକ ସମୟ ଧରି ରହିପାରେ। ଛାତି ଅସ୍ୱାଭାବିକତା ଅସହଜ ଚାପ, କଷ୍ଟ କିମ୍ବା ଯନ୍ତ୍ରଣା ପରି ଅନୁଭବ କରିପାରେ। ଛାତିରେ ସାମାନ୍ୟ ଅସ୍ୱାଭାବିକତା କିମ୍ବା ଜଳୁଥିବା ସମ୍ବେଦନଶୀଳତା ସାଧାରଣତଃ ଗ୍ୟାସ୍ ଭାବରେ ଅଣଦେଖା କରାଯାଏ। ଏଥିସହ କାନ୍ଧ କିମ୍ବା ବାହୁରେ ଯନ୍ତ୍ରଣା ମଧ୍ୟ ଏଡ଼ାଇ ଦିଆଯାଏ। ଛାତିରେ ଯେକୌଣସି ପ୍ରକାରର ଭାର କିମ୍ବା ଯନ୍ତ୍ରଣାକୁ କେବେ ହେଲେ ଅଣଦେଖା କରାଯିବା ଉଚିତ୍ ନୁହେଁ।

୨. ଦୁର୍ବଳତା ଅନୁଭବ କରିବା କିମ୍ବା ବାନ୍ତି ଏବଂ ମୁଣ୍ଡ ବୁଲାଇବା। ଥଣ୍ଡା ଝାଳ ବାହାରିବା।

୩. ବେକ, ପିଠି କିମ୍ବା ଉପର ପେଟରେ ଯନ୍ତ୍ରଣା ଏବଂ ଅସ୍ୱାଭାବିକତା।

୪. ଗୋଟିଏ କିମ୍ବା ଦୁଇ ହାତ କିମ୍ବା କାନ୍ଧରେ ଯନ୍ତ୍ରଣା କିମ୍ବା ସମସ୍ୟା।

୫. ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା। ଛାତି ଯନ୍ତ୍ରଣା ସହିତ ଏହା ପ୍ରାୟତଃ ହୋଇଥାଏ। ତେବେ ଛାତି ଅସ୍ୱାଭାବିକ ହେବା ପୂର୍ବରୁ ଶ୍ୱାସକ୍ରିୟାରେ ମଧ୍ୟ ସମସ୍ୟା ଦେଖାଦେଇପାରେ।

୬. ଅତ୍ୟଧିକ ଝାଳ

୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି କିପରି ହୃଦଘାତରୁ ରକ୍ଷା ପାଇପାରିବେ?:

୧. ଧୂମପାନ ଛାଡନ୍ତୁ। ଦ୍ୱିତୀୟ ଥର ଧୂମପାନକୁ ମଧ୍ୟ ଏଡ଼ାନ୍ତୁ।

୨. ସର୍ବଦା ୧୨୦/୮୦ mm Hg ତଳେ ରକ୍ତଚାପ ବଜାୟ ରଖନ୍ତୁ।

୩. କୋଲେଷ୍ଟ୍ରଲ୍ର ସ୍ତର ଯାଞ୍ଚ କରନ୍ତୁ।

୪. ସନ୍ତୁଳିତ ଚର୍ବି, ଟ୍ରାନ୍ସ ଫ୍ୟାଟ୍, ସୋଡିୟମ୍ (ଲୁଣରେ ଉପସ୍ଥିତ) ଏବଂ ଅତିରିକ୍ତ ଶର୍କରାଯୁକ୍ତ ଖାଦ୍ୟ ପଦାର୍ଥରୁ ଦୂରେଇ ରୁହନ୍ତୁ।

୫. ଶାରୀରିକ ଭାବରେ ସକ୍ରିୟ ରୁହନ୍ତୁ। ସପ୍ତାହରେ ୧୫୦ ମିନିଟର ମଧ୍ୟମ-ତୀବ୍ର ଶାରୀରିକ କାର୍ଯ୍ୟକଳାପର ଏକ ଲକ୍ଷ୍ୟ ସ୍ଥିର କରନ୍ତୁ।

୬. ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ।

୭. ଉପବାସରେ ରକ୍ତ ଶର୍କରା ୧୦୦ ମିଗ୍ରା / dL ରୁ କମ୍ ହେବା ଉଚିତ୍।

୮. ଭଲ ନିଦ ନିଅନ୍ତୁ। ଦିନକୁ ୭ ରୁ ୯ ଘଣ୍ଟା ଶୋଇବା ଉଚିତ୍।

୯. ନିୟମିତ ଡାକ୍ତରୀ ଯାଞ୍ଚ କରନ୍ତୁ।

୧୦. ଠିକ୍ ସମୟରେ ଆପଣଙ୍କର ଔଷଧ ନିଅନ୍ତୁ।

୧୧. ସ୍ୱାସ୍ଥ୍ୟ ବିଷୟରେ ଅବହେଳା କରନ୍ତୁ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ହୋଲି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

ଭୁବନେଶ୍ବର: ଆଜି ହେଉଛି ରଂଗର ଖେଳ ହୋଲି। ଆଜି ବିଭିନ୍ନ ରଂଗରେ ସାରା ରାଜ୍ୟ ରଂଗୀନ ହୋଇଯାଇଛି। ପରସ୍ପର ମଧ୍ୟରେ ରଂଗ ବୋଳାବୋଳି ହୋଇ ଏହି ଖେଳ ଆନନ୍ଦ ଉତ୍ସାହର ସହ ପାଳିତ ହୋଇଛି। ଏହି ହୋଲି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏକ ଟୁଇଟ କରି ସେ କହିଛନ୍ତି ଯେ, ‘ରଙ୍ଗ ଓ ଆନନ୍ଦର ପବିତ୍ର ପର୍ବ ହୋଲି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ରାଧାଗୋବିନ୍ଦଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ରଙ୍ଗର ପର୍ବ ହୋଲି ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିମୟ ହେଉ। ସମସ୍ତେ ସୁରକ୍ଷିତ ଭାବେ ହୋଲି ଉତ୍ସବ ପାଳନ କରନ୍ତୁ। ଜୟ ଜଗନ୍ନାଥ।’

Categories
ଆଜିର ଖବର ଜାତୀୟ ଖବର

ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରଙ୍ଗ ଓ ଉଲ୍ଲାସର ପର୍ବ ହୋଲି। ଗୁରୁବାର କେତେକ ସ୍ଥାନରେ ହୋଲି ଉତ୍ସବ ପାଳନ କରାଯାଉଥିବା ବେଳେ ଶୁକ୍ରବାର ସାରା ଦେଶର ଏହି ହୋଲି ପର୍ବକୁ ଆନନ୍ଦର ସହିତ ପାଳନ କରାଯିବ। ରଙ୍ଗ ଓ ଭାଇଚାରାର ଏହି ପର୍ବକୁ ପାଳନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଟୁଇଟ୍‌ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରଙ୍ଗ ଓ ଉଲ୍ଲାସର ପର୍ବ ହୋଲି ଉପଲକ୍ଷେ ଦେଶ ତଥା ବିଦେଶରେ ଥିବା ସମସ୍ତ ଭାରତୀୟକୁ ଶୁଭ ଅଭିନନ୍ଦନ ଜଣାଇବା ସହ ଏହି ପର୍ବ ସମସ୍ତଙ୍କ ଜୀବନରେ ଶୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି ଟୁଇଟ୍‌ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେହିପରି ପ୍ରଧାନମନ୍ତ୍ରୀ ହୋଲିର ଶୁଭ ମୂହୁର୍ତ୍ତରେ ଦେଶର ଭାଇ ଓ ଭଉଣୀ ମାନଙ୍କୁ ହିନ୍ଦୀ ଭାଷାରେ ଶୁଭକାମନା ଜଣାଇ ଟ୍ବିଟ୍‌ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ହୋଲି ପରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଉପହାର!, DA ଉପରେ ଶୀଘ୍ର ହୋଇପାରେ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଶୀଘ୍ର ଶେଷ ହୋଇପାରେ। ଅନେକ ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ, ସପ୍ତମ ବେତନ ଆୟୋଗ ଅଧୀନରେ ସରକାର DA ଏବଂ DR ବୃଦ୍ଧି କରିପାରନ୍ତି। DA ଏବଂ DR ଉପରେ ଏହି ନିଷ୍ପତ୍ତି ମାର୍ଚ୍ଚ ୮ ତାରିଖ ଅର୍ଥାତ୍ ହୋଲି ପରେ ଆସିପାରେ। ତେବେ ଏପର୍ଯ୍ୟନ୍ତ କୌଣସି ସରକାରୀ ତାରିଖ ପ୍ରକାଶ କରାଯାଇ ନାହିଁ। ଏଭଳି ପରିସ୍ଥିତିରେ ଲକ୍ଷ ଲକ୍ଷ କର୍ମଚାରୀ ସରକାରୀ ଘୋଷଣାକୁ ଅପେକ୍ଷା କରିରହିଛନ୍ତି।

ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, କେନ୍ଦ୍ର ସରକାର ଡିଏକୁ 4 ପ୍ରତିଶତ ବୃଦ୍ଧି କରିପାରନ୍ତି। ଯଦି ଏହି ବୃଦ୍ଧି ଘଟେ, ତେବେ DA ଏବଂ DR ୪୨ ପ୍ରତିଶତକୁ ବୃଦ୍ଧି ପାଇବ। ଏହାର ଅର୍ଥ କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ। ବର୍ତ୍ତମାନ ମହଙ୍ଗା ଭତ୍ତା ୩୮ ପ୍ରତିଶତ ଅଟେ।

ମହଙ୍ଗା ଭତ୍ତାର ଶେଷ ବୃଦ୍ଧି ଅର୍ଥାତ୍ କର୍ମଚାରୀଙ୍କ ପାଇଁ ଡିଏ ଏବଂ ପେନସନଭୋଗୀଙ୍କ ପାଇଁ ଡିଆର ଜୁଲାଇ ୧ ତାରିଖ ୨୦୨୨ରୁ ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ସମାନ ବୃଦ୍ଧି ଘଟିଥିଲା। ଏହି ବୃଦ୍ଧି ସପ୍ତମ ବେତନ ଆୟୋଗ ଅଧୀନରେ କରାଯାଇଛି। କର୍ମଚାରୀମାନଙ୍କୁ ମୁଦ୍ରାସ୍ଫୀତିରୁ ମୁକ୍ତି ଦେବା ପାଇଁ ଏହି ଭତ୍ତା ଦିଆଯାଏ।

ହୋଲି ପରେ, ଡିଏ ବ୍ୟତୀତ କେନ୍ଦ୍ର ସରକାର କର୍ମଚାରୀଙ୍କ ମୌଳିକ ବେତନ ବୃଦ୍ଧି ଉପରେ ମଧ୍ୟ ଧ୍ୟାନ ଦିଆଯାଇପାରେ। କେନ୍ଦ୍ର ସରକାର କର୍ମଚାରୀଙ୍କ ମୌଳିକ ବେତନକୁ ୧୮,୦୦୦ ରୁ ୨୬,୦୦୦ ଟଙ୍କାକୁ ବୃଦ୍ଧି କରିପାରନ୍ତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ସଂସ୍କୃତି

ଉତ୍କଳୀୟ ଭୂଖଣ୍ଡରେ ବସନ୍ତ ପର୍ବ

ଡକ୍ଟର ଫକୀର ମୋହନ ନାହାକ

ଉତ୍କଳୀୟ ଭୂଖଣ୍ଡରେ ବସନ୍ତର ବିଭା ହିଁ ବିଚିତ୍ର। ଆମ ଜନଜୀବନ ସହିତ ସହସ୍ର ବର୍ଷରୁ ସଂଯୁକ୍ତ ହୋଇ ରହିଛି ଏହି ବସନ୍ତ ଉତ୍ସବ। ଉତ୍କଳର ମଉଡ଼ମଣି ସ୍ୱୟଂ ଶ୍ରୀଜଗନ୍ନାଥ ଖେଳନ୍ତି ହୋଲି। ଦୋଳବେଦୀରେ ଦୋଳଗୋବିନ୍ଦ ରୂପରେ ଦର୍ଶନ ଦେଇ ଦୀନ ଦୁଃଖୀ ଦରିଦ୍ରଙ୍କ ଦୂରକରନ୍ତି ଦୁଃଖ। ସେହି ଦୋଳଗୋବିନ୍ଦଙ୍କ ଦର୍ଶନରେ ଜନ୍ମମୃତ୍ୟୁର ଚିରଘୂର୍ଣ୍ଣାୟମାନ ଚକ୍ରରୁ ମୁକ୍ତିମିଳେ ବୋଲି ଶାସ୍ତ୍ର କହେ।

ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍, ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମଂ ନବିଦ୍ୟତେ ।।    

ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ, ରଥରେ ବାମନରୂପୀ ତ୍ରିବିକ୍ରମଙ୍କ ଦର୍ଶନ କଲେ ପୁନର୍ଜନ୍ମରୁ ମୁକ୍ତି ମିଳିଥାଏ । ଏହି ବିଶ୍ୱାସ ଟିକକ ନେଇ କାଳ କାଳରୁ ରାଧାଗୋବିନ୍ଦଙ୍କୁ ନେଇ ଦୋଳବିମାନରେ ନଗର ପରିକ୍ରମା କରାଉଛି ଉତ୍କଳୀୟ ଜୀବନ । ଆଜି ବି ଓଡ଼ିଶାର ପଲ୍ଲୀ ଜୀବନରେ ପ୍ରଚଳିତ ଲୋକଗୀତରେ କୁଆଁରୀ ଓ ଯୁବତୀମାନେ କହନ୍ତି,

ଆଦ୍ୟମାର୍ଗଶିର ଶିଶିର ଶୀତ, ଶ୍ରୀକୃଷ୍ଣ ଜାଣନ୍ତି ରାଧିକା ଚିତ୍ତ ।।

ପୌଷେ ଚନ୍ଦ୍ରାବଳୀ ଜପଇ ବସି, ହସ୍ତେ ବନମାଳା ଗଳେ ତୁଳସୀ ।।

ଆସିବେ ମାଧୋଇ ମାଘରେ ବୋଲି, ସଜାଇଥିଲି ମୁଁ କାନନ ମଲ୍ଲୀ ।।

ଫଗୁଣ ମାସରେ ରାଧାଗୋବିନ୍ଦ, ଫଗୁ ଖେଳନ୍ତି ହୋଇଣ ଆନନ୍ଦ ।।  

ଫାଲଗୁନ ଶୁକ୍ଳ ଦଶମୀ ବା ଫଗୁ ଦଶମୀରୁ ଗାଁ ଗାଁରେ ଆରମ୍ଭ ହୁଏ ଦୋଳଯାତ୍ରା। ଠାକୁର ବିମାନରେ ବସି ନଗର ପରିକ୍ରମା କରିବା ସହ ଦ୍ୱାରେ ଦ୍ୱାରେ ଭୋଗ ଖାଆନ୍ତି। ପୁଣି ଦୋଳପୂର୍ଣ୍ଣିମାରୁ ଚୈତ୍ର କୃଷ୍ଣ ପଞ୍ଚମୀ ଯାଏଁ ଏହି ନୀତି ସମ୍ପନ୍ନ ହୁଏ ଏବଂ ଶେଷରେ ହୁଏ ପଞ୍ଚଦୋଳ।

ସେହିପରି କେତେକ ସ୍ଥାନରେ ଚୈତ୍ର କୃଷ୍ଣ ଦଶମୀ ଯାଏଁ ଦୋଳଯାତ୍ରା ଆୟୋଜନ ହେବାର ପରମ୍ପରା ରହିଛି। ଯାହାକୁ ମିଳିଛି ଦଶଦୋଳର ମାନ୍ୟତା। ଦୋଳ ଉତ୍ସବର ଏକ ବିଚିତ୍ର ପରମ୍ପରା ହେଉଛି ଯେ, ଏଠାରେ ମଣିଷ ଓ ଦେବତା ଏକା ସାଙ୍ଗରେ ରଙ୍ଗ ଅବିର ଖେଳନ୍ତି। ରାଧା-କୃଷ୍ଣଙ୍କ ପରମ ପ୍ରେମରେ ପ୍ରେମମୟ ହୋଇଉଠେ ପରିବେଶ। ସମାଜିକ ଜନଜୀବନରେ ସଦଭାବ, ସହୃଦୟତା, ଆପଣାପଣର ଚରମ ନିଦର୍ଶନ ଦୋଳଉତ୍ସବ।

ଯେତେବେଳେ ମେଳଣ ପଡ଼ିଆରେ ଆଖ ପାଖ ଗାଁର ମନ୍ଦିରରୁ ବାହାରି ରାଧାଗୋବିନ୍ଦ ଦୋଳବିମାନରେ କାନ୍ଧରେ ବୁହାହୋଇ ଗୋଟିଏ ଯାଗାରେ ଏକାଠି ହୁଅନ୍ତି, ସେଇଠି ମିଳେଇ ଯାଏ ସବୁ ମାନ ଅଭିମାନ। ଘଣ୍ଟ, ଘଣ୍ଟା, କାହାଳୀ, ଖୋଳ କରତାଳ ଓ ମୃଦଙ୍ଗର ତାଳରେ ଉଦଣ୍ଡ କୀର୍ତ୍ତନ କରନ୍ତି ସମସ୍ତେ।

ଠାକୁର, ମଣିଷ ଏବଂ ପ୍ରକୃତି ସମସ୍ତେ ଏକାକାର ହୋଇ ଯାଆନ୍ତି ରଙ୍ଗରେ, ଅବିରରେ, ଫଗୁରେ, ଫଗୁଣର ମିଠା ମିଠା ଛୁଆଁରେ ଏବଂ ପ୍ରକୃତିର ପରଶରେ। ଗାଁ ଗାଁ ପାଲଟିଯାଏ ବୃନ୍ଦାବନ। ରାଧାଗୋବିନ୍ଦଙ୍କ ସାଙ୍ଗରେ ଗାଁଲୋକେ ପାଲଟିଯାଆନ୍ତି ଗୋପାଳ ଗୋପାଙ୍ଗନା। ମଧୁ ମଳୟରେ ରାଧାଗୋବିନ୍ଦଙ୍କ ସାନ୍ନିଧ୍ୟର ଏ ମଧୁର ଅନୁଭବ ପିଣ୍ଡିକ ଶ୍ରୀଚନ୍ଦନଙ୍କ ବସନ୍ତରାସରେ ବିସ୍ତରିଯାଏ ବହୁଦିଗ ।

ମଳୟ ଅଚଳ ସମ୍ପ୍ରତି ପ୍ରଚଳ ଦକ୍ଷିଣା ପବନ ବହିଲା । ତରୁ ଲତା ସବୁ ନୂତନ ପଲ୍ଲବ ରସାଳ ମୁକୁଳ ଧଇଲା ।।

ନବ ବସନ୍ତ ସମୟ .. ନବ ବୃନ୍ଦାବନ ରସମୟ ହେ .. ନବ ବସନ୍ତ ସମୟ ।।

ପ୍ରକୃତି ସହିତ ନିବିଡ଼ ଭାବେ ଜଡ଼ିତ ଦୋଳ ଉତ୍ସବରେ ବୃନ୍ଦାବନବିହାରୀ ରାଧାଗୋବିନ୍ଦଙ୍କୁ କଞ୍ଚାଆମ୍ବ, ଗୁଡ଼, ଚଣା, ଅବିର, କ୍ଷୀର ଏବଂ ଅକ୍ଷତକୁ ନୈବେଦ୍ୟ ରୂପରେ ବାଢ଼ିଦେଇ ପୂଜା କରିବା ପରମ୍ପରା ଉତ୍କଳର ।  ମୂଳତଃ ଦୋଳ ଉତ୍ସବ, ବସନ୍ତ ଉତ୍ସବ ବା ରଙ୍ଗ ଉତ୍ସବ ପନ୍ଦର ଦିନ ଧରି ସମସ୍ତଙ୍କୁ ବିମୋହିତ କରି ରଖେ ।

( ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ, ଫୋନ୍- 9937252464 )

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଦୋଳ ପୁନେଇରେ ବାପଘର ଦୁଆରେ ତୋରାଣୀ ପିଇଲେ ମା’ ଭଗବତୀ

ସୀତାରାମ ଅଗ୍ରୱାଲ

ବାଣପୁର: ସମଗ୍ର ଓଡ଼ିଶାର ପୁରପଲ୍ଲୀରେ ଦୋଳପୂର୍ଣ୍ଣମୀ, ହୋଲି ମହା ଆଡ଼ମ୍ବରରେ ପାଳିତ ହେଉଥିବାବେଳେ ଭଗବତୀ ପୀଠ ବାଣପୁରରେ ନିଆରା ଢଙ୍ଗରେ ପାଳିତ ହୁଏ ଦୋଳପର୍ବ।ଶ୍ରୀକ୍ଷେତ୍ର ଓ ଗଡ଼ଜାତ ମାନଙ୍କରେ ଶ୍ରୀ ଜଗନ୍ନାଥଙ୍କ ପ୍ରତୀକ ଦୋଳଗୋବିନ୍ଦ ଏହି ଯାତ୍ରାର ପୁରଧା ଭାବରେ ଚାଚେରୀ ଖିଆ ଓ ଅବିର ସହିତ ଦୋଳି ଖେଳରେ ଅଂଶଗ୍ରହଣ କରୁଥିବାବେଳେ ଏଠାରେ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ଫାଲଗୁନ ଶୁକ୍ଳ ଏକାଦଶୀଠାରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ୬ ଦିନ ଧରି ବାଣପୁରର ଅଚ୍ୟୁତରାଜପୁର, ଶ୍ରୀନିବାସପୁର, ତୁଳସୀ ଦେଇପୁର ପରି ବ୍ରାହ୍ମଣ ଶାସନ, କଠିନାହାକ ସେବାୟତ ଓ ଶେଷରେ ବାପଘର ଭାବେ ପରିଚିତ ପରିଛା ସାଆନ୍ତଙ୍କ ଦୁଆରେ ଉଭାହୋଇ ଶୁଧପୁତ ଭାବରେ ପ୍ରସ୍ତୁତ ଶଙ୍କୁଡ଼ି, ନିଶଙ୍କୁଡି ନୈବେଦ୍ୟ ଲାଗି ହୋଇ ପ୍ରାଚୀନ କାଳରୁ ପ୍ରଚଳିତ ବାପ ଘର ସ୍ନେହସୋହାଗର ପୁନେଇ ଖିଆ ପରମ୍ପରାର ପ୍ରତୀକ ତୋରାଣି ପିଇ ଭାରଥୁର ଧରି ମନ୍ଦିର ପ୍ରତ୍ୟାଗମନ କରିବାର ଏହି ଅନନ୍ୟ ପରମ୍ପରା ଅନ୍ୟତ୍ର ଦେଖିବାକୁ ମିଳେନାହିଁ।

ଏଥିପାଇଁ ଦୋଳପୂର୍ଣ୍ଣମୀରେ ବାପ ଘରୁ ଝିଅ ଘରକୁ ଶାଢୀ, ଚୁଡ଼ି, ଅଳତା, ସିନ୍ଦୁର, ଡାଲା ବାଉଁଶିଆ, ମୁଆଁ ଉଖୁଡ଼ା, ଚଣାଖଜା ପିଠା, ଭାର ଯିବାର ପରମ୍ପରା ଅନୁସାରେ ପ୍ରଚଳିତ କିମ୍ବଦନ୍ତୀକୁ ବିଶ୍ୱାସ କରି ମା’ ଭଗବତୀଙ୍କୁ ମଧ୍ୟ ନିଜର କନ୍ୟା ଭାବରେ ଗ୍ରହଣ କରି ପରିଛା ସାଆନ୍ତ ମା’ଙ୍କୁ ସବୁ ପ୍ରଦାନ କରିଥାନ୍ତି। ବରଷକୁ ଥରେ ଥାଟ ପଟୁଆର ବାଜାରୋଷଣୀରେ ନିଜ ଦୁଆରେ ମା’ଙ୍କ ଉପସ୍ଥିତିକୁ ନିଜର କନ୍ୟା ଭାବରେ ଭାବବିହ୍ୱଳର ସହିତ ସାଦରେ ଗ୍ରହଣ କରି ଶଙ୍କୁଡିରେ ମା’ଙ୍କ ପାଇଁ ପ୍ରିୟ ଖେଚଡ଼ି, ମାଛମହୁର, ମାଛ ଭଜା, ବଳି ପୋଡା, ଖିରି କାକରା, ମଣ୍ଡା, ଏଣ୍ଡୁରି ପ୍ରସ୍ତୁତ କରିବା ସହିତ ନିଶଙ୍କୁଡିରେ ଖଇ ମୁଆଁ, ଚଣା, ଫେଣିଶାକର, ଫଳ ମୂଳ ଇତ୍ୟାଦି ବଢାଯାଇ ଭୋଗ ଲାଗି ହୁଏ।

ମା’ଙ୍କ ସହିତ ଚନ୍ଦ୍ରଶେଖରଦେବ, ଗୋପୀନାଥଦେବ, ରଙ୍କ ନାଥ ଦେବ, ରଘୁନାଥ ଦେବ, ଏବଂ ବାଲୁଗାଁର ଆରାଧ୍ୟ ଠାକୁର ଉମାମହେଶ୍ଵର ଦେବ ମିଳିତ ଭାବରେ ଦୋଳପର୍ବରେ ସାମିଲ ହୋଇ ପରିଛାଙ୍କ ଦୁଆରେ ଭୋଗ ଲାଗି ପରେ ବିଷର ପାଟଣାଠାରେ ଅଗିରା ପୋଡ଼ିରେ ଅଂଶଗ୍ରହଣ କରି ମନ୍ଦିରକୁ ଫେରିବା ପରେ ଦୋଳିରେ ବିଜେ କରି ଦୋଳି ଖେଳନ୍ତି।

ପରମ୍ପରା ଅନୁସାରେ ମନ୍ଦିରଖଡ଼ି ରତ୍ନ ପାଞ୍ଜିଆ ମା’ଙ୍କ ଦୋଳମଣ୍ଡପରେ ନୂତନ ବର୍ଷର ପାଞ୍ଜି ପଠନ କରିବା ପରେ ଦୋଳପର୍ବ ସମାପନ ହୁଏ। ଚଳିତ ବର୍ଷମା’ଙ୍କ ଏହି ଯାତ୍ରାରେ ଅବିର ଖେଳ ସହିତ ମା’ଙ୍କ ପ୍ରସାଦ ପାଇବା ପାଇଁ ପରିଛାଙ୍କ ଦୁଆରେ ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଡ଼ିଶାରେ ହୋଲି ପାଳିବେ ବିଗ ବସ୍ ୧୫ ବିଜେତା ତେଜସ୍ୱୀ

ଭୁବନେଶ୍ଵର: ହୋଲି ସେଲିବ୍ରେସନ ପାଇଁ ଓଡ଼ିଶାରେ ତେଜସ୍ୱୀ ପ୍ରକାସ। ଦମଦାର ହେବ ପ୍ରି-ହୋଲି ସେଲିବ୍ରେସନ, ସେଥିପାଇଁ ପହଁଚିଛନ୍ତି ବିଗ ବସ୍ ୧୫ ବିଜେତା। ବସନ୍ତରେ ପ୍ରାରମ୍ଭରେ ଉଡିବ ଅବୀର। ସମ୍ପର୍କରେ ଲାଗିବ ପ୍ରେମର ରଙ୍ଗ। ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ରଙ୍ଗର ଖେଳରେ ମସଗୁଲ ହୁଅନ୍ତି। ଆଉ ଏଥର ହୋଲିରେ ରଙ୍ଗ ଖେଳିବେ ବିଗବସ୍ ବିଜେତା ତଥା ଲୋକପ୍ରିୟ ହିନ୍ଦୀ ସିରିୟଲ ଅଭିନେତ୍ରୀ ତେଜସ୍ୱୀ ପ୍ରକାସ।

ସୋମବାର ସକାଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଥିଲେ ବିଗ୍ ବସ୍ ୧୫ ବିଜେତା ତଥା ନାଗିନ 6ର ମୁଖ୍ୟ ନାୟିକା ତେଜସ୍ୱୀ ପ୍ରକାସ। ପୁରୀ କୋଣାର୍କ ମେରାଇନ ଡ୍ରାଇଭରେ ଥିବା ବାଇକ୍ ସ୍ପଲାସ ଓ୍ବାଟର ପାର୍କରେ ଆୟୋଜିତ ହେବାକୁ ଥିବା ହୋଲି ସେଲିବ୍ରେସନ କଯ୍ୟକ୍ରମରେ ଯୋଗ ଦେବେ। ମୁଖ୍ୟ ଆକର୍ଷଣ ରହିବେ ତେଜସ୍ୱୀ।

ଏହି କାର୍ଯ୍ୟକ୍ରମ ୨ଦିନ ଧରି ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭରେ ଥିବା ଓଡ଼ିଶା ନଂ ୧ ବ୍ଲୁ ସ୍ପ୍ଲାସ୍ ୱାଟରପାର୍କ କ୍ୟାମ୍ପସରେ ଚାଲିବ। ଏଥିରେ ବଲିଉଡ କଳାକାର ତଥା ବିଗ୍ ବସ୍ ବିଜେତା ତେଜସ୍ୱୀ ପ୍ରକାଶ, ଏଲଏସଡି ଗାର୍ଲସ ବ୍ୟାଣ୍ଡ, ଡିଜେ ଏବଂ ଓଲିଉଡ୍ କଳାକାର ମାନେ ମଧ୍ୟ ରହିବେ, ଯେଉଁମାନଙ୍କ ମଧ୍ୟରେ ପ୍ରିୟା ଚୌଧୁରୀ, ସୁପ୍ରିୟା ନାୟକ, ସସ୍ମିତା ପଣ୍ଡା, ମନସ୍ୱିନୀ, କୁକିଜ୍ ଙ୍କ ଛଡା ଗୁଡୁ, ଅଭିଜିତ୍ ଦାଶ ଓ ଅନ୍ୟମାନେ ମଧ୍ୟ ସାମିଲ୍ ହେବେ। ଗତ ବର୍ଷ ବିଗ ବସ୍ ୧୫ ଟାଇଟଲ ଜିତିବା ପରେ ଚର୍ଚ୍ଚାକୁ ଆସିଛନ୍ତି ତେଜସ୍ବୀ। ଏବେ ସେ ନାଗିନ 6ରେ ମୁଖ୍ୟ ଅଭିନୟ କରୁଥିବା ବେଳେ ଧାରାବାହିକଟି ଲୋକପ୍ରିୟତା ପାଇଛି। ତେବେ ତେଜସ୍ୱୀ ଓଡିଶା ଆସିଥିବାବେଳେ ଦର୍ଶକ ଉତ୍ସାହିତ ଅଛନ୍ତି।

କାର୍ଯ୍ୟକ୍ରମକୁ ଆୟୋଜନ କରୁଛନ୍ତି ‘ଗ୍ଲାମର୍ ୭୭’ର ସଞ୍ଜୟ ମହାକୁଡ଼, ହେଲ୍ପ ହ୍ୟାଣ୍ଡସ ଫାଉଣ୍ଡେସନର ରୁଦ୍ର ନାରାୟଣ ବେହେରା ଓ ମିଡିଆ ପ୍ଲାନର୍ ର ପ୍ରଣୟ ଜେଠୀ। ସମ୍ପର୍କର ହୋଲିରେ, ପ୍ରାକୃତିକ ରଙ୍ଗର ପସରା। ତା ସହିତ ନାଚଗୀତ ବେଶ ଜମିବ ବୋଲି ଆୟୋଜକ ହେଲପ୍‌ ହ୍ୟାଣ୍ଡସ୍  ଆଶାବାଦୀ ଅଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସଂସ୍କୃତି

ହୋଲି ଦିନ କରନ୍ତୁ ଏହି ଉପାଚାର, ଦେଖିବେ ରଂଗୀନ ହୋଇଯିବ ଆପଣଙ୍କ ଭାଗ୍ୟ

ଜୀବନ ଶୈଳୀ: ହୋଲି ହେଉଛି ରଙ୍ଗର ପର୍ବ। ସମସ୍ତେ ବିଭିନ୍ନ ରଂଗ ଧରି ଖେଳିଥାନ୍ତି। ହେଲେ ଅନେକ ଜାଣି ନ ଥାନ୍ତି ଯେ, ହୋଲି ଦିନ ମଧ୍ୟ ବିଭିନ୍ନ ଦୋଷ ଦୂର ପାଇଁ ଭିନ୍ନ ଉପାଚାର କରାଯାଇଥାଏ। ଏହା ଏପରି ଏକ ପର୍ବ ଯାହାକି ସବୁଠୁ ବଡ ସମସ୍ୟାକୁ ଦୂର କରିପାରିବ, ଖରାପ ସମୟକୁ ଭଲରେ ପରିଣତ କରିପାରିବ ଏବଂ ଆପଣଙ୍କ ଦୁର୍ଭାଗ୍ୟକୁ ମଧ୍ୟ ସୌଭାଗ୍ୟ କରିପାରିବ। ଜାଣନ୍ତୁ ହୋଲି ଦିନ କଣ ଉପାଚାର କଲେ ଭାଗ୍ୟ ରଂଗୀନ ହେବ।

୧- ଯଦି ଆପଣ ମାନସିକ ଚାପର ଶିକାର ହେଉଛନ୍ତି ଏବଂ ଆପଣଙ୍କର ଅର୍ଥନୈତିକ ଏବଂ ପାରିବାରିକ ପରିସ୍ଥିତି ଭଲ ନୁହେଁ, ତେବେ ହୋଲି ରାତିରେ ଚନ୍ଦ୍ରକୁ କ୍ଷୀର ଦେଇ କିଛି ଧଳା ମିଠା ଦିଅନ୍ତୁ। ଏହା କରିବା ଦ୍ବାରା ଆର୍ଥିକ ଏବଂ ପାରିବାରିକ ସମସ୍ୟା ଦୂର ହୋଇଥାଏ ଏବଂ ମାନସିକ ଶାନ୍ତି ମଧ୍ୟ ପ୍ରାପ୍ତ ହୁଏ।

୨- ପରିବାରରେ ଯଦି କୈଣସି ତ୍ରୁଟି ଥାଏ, ତେବେ ହୋଲିକା ଦହନ ପର୍ବ ପାଳନ କରି ସମସ୍ତ ଘର ସଦସ୍ୟଙ୍କୁ ଜଡିତ କରାନ୍ତୁ। ଏହି ଅଗ୍ନିର ଚାରିପଟେ ତିନି ଥର ବୁଲିବା ପରେ ହଳଦିଆ ସୋରିଷ, ଅଳସୀ ଏବଂ ଗହମ ନିଆଁରେ ପକାନ୍ତୁ। ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହିତ ଗ୍ରହଗୁଡିକ ଅନୁକୂଳ ହେବ ଯାହା ଘରେ ଶୁଭଫଳ ଆଣିବ।

୩- ଯଦି ଆପଣ କୈଣସି ରୋଗରେ ପୀଡିତ ଅଛନ୍ତି, ତେବେ ହୋଲି ଦିନ ଏକ ପାନ ପତ୍ର, ଏକ ତାଜା ଗୋଲାପ ଫୁଲରେ ରୋଗୀଙ୍କୁ ୩୧ ଥର ଝାଡି ଦିଅନ୍ତୁ। ଏହାପରେ ତାହାକୁ ନେଇ ଏକ ଛକ ନିକଟରେ ରଖନ୍ତୁ। ଏହି ସମୟରେ ପଛକୁ ଦେଖନ୍ତୁ ନାହିଁ।

୪- ଯଦି ରୋଜଗାରର ସମସ୍ୟା ଅଛି, ତେବେ ହୋଲି ରାତିରେ ଏକ ଲେମ୍ବୁ ସହିତ ଏକ ଛକକୁ ଯାଇ ଏହାକୁ ଚାରି ଖଣ୍ଡରେ କାଟିଦିଅନ୍ତୁ। ଏହା ପରେ, ଏହାକୁ ଚାରି ଦିଗକୁ ଗୋଟିଏ ଗୋଟିଏ ଖଣ୍ଡ ଫିଙ୍ଗି ଘରକୁ ଫେରିଯାଆନ୍ତୁ। ଆସିବା ସମୟରେ ପଛକୁ ଦେଖନ୍ତୁ ନାହିଁ।

୫- ଯଦି ବିବାହରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ହୋଲି ଦିନ ଏକ ପାନ ପତ୍ରରେ ଗୁଆ ଏବଂ ହଳଦୀ ଶିବଙ୍କୁ ଅର୍ପଣ କରନ୍ତୁ।

୬- ହୋଲିକା ଦହନ ପରେ ଅବଶିଷ୍ଟ ପାଉଁଶକୁ ନିଜ ଘରକୁ ଆଣି ଏକ ନାଲି କପଡ଼ାରେ ବାନ୍ଧି ଆଲମାରିରେ ରଖନ୍ତୁ, ଏହା ଅନାବଶ୍ୟକ ଖର୍ଚ୍ଚକୁ ରୋକିଥାଏ।

୭- ହୋଲି ଖେଳିବା ପୂର୍ବରୁ ଆପଣଙ୍କର ପ୍ରିୟ ଦେବଦେବୀଙ୍କୁ ପ୍ରଥମେ ହୋଲି ରଂଗ ଅର୍ପଣ କରନ୍ତୁ। ଏହାପରେ ହୋଲି ଖେଳିଲେ ଆପଣଙ୍କର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଆଜି ସନ୍ଧ୍ୟା ୬:୩୦ ରେ ଜୀ-ସାର୍ଥକରେ ହୋଲି ସ୍ପେସାଲ ପ୍ରୋଗ୍ରାମ “ହୋଲି – ସମ୍ପର୍କର ରଙ୍ଗ”

ଭୁବନେଶ୍ବର: ଏଥର ହୋଲିରେ ଜୀ-ସାର୍ଥକ ବୋଳିବ ଭିନ୍ନ ଏକ ରଙ୍ଗ। ଉଡିବ ସାତ ରଙ୍ଗର ଅଭିର। ସମ୍ପର୍କର ରଙ୍ଗକୁ ନେଇ ହେବେ ରଙ୍ଗୀନ ହେବ ଏଥରର ହୋଲି। ପ୍ରଥମଥର ପାଇଁ ଓଡ଼ିଶା ଟେଲିଭିଜନ ଜଗତରେ ଏଥର ହୋଲିରେ ଦେଖିବେ ଦର୍ଶକ ଏକ ନିଆରା କାହାଣୀ ଯେଉଁଥିରେ ସମ୍ପର୍କର ବିଭିନ୍ନ ରଙ୍ଗକୁ ଏକ ଭିର୍ଣ୍ଣ ଢଙ୍ଗରେ ପରିବେଷଣ କରାଯାଇଛି। ଏହି ସ୍ପେସାଲ ହୋଲି ପ୍ରୋଗ୍ରାମରେ ଜୀ-ସାର୍ଥକର ସମସ୍ତ ବଡ ବଡ ସେଲିବ୍ରିଟ୍ରି ଅଭିନୟ କରିବା ସହ ସମ୍ପର୍କର ରଙ୍ଗ ମାଧ୍ୟମରେ ଆପଣଙ୍କୁ ଆମୋଦିତ କରିବେ।

କଥାରେ ଅଛି ସମ୍ପର୍କ ହୃଦୟରୁ ହିଁ ହୁଏ। ହସ ଖୁସିର ସଂସାରରେ ଯୋଡି ହୋଇଛି ସମ୍ପର୍କର ସେତୁ। ଜୀ ସାର୍ଥକର ସମସ୍ତ ସେଲିବ୍ରିଟଙ୍କୁ ନେଇ ଅଭିନବ ଏବଂ ନିଆରା କାର୍ଯ୍ୟକ୍ରମ। ହୋଲିରେ କିଛି ଭିନ୍ନତା ଆଣିବା ପାଇଁ ଜ଼ୀ ସାର୍ଥକ ପ୍ରସ୍ତୁତ କରିଛି “ହୋଲି – ସମ୍ପର୍କର ରଙ୍ଗ”, ଯେଉଁଥିରେ ଅଛି ଭରପୁର ମନୋରଞ୍ଜନ ଓ ମନ ଛୁଆଁ ଏକ କାହାଣୀ। ଆଜି ସଂଧ୍ୟା ସାଢେ ୬.୩୦ମିରେ ଦେଖିବାକୁ ପାଇବେ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଲି ସମ୍ପର୍କର ରଙ୍ଗ।

କାର୍ଯ୍ୟକ୍ରମଟି ନିଶ୍ଚିତ ଲୋକାଦୃତ ହେବ ବୋଲି ଆଶା ପ୍ରକଟ କରିଛନ୍ତି ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍ ପ୍ରତୀକ ସିଲ। ଅଗଣିତ ଓଡିଆ ଦର୍ଶକଙ୍କୁ ହୋଲିର ଅଗ୍ରୀମ ଶୁଭେଛା ଓ ଶୁଭକାମନା।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ହୋଲି ପୂର୍ବରୁ ଘରକୁ ଆଣନ୍ତୁ ଏହି ଜିନିଷ, ମାତା ଲକ୍ଷ୍ମୀଙ୍କ ମିଳିବ ଆଶୀର୍ବାଦ

ବାସ୍ତୁ ଟିପ୍ସ: ମାର୍ଚ୍ଚ ୮ ତାରିଖରେ ହୋଲି ସମଗ୍ର ଦେଶରେ ପାଳନ କରାଯିବ। ଏହି ପର୍ବ ପ୍ରତିବର୍ଷ ଚୈତ୍ର ମାସର କୃଷ୍ଣ ପକ୍ଷର ପ୍ରତିପଦାରେ ପାଳନ କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ହୋଲି ଦିନ ସହ ଜଡିତ କିଛି ବିଶେଷ ପଦକ୍ଷେପ ବିଷୟରେ ଉଲ୍ଲେଖ କରାଯାଇଛି। ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ହୋଲି ପର୍ବ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ହୋଲି ପୂର୍ବରୁ ନିଶ୍ଚିତ ଭାବରେ ଆପଣ ଘରକୁ କିଛି ଜିନିଷ ଆଣନ୍ତୁ। ବିଶ୍ୱାସ କରାଯାଏ ଯେ, ଏହି ଜିନିଷଗୁଡ଼ିକ ଘର ପାଇନ ମଙ୍ଗଳ ଆଣିଥାଏ।

ହୋଲି ପୂର୍ବରୁ ଏହି ଜିନିଷଗୁଡ଼ିକୁ ଘରକୁ ଆଣନ୍ତୁ:

ଅନେକ ଥର ଏହା ଘଟେ ଯେ, ଲକ୍ଷ ଲକ୍ଷ ଉଦ୍ୟମ ସତ୍ତ୍ୱେ ଆମେ ଜୀବନରେ ସଫଳତା ପାଇପାରୁ ନାହୁଁ। ଏହା ଘରେ ବାସ୍ତୁ ଦୋଷର କାରଣ ହୋଇପାରେ। ଏହାକୁ ଏଡାଇବା ପାଇଁ ଏକ ସୁନ୍ଦର ତୋରଣ ନିଜ ଘରକୁ ଆଣନ୍ତୁ ଏବଂ ଏହାକୁ ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗନ୍ତୁ। ଏହା କେବଳ ଘରର ବାସ୍ତୁ ଦୋଷ ଦୂର କରେ ନାହିଁ, ବରଂ ଘର ବହୁତ ଭଲ ଦେଖାଯାଏ।

କୁବେରର ସ୍ଥାନ ଭାବରେ ବିବେଚନା କରାଯାଉଥିବାରୁ ଘରର ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ଏକ ଆକ୍ୱାରିୟମ୍ ରଖନ୍ତୁ। ଏହା ଘରେ ସୁଖ ଏବଂ ସମୃଦ୍ଧି ବଢାଇଥାଏ। ଘରକୁ ଧନ ଆସିବା ପାଇଁ ଏହା ଏକ ଭଲ ପ୍ରତିକାର ଭାବରେ ମଧ୍ୟ ବିବେଚନା କରାଯାଏ।

ହୋଲି ପୂର୍ବରୁ ନିଶ୍ଚିତ ଭାବରେ ଆପଣ ଘରେ ଏକ ବାଉଁଶ ଉଦ୍ଭିଦ ଆଣନ୍ତୁ। ବାଉଁଶ ଉଦ୍ଭିଦ ଘରେ ଶୁଭଫଳ ଆଣିଥାଏ। ଏହି ଉଦ୍ଭିଦ ଘରୁ ନକାରାତ୍ମକ ଶକ୍ତି ଅପସାରଣ କରିଥାଏ ଏବଂ ଏହା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖେ। ଏହି ଉଦ୍ଭିଦ ପ୍ରତ୍ୟେକ ଅବସ୍ଥାରେ ବୃଦ୍ଧି ପାଇଥାଏ।

ଘରେ ଏକ କ୍ରିଷ୍ଟଲ କଇଁଛ ରଖିବା ମଧ୍ୟ ବହୁତ ଶୁଭ ବୋଲି ବିବେଚନା କରାଯାଏ। ଏହାକୁ ଘରେ ଆଣିବା ଅର୍ଥନୈତିକ ପ୍ରଗତି ଏବଂ ଅବିସ୍ମରଣୀୟ ଧନ ଆଣିଥାଏ। କ୍ରିଷ୍ଟଲ କଇଁଛ ଘରେ ସକରାତ୍ମକ ଶକ୍ତି ଆଣିଥାଏ। ଏହା ବ୍ୟତୀତ, ଆପଣ ଘରକୁ ଧାତୁ କିମ୍ବା ସ୍ପଟିକରେ ନିର୍ମିତ କଇଁଛ ମଧ୍ୟ ଆଣିପାରିବେ।

ଘରେ ଏକ ଡ୍ରାଗନର ମୂର୍ତ୍ତି କିମ୍ବା ଚିତ୍ର ରଖିବା ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହା ଗୃହର ସଦସ୍ୟମାନଙ୍କୁ ସୁରକ୍ଷିତ ରଖେ ବୋଲି ବିଶ୍ୱାସ କରାଯାଏ। ହୋଲି ପୂର୍ବରୁ ଏଥର ନିଶ୍ଚିତ ଭାବରେ ଆପଣଙ୍କ ଘରକୁ ଏକ ଡ୍ରାଗନର ଚିତ୍ର ଆଣନ୍ତୁ। ଏହାକୁ ରଖିଲେ ଘରର ସଦସ୍ୟମାନଙ୍କ ଅଶୁଭ ଦୃଷ୍ଟି ପଡେ ନାହିଁ ଏବଂ ମାତା ଲକ୍ଷ୍ମୀ ଘରେ ରୁହନ୍ତି।

ହୋଲି ପୂର୍ବରୁ ଚାଇନାର ମୁଦ୍ରା ଆଣନ୍ତୁ। ଫେଙ୍ଗ୍ ଶୁଇଙ୍କ ଅନୁଯାୟୀ, ଏକ ଲାଲ୍ ସୂତାରେ ମୁଦ୍ରାକୁ ବାନ୍ଧି ଘରର କବାଟ ହ୍ୟାଣ୍ଡେଲରେ ଟାଙ୍ଗିବା ଦ୍ୱାରା ଘରେ ସୁଖ ଓ ଶାନ୍ତି ଆସିଥାଏ।

Categories
ଆଜିର ଖବର ଜାତୀୟ ଖବର

ହୋଲି ପୂର୍ବରୁ ଏହି ଟ୍ରେନଗୁଡିକର ବଦଳିଲା ସମୟ, ଦେଖନ୍ତୁ ନୂଆ ଟାଇମ୍ ଟେବୁଲ୍

ନୂଆଦିଲ୍ଲୀ: ଯଦି ଆପଣ ଭାରତୀୟ ରେଳପଥରେ ଯାତ୍ରା କରନ୍ତି ଏବଂ ହୋଲିରେ ଘରକୁ ଯିବାକୁ ଯୋଜନା କରୁଛନ୍ତି, ତେବେ ରେଳବାଇ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରିଛି, ଯେଉଁଥିରେ ଆପଣ ବୁକିଂ କରି ନିଶ୍ଚିତ ଟିକେଟ୍ ପାଇପାରିବେ। ଏଥିସହିତ ଅନେକ ଟ୍ରେନର ସମୟ ସାରଣୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏପରି ପରିସ୍ଥିତିରେ ଯାତ୍ରା କରିବା ପୂର୍ବରୁ ଆପଣ ଏହି ଟ୍ରେନର ସମୟ ବିଷୟରେ ଜାଣିବା ଉଚିତ୍। କାରଣ ଯଦି ଆପଣ ପୁରୁଣା ସମୟରେ ରେଳ ଷ୍ଟେସନରେ ଫଞ୍ଚିବେ, ତେବେ ଆପଣଙ୍କୁ ଫେରିବାକୁ ପଡିପାରେ କିମ୍ବା ଅନେକ ଘଣ୍ଟା ଅପେକ୍ଷା କରିବାକୁ ପଡିପାରେ।

ରେଳବାଇ କହିଛି ଯେ, ବିଭିନ୍ନ ରୁଟ ବିଶିଷ୍ଟ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ଏହି ଟ୍ରେନଗୁଡିକର ସମୟ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତିତ ହୋଇସାରିଛି। ଏହି ଟ୍ରେନ୍ ଗୁଡିକରେ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ, DWR-MYS ଏକ୍ସପ୍ରେସ, ବାଙ୍ଗାଲୋର ଏବଂ ହାଇଦ୍ରାବାଦ ଟ୍ରେନ୍ ଅନ୍ତର୍ଭୁକ୍ତ। ଆସନ୍ତୁ ଜାଣିବା ବର୍ତ୍ତମାନ ନୂଆ ଟାଇମ୍ ଟେବୁଲ୍ କ’ଣ ହେବ?

ନୂଆ ସମୟ ସାରଣୀ କ’ଣ?

ଟ୍ରେନ୍ ନମ୍ବର 17302- DWR-MYS ଏକ୍ସପ୍ରେସ: 21.05 ପରିବର୍ତ୍ତେ 22.10 ରେ ଛାଡି ପରଦିନ 7.00 ପରିବର୍ତ୍ତେ 7.10 ରେ ପହଞ୍ଚିବ। ଏହି ନୂତନ ସମୟ ସାରଣୀ 6 ମାର୍ଚ୍ଚରୁ ପ୍ରଯୁଜ୍ୟ ହେବ।

ଟ୍ରେନ୍ ନମ୍ବର 12630 – NZM-YPR ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ: ସକାଳ 5.45 ପରିବର୍ତ୍ତେ 5.25 ରେ ୟସବନ୍ତପୁରରେ ପହଞ୍ଚିବ। ମାର୍ଚ୍ଚ 8 ତାରିଖରୁ ଏହି ନୂତନ ସମୟ ସାରଣୀ ପ୍ରଯୁଜ୍ୟ ହେବ।

ଟ୍ରେନ୍ ନମ୍ବର 16590 – MRJ-SBC ଏକ୍ସପ୍ରେସ: 23.59 ପରିବର୍ତ୍ତେ 23.50 ରେ ଚାଲିବ, ଏହାର ସମୟ ମାର୍ଚ୍ଚ 6 ତାରିଖରୁ ଲାଗୁ ହେବ।

ଟ୍ରେନ୍ ନମ୍ବର 22686 CDG-YPR ଏକ୍ସପ୍ରେସ: ସକାଳ 5.45 ପରିବର୍ତ୍ତେ 5.25 ରେ ୟସବନ୍ତପୁର ଛାଡିବ। ମାର୍ଚ୍ଚ 4 ତାରିଖରୁ ଏହା ପ୍ରଯୁଜ୍ୟ ହେବ।

ଟ୍ରେନ୍ ନମ୍ବର 16542 PVR-YPR ଏକ୍ସପ୍ରେସ: ସକାଳ 5.45 ପରିବର୍ତ୍ତେ 5.25 ରେ ୟସବନ୍ତପୁରରେ ପହଞ୍ଚିବ। ମାର୍ଚ୍ଚ 10 ତାରିଖରୁ ଏହି ସମୟ ପ୍ରଯୁଜ୍ୟ ହେବ।

କୌଣସି ସୂଚନା ପାଇଁ ଏଠାରେ ଯୋଗାଯୋଗ କରନ୍ତୁ:

ଯଦି ଆପଣ ଟ୍ରେନର ସମୟ ଜାଣିବାକୁ ଚାହାଁନ୍ତି, ଯାହାର ସମୟ ଦକ୍ଷିଣ ରେଳବାଇ ଦ୍ୱାରା ପରିବର୍ତ୍ତିତ ହୋଇଛି କିମ୍ବା ଯଦି ଆପଣ ଅନ୍ୟ କୌଣସି ସୂଚନା ପାଇବାକୁ ଚାହୁଁଛନ୍ତି, ତେବେ ଆପଣ 139 ଟୋଲ୍ ଫ୍ରି ନମ୍ବରକୁ କଲ କରି ଜାଣିପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଏଇ ରବିବାର ସନ୍ଧ୍ୟା ୬:୩୦ ରେ ଜୀ-ସାର୍ଥକରେ ହୋଲି ସ୍ପେସାଲ ପ୍ରୋଗ୍ରାମ “ହୋଲି – ସମ୍ପର୍କର ରଙ୍ଗ”

ଭୁବନେଶ୍ବର: ଏଥର ହୋଲିରେ ଜୀ-ସାର୍ଥକ ବୋଳିବ ଭିନ୍ନ ଏକ ରଙ୍ଗ। ଉଡିବ ସାତ ରଙ୍ଗର ଅଭିର। ସମ୍ପର୍କର ରଙ୍ଗକୁ ନେଇ ହେବେ ରଙ୍ଗୀନ ହେବ ଏଥରର ହୋଲି। ପ୍ରଥମଥର ପାଇଁ ଓଡ଼ିଶା ଟେଲିଭିଜନ ଜଗତରେ ଏଥର ହୋଲିରେ ଦେଖିବେ ଦର୍ଶକ ଏକ ନିଆରା କାହାଣୀ ଯେଉଁଥିରେ ସମ୍ପର୍କର ବିଭିନ୍ନ ରଙ୍ଗକୁ ଏକ ଭିର୍ଣ୍ଣ ଢଙ୍ଗରେ ପରିବେଷଣ କରାଯାଇଛି। ଏହି ସ୍ପେସାଲ ହୋଲି ପ୍ରୋଗ୍ରାମରେ ଜୀ-ସାର୍ଥକର ସମସ୍ତ ବଡ ବଡ ସେଲିବ୍ରିଟ୍ରି ଅଭିନୟ କରିବା ସହ ସମ୍ପର୍କର ରଙ୍ଗ ମାଧ୍ୟମରେ ଆପଣଙ୍କୁ ଆମୋଦିତ କରିବେ।

କଥା ରେ ଅଛି ସମ୍ପର୍କ ହୃଦୟରୁ ହିଁ ହୁଏ। ହସ ଖୁସିର ସଂସାରରେ ଯୋଡି ହୋଇଛି ସମ୍ପର୍କର ସେତୁ। ଜୀ ସାର୍ଥକର ସମସ୍ତ ସେଲିବ୍ରିଟଙ୍କୁ ନେଇ ଅଭିନବ ଏବଂ ନିଆରା କାର୍ଯ୍ୟକ୍ରମ। ହୋଲିରେ କିଛି ଭିନ୍ନତା ଆଣିବା ପାଇଁ ଜ଼ୀ ସାର୍ଥକ ପ୍ରସ୍ତୁତ କରିଛି “ହୋଲି – ସମ୍ପର୍କର ରଙ୍ଗ”, ଯେଉଁଥିରେ ଅଛି ଭରପୁର ମନୋରଞ୍ଜନ ଓ ମନ ଛୁଆଁ ଏକ କାହାଣୀ। ମାର୍ଚ୍ଚ ୫ ତାରିଖ ସଂଧ୍ୟା ସାଢେ ୬.୩୦ମିରେ ଦେଖିବାକୁ ପାଇବେ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଲି ସମ୍ପର୍କର ରଙ୍ଗ।

କାର୍ଯ୍ୟକ୍ରମଟି ନିଶ୍ଚିତ ଲୋକାଦୃତ ହେବ ବୋଲି ଆଶା ପ୍ରକଟ କରିଛନ୍ତି ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍ ପ୍ରତୀକ ସିଲ। ଅଗଣିତ ଓଡିଆ ଦର୍ଶକଙ୍କୁ ହୋଲିର ଅଗ୍ରୀମ ଶୁଭେଛା ଓ ଶୁଭକାମନା।

Categories
ଆଜିର ଖବର ଜାତୀୟ ଖବର

ହୋଲି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଉପହାର!, ଆଜି ମହଙ୍ଗା ଭତ୍ତା ବୁଦ୍ଧି କରିପାରନ୍ତି ସରକାର

ନୂଆଦିଲ୍ଲୀ: ମୋଦୀ ସରକାର ଚାଷୀଙ୍କୁ ହୋଲି ଉପହାର ଦେଇଛନ୍ତି, ଏବେ ଏହା କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପର୍ଯ୍ୟାୟ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ଏକ କୋଟିରୁ ଅଧିକ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରାଯାଇପାରେ।

ବର୍ତ୍ତମାନ କେନ୍ଦ୍ର ସରକାର ୩୮ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରୁଛନ୍ତି। ଯାହାକୁ ୪୨ ପ୍ରତିଶତକୁ ବୃଦ୍ଧି କରାଯାଇପାରିବ। ଅର୍ଥାତ୍ କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିପାରିବେ। କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ସମୀକ୍ଷା କରି ବୃଦ୍ଧି କରନ୍ତି। ଶେଷ ଥର ପାଇଁ ସେପ୍ଟେମ୍ବର ୨୮ ତାରିଖ ୨୦୨୨ ରେ ଜୁଲାଇ ୧ ତାରିଖ ୨୦୨୨ ରୁ ଫେବୃଆରୀ ୨୮ ତାରିଖ ୨୦୨୩ ପର୍ଯ୍ୟନ୍ତ ୮ ମାସ ପାଇଁ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ଧର୍ମ ସଂସ୍କୃତି

ହୋଲି ପୂର୍ବରୁ ପାଳନ ହୁଏ ହୋଲିକା ଦହନ ଉତ୍ସବ, ଜାଣନ୍ତୁ କାହିଁକି ଏହା କରାଯାଏ

ଭୁବନେଶ୍ବର: ଭାରତର ଅଧିକାଂଶ ସ୍ଥାନରେ ହୋଲି ଉତ୍ସବ ବା ରଙ୍ଗ ଉତ୍ସବକୁ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ। ବିଶେଷକରି ରଙ୍ଗ ଭାଙ୍ଗ ଏବଂ ସାଙ୍ଗର ସମ୍ମିଶ୍ରଣ ଘଟେ ଏହି ଉତ୍ସବରେ। ତେବେ ହୋଲି ପୂର୍ବଦିନ ରାତିରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ହୋଲିକା ଦହନ ଉତ୍ସବ। ବିଶେଷ କରି ଉତ୍ତର ଭାରତରେ ଏହି ପର୍ବ ଧୂମଧାମରେ ପାଳନ କରାଯାଇଥାଏ।

ରାତିରେ ଶୁଖିଲା କାଠ, ଘସିରେ ଅଗ୍ନି ସଂଯୋଗ କରି ହୋଲିକା ରାକ୍ଷସୀର ପ୍ରତୀକାତ୍ମକ ଦହନ କରାଯାଏ। ସତ୍ୟଯୁଗରେ ହିରଣ୍ୟକଶ୍ୟପୁର ପୁଅ ଭକ୍ତ ପ୍ରହ୍ଲାଦକୁ ମାରିବା ପାଇଁ ତାର ପିଉସୀ ହୋଲିକା ରାକ୍ଷସୀ ନିଜ କୋଳରେ ଧରି ନିଆଁ ଉପରେ ବସିଥିଲା। ଆଶା କରିଥିଲା ଏଭଳି ଭାବେ ବିଷ୍ଣୁଭକ୍ତ ପ୍ରହ୍ଲାଦକୁ ବଧ କରାଯାଇପାରିବ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଭଗବାନଙ୍କ କରୁଣାରୁ ପ୍ରହ୍ଲାଦ ରହିଲେ ଅକ୍ଷତ, କିନ୍ତୁ ହୋଲିକା ହଜିଗଲା ଚିରକାଳ ପାଇଁ ସର୍ବଗ୍ରାସୀ ଅଗ୍ନିର ଲେଲିହାନ ଶିଖାରେ। ଆଉ ତାସହ ପାଲଟିଗଲା ଅନନ୍ତକାଳ ପାଇଁ ଏକ ଅଭିଶପ୍ତ କିମ୍ବଦନ୍ତୀ।

ଆଜି ବି ଦୋଳପୂର୍ଣ୍ଣିମା ପୂର୍ବରାତିରେ ଦୁଷ୍ପ୍ରବୃତ୍ତି, ଅଶ୍ଳୀଳତା ଓ ଦୁରାଚାରର ଅନ୍ତ ପାଇଁ ପାଳିତ ହୁଏ ହୋଲିକା ଦହନ। ଏହିଦିନ ଉତ୍ତର ଭାରତୀୟମାନେ କେତେକ ସ୍ଥାନରେ ଅଗ୍ନିଙ୍କୁ ପ୍ରଥମ ନବାନ୍ନ ଅର୍ପଣ କରି ତା ପରେ ଅବଶିଷ୍ଟ ଅନ୍ନକୁ ପ୍ରସାଦ ରୂପରେ ଗ୍ରହଣ କରିବା ପରମ୍ପରା ବି ରହିଛି।

Categories
ଆଜିର ଖବର ଜାତୀୟ ଖବର

ହୋଲି ପୂର୍ବରୁ ଏହି ଦିନ ଆସିପାରେ ପିଏମ କିଷାନର ୧୩ ତମ କିସ୍ତି, ତାଲିକାରେ ଯାଞ୍ଚ କରନ୍ତୁ ନାମ

ନୂଆଦିଲ୍ଲୀ: କେନ୍ଦ୍ରରେ ଥିବା ମୋଦୀ ସରକାର ସାରା ଦେଶରେ ଚାଷୀଙ୍କ ପାଇଁ ଅନେକ ଲାଭଦାୟକ ଯୋଜନା ଚଳାଉଛନ୍ତି। ଯାହାଦ୍ୱାରା ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇପାରିବ। ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୨ ଟି କିସ୍ତି କୃଷକଙ୍କ ଆକାଉଣ୍ଟରେ ପହଞ୍ଚିଛି। କୃଷକମାନେ ବର୍ତ୍ତମାନ ଉତ୍ସାହର ସହିତ ୧୩ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ଏହା ସହିତ ଜଡିତ ନୂତନ ଅପଡେଟ କ’ଣ ଜାଣନ୍ତୁ….

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୩ ତମ କିସ୍ତି ହୋଲି ପୂର୍ବରୁ କୃଷକଙ୍କ ଆକାଉଣ୍ଟକୁ ଆସିବ ବୋଲି ଆଶା କରାଯାଉଛି। ଖୁବ ଶୀଘ୍ର କେନ୍ଦ୍ର ସରକାର ୧୩ ତମ କିସ୍ତି ମୁକ୍ତ କରିବାକୁ ଯୋଜନା କରୁଛନ୍ତି। ଏହି ଯୋଜନା ଫେବୃଆରୀ ୨୪ ତାରିଖ ୨୦୧୯ ରେ ଆରମ୍ଭ ହୋଇଥିଲା, ଅର୍ଥାତ୍ ଫେବୃଆରୀ ୨୪ ତାରିଖ ୨୦୨୩ ରେ ଏହି ଯୋଜନାର ୪ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଦିନ ସରକାର ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର କରିପାରିବେ ବୋଲି ଆଶା କରାଯାଉଛି। ତେବେ ଏପର୍ଯ୍ୟନ୍ତ ସରକାର କୌଣସି ସରକାରୀ ତାରିଖ ଘୋଷଣା କରିନାହାଁନ୍ତି। ଆଗାମୀ ଦିନରେ ୧୩ ତମ କିସ୍ତିର ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଆସିବ ବୋଲି ବିଶ୍ୱାସ କରାଯାଏ।

କିସ୍ତି ଟଙ୍କା କେତେ ଆସିବ?:

କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଏବଂ ଚାଷୀଙ୍କ ଆର୍ଥିକ ସ୍ତର ବଢାଇବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥାଏ। ଏହି ପରିମାଣ ୩ ଟି କିସ୍ତିରେ ଟଙ୍କା ୨-୨ ହଜାର ଟଙ୍କା ଆକାରରେ ଦିଆଯାଏ। ଯଦି ଆପଣ ମଧ୍ୟ ୧୩ ତମ କିସ୍ତିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣ ଆପଣଙ୍କର ନାମ ଯାଞ୍ଚ କରିପାରିବେ।

ଏହିପରି ତାଲିକାରେ ଯାଞ୍ଚ କରନ୍ତୁ ନାମ:

ତାଲିକାରେ ଆପଣଙ୍କର ନାମ ଯାଞ୍ଚ କରିବାକୁ, ଆପଣଙ୍କୁ ପ୍ରଥମେ ପିଏମ କିଷାନର ଅଫିସିଆଲ ୱେବସାଇଟକୁ ଯିବାକୁ ପଡିବ। ଏହା ପରେ ହିତାଧିକାରୀ ସ୍ଥିତି ଉପରେ କ୍ଲିକ୍ କରନ୍ତୁ। ମୋବାଇଲ୍ ନମ୍ବର କିମ୍ବା ପଞ୍ଜୀକରଣ ନମ୍ବର ମଧ୍ୟ ପ୍ରବେଶ କରନ୍ତୁ। ଏହା ପରେ ଆପଣଙ୍କୁ କ୍ୟାପଚା କୋଡ୍ ପ୍ରବେଶ କରିବାକୁ ପଡିବ ଏବଂ ସବମିଟ ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ। ତାଲିକା ଆପଣଙ୍କ ସାମ୍ନାରେ ଖୋଲିବ। ଏଥିରେ ଆପଣ ଆପଣଙ୍କର ନାମ ଯାଞ୍ଚ କରିପାରିବ।

E- KYC କରିବା ଜରୁରୀ:

ଏହି ଯୋଜନାର ଲାଭ ଉଠାଇବାକୁ, ଆପଣଙ୍କୁ E- KYC କରିବାକୁ ପଡିବ, ନଚେତ୍ ଆକାଉଣ୍ଟକୁ ଟଙ୍କା ଆସିବ ନାହିଁ। ଇ- KYC କାର୍ଯ୍ୟ କରିବାକୁ, କୃଷକମାନେ ପ୍ରଥମେ ପିଏମ କିଷାନ ପୋର୍ଟାଲର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ। ସେଠାରେ ଫାର୍ମର କର୍ନରର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ। ସେଥିରେ, ଆପଣଙ୍କୁ ଇ- KYC ଉପରେ କ୍ଲିକ୍ କରିବାକୁ ପଡିବ। ଏହା ପରେ ନୂତନ ପୃଷ୍ଠା ଖୋଲିବା ପରେ ଆଧାର କାର୍ଡ ନମ୍ବର ପ୍ରବେଶ କରିବାକୁ ପଡିବ। ଆଧାରରୁ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ OTP ଆସିବ। OTP ଏବଂ କ୍ୟାପଚା କୋଡ୍ ପୂରଣ କରିବା ପରେ, ଇ- KYC ର ସମ୍ପୂର୍ଣ୍ଣ ପ୍ରକ୍ରିୟା କରାଯିବ।

Categories
ଆଜିର ଖବର ଧର୍ମ

ହୋଲି ପୂର୍ବରୁ ପାଳନ ହୁଏ ହୋଲିକା ଦହନ ଉତ୍ସବ, ଜାଣନ୍ତୁ କାହିଁକି ଏହା କରାଯାଏ

ଭୁବନେଶ୍ବର: ଭାରତର ଅଧିକାଂଶ ସ୍ଥାନରେ ହୋଲି ଉତ୍ସବ ବା ରଙ୍ଗ ଉତ୍ସବକୁ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ। ବିଶେଷକରି ରଙ୍ଗ ଭାଙ୍ଗ ଏବଂ ସାଙ୍ଗର ସମ୍ମିଶ୍ରଣ ଘଟେ ଏହି ଉତ୍ସବରେ। ତେବେ ହୋଲି ପୂର୍ବଦିନ ରାତିରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ହୋଲିକା ଦହନ ଉତ୍ସବ। ବିଶେଷ କରି ଉତ୍ତର ଭାରତରେ ଏହି ପର୍ବ ଧୂମଧାମରେ ପାଳନ କରାଯାଇଥାଏ।

ରାତିରେ ଶୁଖିଲା କାଠ, ଘସିରେ ଅଗ୍ନି ସଂଯୋଗ କରି ହୋଲିକା ରାକ୍ଷସୀର ପ୍ରତୀକାତ୍ମକ ଦହନ କରାଯାଏ। ସତ୍ୟଯୁଗରେ ହିରଣ୍ୟକଶ୍ୟପୁର ପୁଅ ଭକ୍ତ ପ୍ରହ୍ଲାଦକୁ ମାରିବା ପାଇଁ ତାର ପିଉସୀ ହୋଲିକା ରାକ୍ଷସୀ ନିଜ କୋଳରେ ଧରି ନିଆଁ ଉପରେ ବସିଥିଲା। ଆଶା କରିଥିଲା ଏଭଳି ଭାବେ ବିଷ୍ଣୁଭକ୍ତ ପ୍ରହ୍ଲାଦକୁ ବଧ କରାଯାଇପାରିବ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଭଗବାନଙ୍କ କରୁଣାରୁ ପ୍ରହ୍ଲାଦ ରହିଲେ ଅକ୍ଷତ, କିନ୍ତୁ ହୋଲିକା ହଜିଗଲା ଚିରକାଳ ପାଇଁ ସର୍ବଗ୍ରାସୀ ଅଗ୍ନିର ଲେଲିହାନ ଶିଖାରେ। ଆଉ ତାସହ ପାଲଟିଗଲା ଅନନ୍ତକାଳ ପାଇଁ ଏକ ଅଭିଶପ୍ତ କିମ୍ବଦନ୍ତୀ।

ଆଜି ବି ଦୋଳପୂର୍ଣ୍ଣିମା ପୂର୍ବରାତିରେ ଦୁଷ୍ପ୍ରବୃତ୍ତି, ଅଶ୍ଳୀଳତା ଓ ଦୁରାଚାରର ଅନ୍ତ ପାଇଁ ପାଳିତ ହୁଏ ହୋଲିକା ଦହନ। ଏହିଦିନ ଉତ୍ତର ଭାରତୀୟମାନେ କେତେକ ସ୍ଥାନରେ ଅଗ୍ନିଙ୍କୁ ପ୍ରଥମ ନବାନ୍ନ ଅର୍ପଣ କରି ତା ପରେ ଅବଶିଷ୍ଟ ଅନ୍ନକୁ ପ୍ରସାଦ ରୂପରେ ଗ୍ରହଣ କରିବା ପରମ୍ପରା ବି ରହିଛି।

Categories
ଧର୍ମ ବିଶେଷ ଖବର

ଦୋଳ ଉତ୍ସବ ଓ ଶ୍ରୀଚୈତନ୍ୟ

 

ଡ. ଫକୀର ମୋହନ ନାହାକ

‘କେବଳ ଉତ୍କଳୀୟ ଜନଜୀବନ ନୁହେଁ, ପୂର୍ବଭାରତର ବଙ୍ଗ, ଆସାମ, ମଣିପୁର, ତ୍ରିପୁରା ଆଦି ଅଞ୍ଚଳରେ ଶ୍ରୀକୃଷ୍ଣ ଓ ଶ୍ରୀଚୈତନ୍ୟଙ୍କ ଅନୁଗାମୀ ଅନେକ । ଦୋଳପୂର୍ଣ୍ଣିମାରେ ଧରାବତରଣ କରିଥିଲେ ଶ୍ରୀଚୈତନ୍ୟ ମହାପ୍ରଭୁ ।

ରାହୁଗ୍ରସ୍ତେ ଜଡ଼ ଶଶଧରେ ଫାଲଗୁନେ ପୂର୍ଣ୍ଣିମାୟାଂ , ଗୌଡ଼େଶାକେ ମନୁଶତମିତେ ସପ୍ତବର୍ଷାଧିକେ ଯଃ

ମାୟାପୁର୍ଯ୍ୟାଂ ସମଜନୀ ଶଚୀ ଗର୍ଭସିନ୍ଧୌ ପ୍ରଦୋଷେ, ତଂ ଚିଚ୍ଛକ୍ତି ପ୍ରକଟିତ ତନୁଂ ମିଶ୍ରସୂନୁଂ ସ୍ମରାମି ।।   

ଫାଲଗୁନ ପୂର୍ଣ୍ଣିମାର ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ କାଳରେ ଗୌଡ଼ୀୟ ଶକାବ୍ଦ 1407 ବା 1485 ଖ୍ରୀଷ୍ଟାବ୍ଦରେ ନଦୀୟା ଜିଲ୍ଲାର ମାୟାପୁରୀରେ ଶଚୀଦେବୀଙ୍କ ଗର୍ଭରୂପକ ସିନ୍ଧୁରୁ ସନ୍ଧ୍ୟାକାଳରେ ମିଶ୍ରପୁତ୍ର ଶ୍ରୀଚୈତନ୍ୟ ନିଜ ଶରୀରକୁ ପ୍ରକଟ କଲେ । ସେହି ସଚ୍ଚିଦାନନ୍ଦ ସ୍ୱରୂପ ଶ୍ରୀଚୈତନ୍ୟଙ୍କୁ ଆମ୍ଭେ ସ୍ମରଣ କରୁଛୁ। ସେହି ଶ୍ରୀଚୈତନ୍ୟ ଥିଲେ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ। ନଦୀୟା ନବଦ୍ୱୀପରୁ ହରିନାମ ସଂକୀର୍ତ୍ତନ କରି 1510 ଖ୍ରୀଷ୍ଟାବ୍ଦରେ ଶ୍ରୀକ୍ଷେତ୍ର ଆସିଥିଲେ ଶ୍ରୀଚୈତନ୍ୟ ମହାପ୍ରଭୁ।

ଗଜପତି ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ କାଳରେ ଉତ୍କଳୀୟ ଭୂଖଣ୍ଡରେ ବୈଷ୍ଣବ ଧର୍ମର ପ୍ରଚାର କରିଥିଲେ ଶ୍ରୀଚୈତନ୍ୟ । ପୁରୀର ରାଧାକାନ୍ତ ମଠ ଥିଲା ଶ୍ରୀଚୈତନ୍ୟଙ୍କ ସାଧନା ସ୍ଥଳୀ। ତେଣୁ ଶ୍ରୀଚୈତନ୍ୟଙ୍କ ଆଗମନ ପରେ ଶ୍ରୀକ୍ଷେତ୍ର ଓ ଉତ୍କଳରେ ଘଟିଥିଲା ଉତ୍କଳୀୟ ଓ ବଙ୍ଗୀୟ କଳା, ସାହିତ୍ୟ ଓ ସଂସ୍କୃତିର ସଂଗମ। ତେଣୁ ଆଜି ବି ଗାଁ ଗାଁରେ ଦୋଳ ଉତ୍ସବରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କୁ ସ୍ମରଣ କରାଯାଏ। କେତେକ ସ୍ଥାନରେ ରଙ୍ଗ ଅବିର ଖେଳ ସାଙ୍ଗକୁ ହରେକୃଷ୍ଣ ନାମଯଜ୍ଞର ଆୟୋଜନ କରାଯାଏ। ଈଶ୍ୱର ପ୍ରେମରେ ତଲ୍ଲୀନ ହୋଇ ଭକ୍ତ ଗାଇଉଠନ୍ତି ଅଖଣ୍ଡ ନାମ ..

ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ । ହରେ କୃଷ୍ଣ ହରେ ରାମ ଶ୍ରୀରାଧେ ଗୋବିନ୍ଦ ।।

ଉତ୍ତର ଭାରତରେ ହୋଲିକା ଦହନ

ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ହୋଲି ଉତ୍ସବ ବା ରଙ୍ଗ ଉତ୍ସବକୁ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ। ବିଶେଷକରି ରଙ୍ଗ ଭାଙ୍ଗ ଏବଂ ସାଙ୍ଗର ସମ୍ମିଶ୍ରଣ ଘଟେ ଏହି ଉତ୍ସବରେ। ତେବେ ହୋଲି ପୂର୍ବଦିନ ରାତିରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ହୋଲିକା ଦହନ ଉତ୍ସବ। ରାତିରେ ଶୁଖିଲା କାଠ, ଘସିରେ ଅଗ୍ନି ସଂଯୋଗ କରି ହୋଲିକା ରାକ୍ଷସୀର ପ୍ରତୀକାତ୍ମକ ଦହନ କରାଯାଏ।

ସତ୍ୟଯୁଗରେ ହିରଣ୍ୟକଶ୍ୟପୁର ପୁଅ ଭକ୍ତ ପ୍ରହ୍ଲାଦକୁ ମାରିବା ପାଇଁ ତାର ପିଉସୀ ହୋଲିକା ରାକ୍ଷସୀ ନିଜ କୋଳରେ ଧରି ନିଆଁ ଉପରେ ବସିଥିଲା। ଆଶା କରିଥିଲା ଏଭଳି ଭାବେ ବିଷ୍ଣୁଭକ୍ତ ପ୍ରହ୍ଲାଦକୁ ବଧ କରାଯାଇପାରିବ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଭଗବାନଙ୍କ କରୁଣାରୁ ପ୍ରହ୍ଲାଦ ରହିଲେ ଅକ୍ଷତ, କିନ୍ତୁ ହୋଲିକା ହଜିଗଲା ଚିରକାଳ ପାଇଁ ସର୍ବଗ୍ରାସୀ ଅଗ୍ନିର ଲେଲିହାନ ଶିଖାରେ। ଆଉ ତାସହ ପାଲଟିଗଲା ଅନନ୍ତକାଳ ପାଇଁ ଏକ ଅଭିଶପ୍ତ କିମ୍ବଦନ୍ତୀ। ଆଜି ବି ଦୋଳପୂର୍ଣ୍ଣିମା ପୂର୍ବରାତିରେ ଦୁଷ୍ପ୍ରବୃତ୍ତି, ଅଶ୍ଳୀଳତା ଓ ଦୁରାଚାରର ଅନ୍ତ ପାଇଁ ପାଳିତ ହୁଏ ହୋଲିକା ଦହନ। ଏହିଦିନ ଉତ୍ତର ଭାରତୀୟମାନେ କେତେକ ସ୍ଥାନରେ ଅଗ୍ନିଙ୍କୁ ପ୍ରଥମ ନବାନ୍ନ ଅର୍ପଣ କରି ତା ପରେ ଅବଶିଷ୍ଟ ଅନ୍ନକୁ ପ୍ରସାଦ ରୂପରେ ଗ୍ରହଣ କରିବା ପରମ୍ପରା ବି ରହିଛି।

ବୃନ୍ଦାବନରେ ବାଙ୍କେବିହାରୀ

ରାଧାଗୋବିନ୍ଦଙ୍କ ପରମ ପ୍ରେମର ପ୍ରତୀକ ରଙ୍ଗଉତ୍ସବ ଦେଶର ବିଭିନ୍ନ ଭାଗରେ ପାଳନ ହେଉଥିଲେ ବି ବୃନ୍ଦାବନରେ ଏହାର ମାଦକତା କିଛି ଭିନ୍ନ। ବାଙ୍କେବିହାରୀଙ୍କ ଏହି ଧାମରେ କେବଳ ରଙ୍ଗ ଅବିରରେ ହୋଲି ଖେଳାଯାଏନି, ବରଂ ଏଠାରେ କାଳ କାଳ ଧରି ହୋଲି ପାଳିତ ହୁଏ ଫୁଲରେ, ଚନ୍ଦନରେ, କାଦୁଅରେ ଆଉ ଯମୁନାର ଜଳରେ। ଦେଶ ଦେଶାନ୍ତରରୁ ଭକ୍ତ, ଦର୍ଶକ ଓ ପର୍ଯ୍ୟଟକ ଆସନ୍ତି ଏଠାକୁ ରଙ୍ଗପର୍ବର ଅନୁଭବ ସାଉଁଟିବା ପାଇଁ । ଏପରିକି ଏଠାରେ ହୋଲିଉତ୍ସବରେ ମହିଳାମାନେ ପୁରୁଷଙ୍କ ମୁଣ୍ଡକୁ ଲାଠିରେ ପିଟିବାର ଏକ ଅନନ୍ୟ ପରମ୍ପରା ରହିଛି । ଏହି ହୋଲି ଲଠ୍ ମାର ହୋଲି ରୂପେ ବିଶ୍ୱବିଦିତ । ଆଜି ବି ମଥୁରା ଓ ବୃନ୍ଦାବନର କୋଣ ଅନୁକୋଣରେ ହୋଲି ଖେଳିଲା ବେଳେ ରାଧାକୃଷ୍ଣଙ୍କ ଉପସ୍ଥିତି ଅନୁଭବ କରିହୁଏ।

ମନସ୍ତତ୍ତ୍ୱବିତ୍ ମାନଙ୍କ ଭାଷାରେ ହୋଲି ଏମିତି ଏକ ପର୍ବ, ଯେଉଁଠି ତରୁଣ ତରୁଣୀଙ୍କ ମନରେ ସାଇତା ହୋଇ ରହିଥିବା ଭଲପାଇବା ଏହି ଅବସରରେ ଫଳବତୀ ହୁଏ । ଉଭୟେ ଉଭୟଙ୍କୁ ନିଜ ମନକଥା କହିବାରେ ସକ୍ଷମ ହୁଅନ୍ତି। ତେଣୁ ନବୀନ ପଲ୍ଲବ ନବ କୁସୁମକୁ ନେଇ ଆସିଥିବା ବସନ୍ତ ମଧୁମୟ ହୋଇଉଠେ। ମନ୍ଦ ମନ୍ଦ ମଳୟର ମହମହ ବାସ୍ନାରେ ଆନମନା ହୁଏ ମନ। ମନର ମଣିଷ ପାଇଁ ମତୁଆଲା ହୁଏ। ପ୍ରେମ ପ୍ରଣୟର ପୃଷ୍ଠାକୁ ପରିପୂର୍ଣ୍ଣ କରିଦିଏ ବସନ୍ତ। …

(ଲେଖକ ହେଉଛନ୍ତି ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ )

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ହୋଲିରେ ଚୋରା ମଦ ବେପାରୀ ମାଲେମାଲ୍: ଶୋଇଛି ତିର୍ତ୍ତୋଲ ଅବକାରି ବିଭାଗ

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ଅଞ୍ଚଳରେ ଛତୁ ଫୁଟିଲା ପରି ମଦ ଦୋକାନ ଖୋଲିବାରେ ଲାଗିଥିବା ବେଳେ ଟାର୍ଗେଟ ପୁରଣ କରିବା ପାଇଁ ଚୋରା ମଦ ଦୋକାନିଙ୍କ ଉପରେ କାଁ ଭାଁ ନାମକୁ ମାତ୍ର ଚଢାଉ କରି ତିର୍ତ୍ତୋଲ ଅବକାରୀ ବିଭାଗ ବାଃ ବାଃ ନେଉଥିବା କୁହାଯାଉଛି। ସୂଚନାନୁଯାୟୀ ତିର୍ତ୍ତୋଲ ଅଞ୍ଚଳର ଏମିତି କୌଣସି ଗାଁ ଗହଳି, ଛକ ବଜାର ନାହିଁ ଯେଉଁଠି ଚୋରା ମଦ ଗଞ୍ଜେଇ ବିକ୍ରି ନହେଉଛି।

ଏମିତିକି ହୋଲିରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ ସେଥିପାଇଁ ସରକାରଙ୍କ ପକ୍ଷରୁ ମଦବିକ୍ରି ଉପରେ କଟକଣା ଲଗାଯାଇଥିଲା। ସରକାରୀ ସ୍ୱୀକୃତିପ୍ରାପ୍ତ ମଦଦୋକାନ ଗୁଡିକ ସରକାରଙ୍କ ନିର୍ଦ୍ଦେଶାନୂଯାୟୀ ବନ୍ଦ ରହିଥିବା ବେଳେ ତିର୍ତ୍ତୋଲ ଅଞ୍ଚଳର ଗାଁ ଗହଳି ଛକ ବଜାର ଓ ଢାବା ଗୁଡିକରେ ଚୋରାମଦ ବେପାରୀ ମାନେ ଖୋଲାଖୋଲି ଯୋରଦାର୍ ବେପାର ଚଳାଇଥିବା ଦେଖିବାକୁ ମିଳିଥିଲା।

ସୂଚନାନୁଯାୟୀ ଏମିତିକି ତିର୍ତ୍ତୋଲ ଅବକାରୀ ଅଫିସ୍ ନିକଟସ୍ଥ ତିର୍ତ୍ତୋଲ ବଜାରରେ ହୋଲି ଦିନ ସକାଳ ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲାଖୋଲି ଚୋରା ମଦ ବେପାର ଚାଲିଥିବା ବେଳେ କଟକ-ପାରାଦ୍ବୀପ ରାସ୍ତା କଡରେ ଅବସ୍ଥିତ ବାଲିପାଟଣା ଛକରେ ଦିର୍ଘଦିନ ହେବ ଏକ ଚୋରା ମଦ ଗୋଦାମ ଖୋଲାଯାଇ ଏକରକମ ମଦ ବାର୍ ଚାଲୁଥିବା କୁହାଯାଉଥିବା ବେଳେ ହୋଲିପର୍ବ ଦିନ ସକାଳ ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ସେଠାରେ ଖୋଲାଖୋଲି ଭାବେ ଯୋରଦାର୍ ଚୋରା ମଦ ବେପାର ଚାଲିବା ଫଳରେ ସ୍ଥାନୀୟ ଅଞ୍ଚଳରେ ମଦୁଆଙ୍କ ପ୍ରବଳ ଉପଦ୍ରବ ଯୋଗୁଁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଶୁଣିବାକୁ ମିଳୁଛି।

ଏମିତିକି ବିଭିନ୍ନ ବ୍ରାଣ୍ଡର ମଦକୁ ଅତିରିକ୍ତ ଚଢା ଦରରେ ବିକ୍ରୀ କରାଯାଇ ସାଧାରଣ ଲୋକଙ୍କୁ ଶୋଷଣ କରି ଉକ୍ତ ଚୋରା ମଦ ବେପାରୀ ମାଲେମାଲ୍ ହେଉଥିବା ବେଳେ ତିର୍ତ୍ତୋଲ ଅବକାରୀ ବିଭାଗର ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ଭୟରେ ଦିନରାତି ଖୋଲାଖୋଲି ଚୋରା ମଦ ବିକ୍ରି କରୁଥିବା ଉକ୍ତ ଚୋରା ମଦ ବେପାରୀମାନେ ମାସିକିଆ ମୋଟା ଅଙ୍କର ବଟି ଦେଇ ବିଭାଗ ଠାରୁ ଅଭୟ ବର ପାଇ ଧରାକୁ ସରା ମଣୁଛନ୍ତି ବୋଲି କୁହାଯାଉଛି।ସରକାରୀ ନୀତି ନିୟମ ଓ ସାଧାରଣ ଲୋକଙ୍କ ହିତକୁ ଜଳାଞ୍ଜଳି ଦେଇ ଜିଲ୍ଲାସ୍ତରୀୟ କିଛି ଅସାଧୁ ଅଫିସର ନିଜ ପକେଟ୍ ଗରମ କରି ମାଲେମାଲ୍ ହେବା ପାଇଁ ଉକ୍ତ ଚୋରା ମଦ ବେପାରୀଙ୍କୁ ଅଭୟବର ପ୍ରଦାନ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସ୍ଥାଣୁ ପାଲଟିଥିବା ବିଭାଗୀୟ କର୍ମଚାରୀଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଥିବା ଶୁଣିବାକୁ ମିଳୁଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଶ୍ରୀମନ୍ଦିରରେ ହୋଲି ଉପଲକ୍ଷେ ସ୍ବତନ୍ତ୍ର ପୂଜା, ଦୋଳଗୋବିନ୍ଦଙ୍କ ସହର ପରିକ୍ରମା

ପୁରୀ, ଆଜି ହୋଲି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ପୂଜା କରାଯାଇଛି। ଏହି ଉପଲକ୍ଷେ ଏକ ବିମାନରେ ଶ୍ରୀ ଦୋଳଗୋବନ୍ଦଙ୍କ ସହିତ ଶ୍ରୀଦେବୀ, ଭୂଦେବୀ ନରେନ୍ଦ୍ର ପୁଷ୍କରଣୀ ଯାଇଥିଲେ। ପ୍ରତି ବର୍ଷ ହୋଲି ରେ ପ୍ରଭୃ ଦୋଳଗୋବିନ୍ଦ ବିମାନରେ ଶ୍ରୀମନ୍ଦିରରୁ ବିମାନରେ ବାହାରି ସହର ପରିକ୍ରମା କରିଥାନ୍ତି। ନରେନ୍ଦ୍ର ପୁଷ୍କରଣୀରେ ପୂଜାବିଧି ପରେ ଠାକୁର ଶ୍ରୀମନ୍ଦିରକୁ ଫେରିଆସନ୍ତି। ଶ୍ରୀମନ୍ଦିରରେ ଏହି ପରଂପରା ପ୍ରାଚୀନ କାଳରୁ ପାଳିତ ହୋଇଆସୁଛି।