Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମଣିନାଗ ପାର୍କ ନିକଟରୁ ପାଞ୍ଚ ଡକାୟତ ଗିରଫ: ଖୋର୍ଦ୍ଧା ବାଣପୁରରୁ ଦୁଇ ଅଭିଯୁକ୍ତ ସାମିଲ

ରଣପୁର: ବୁଧବାର ବିଳମ୍ବିତ ରାତିରେ ଇଟାମାଟି ଥାନା ଅନ୍ତର୍ଗତ ଶଙ୍ଖେଇ ନୋତର ଗ୍ରାମରେ ଡକାୟତି କରିବା ଉଦ୍ଦେଶ୍ୟରେ ୯ ଜଣ ଡକାୟତ ନୋତର ହାଇସ୍କୁଲ ପଛପଟରେ ଥିବା ପାହାଡ଼ରେ ବସି ଯୋଜନା କରୁଥିଲେ। ଇଟାମାଟି ପୋଲିସ କୌଣସି ସୂତ୍ରରୁ ଖବର ପାଇ ପାହଡକୁ ଘେରିବା ସହ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପୋଲିସ ୪ ଜଣଙ୍କୁ କାବୁ କରି ନେଇଥିବା ବେଳେ ଅନ୍ୟ ପଞ୍ଚାଜଣ ଫେରାର ହୋଇଯାଇଥିଲେ।

ଏ ସମ୍ପର୍କରେ ଇଟାମାଟି ଥାନା ତରଫରୁ ଅନ୍ୟ ଥାନାମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ସେଠାରୁ କୌଶଳକ୍ରମେ ଫେରାର ହୋଇଯାଇଥିବା ଡକାୟତମାନେ ରଣପୁର ଅଞ୍ଚଳକୁ ପଶି ଆସିଥିବା ବେଳେ ସେମାନେ ମଣିନାଗ ପାର୍କ ନିକଟସ୍ଥ ପାହାଡରେ ଯୋଜନା କରୁଥିବା ବେଳେ ରଣପୁର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଥାନା ଅଧିକାରୀ ଆଶିଷଦେବ ସାହୁ ଓ ପୋଲିସ ଟିମ ଚଢ଼ାଉ କରି ୫ ଜଣ ଡକାୟତଙ୍କୁ କାବୁ କରିବାରେ ସମର୍ଥ ହୋଇଥିଲା। ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ରୂପା ଅଳଙ୍କାର ଜବତ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।

ସେମାନଙ୍କ ନାମରେ ଦର୍ପନାରାୟଣପୁର, ଇଟାମାଟି, ଶରଣକୁଳ, ବାଣପୁର, ନୟାଗଡ ସଦର ଅଂଚଳରୁ ଚୋରି କରିଥିବା ସ୍ୱୀକାର କରିଥିଲେ। ଗିରଫ ବ୍ୟକ୍ତିମାନଙ୍କ ନାମରେ ରଣପୁର ପୋଲିସ ୫୮/୨୦୨୫ ନମ୍ବରରେ ମୋକଦ୍ଦମା ରୁଜୁ କରିଥିବା ଜଣାପଡିଛି।

ଗିରଫ ବ୍ୟକ୍ତି ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବାଞ୍ଛାନିଧି ଗ୍ରାମର ବାସୁ ପ୍ରଧାନ (୩୫), ସ୍ୱାଧୀନ ପ୍ରଧାନ (୨୦), ନିରାକାରପୁର ଥାନା ଅନ୍ତର୍ଗତ ଚିତ୍ରକୂଟ ଗାଁର ରାଜୁ ପ୍ରଧାନ (୨୫), ଚଗଲା ପ୍ରଧାନ ଓ ଜଙ୍କିଆ ଥାନା ଅନ୍ତର୍ଗତ ଛାତଗିରି ଗ୍ରାମର ମାନସ ରେଡି (୨୫) ବୋଲି ପୋଲିସ ତଥ୍ୟରୁ ଜଣା ପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସୁନା ଦୋକାନୀଙ୍କୁ ହତ୍ୟା ଓ ଲୁଟ୍ ମାମଲା: ୪ ଆନ୍ତଃରାଜ୍ୟ ଡକାୟତ ଗିରଫ, ଜଣେ ଅଟକ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଂଚଳରେ ସୁନା ଦୋକାନୀଙ୍କୁ ଗୁଳି କରି ହତ୍ୟା ଏବଂ ଲୁଟ୍‌ ମାମଲାର ରହସ୍ୟ ଉନ୍ମୋଚନ କରିଛି ପୋଲିସ୍। ବିହାର ଓ ଝାଡ଼ଖଣ୍ଡ ରାଜ୍ୟର ୪ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ, ଗୁଳି, ୩ଶହ ଗ୍ରାମ ସୁନା, ନଗଦ ୨ଲକ୍ଷ ୭୫ହଜାର ଟଙ୍କା ଜବତ କରାଯାଇଛି।

ପୋଲିସ୍ ସୂଚନା ମୁତାବକ, ଚଳିତ ମାସ ୧ ତାରିଖ ଦିନ ବଡ଼ଗାଁ ଅଂଚଳର ସୁନା ଦୋକାନୀ ରୋହିତ କୁମାର ବର୍ମାଙ୍କୁ ୩ଜଣ ଦୁର୍ବୃଚା ଏକ ବାଇକ୍‌ରେ ଆସି ଗୁଳି ମାରିବା ସହ ସୁନାଗହଣା ଲୁଟି ନେଇଥିଲେ। ଅନ୍ୟପକ୍ଷରେ ଗୁଳିମାଡ଼ ଯୋଗୁଁ ରୋହିତଙ୍କ ମୃତ୍ୟୁ ଘଟିଥିଲା।

ଏନେଇ ବଡ଼ଗାଁ ଥାନା ପୋଲିସ୍ କେଶ୍ ନଂ ୩୯୪, ୩୯୭, ୩୦୨,୨୫(୧ବି ଏ), ୨୭ ଆର୍ମସ୍‌ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିଲା। ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଅପରାଧୀଙ୍କୁ ଗିରଫ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ମିଳିତ ଟାସ୍କଫୋର୍ସ, ସ୍ଥାନୀୟ ପୋଲିସ୍ ଏବଂ ସାଇବର୍ ଟିମ୍‌କୁ ନେଇ ଏକ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଅପରାଧୀଙ୍କୁ ଧରିବାକୁ ଯୋଜନା କରାଯାଇଥିଲା।

ଘଟଣାର ୯ ଦିନ ପରେ ବିହାର ଏବଂ ଝାଡ଼ଖଣ୍ଡ ପୋଲିସ୍ ସହାୟତାରେ ପୋଲିସ୍ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତ ସ୍ଥାନୀୟ ଅଂଚଳର ହୋଇଥିବାବେଳେ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ଉକ୍ତ ଗ୍ୟାଙ୍ଗଟି ସକ୍ରିୟ ହୋଇ ଥିବା ସହ ସେମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି।

ଘଟଣାର ତଦନ୍ତ ଜାରି ରହିଥିବାବେଳେ ସ୍ଥାନୀୟ ଅଂଚଳର ସମ୍ପୃକ୍ତି ସଂକ୍ରାନ୍ତରେ ମଧ୍ୟ ତଦନ୍ତ ଜାରି ରହିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଡ଼କାୟତ ଉଦ୍ୟମ ପଣ୍ଡ: ୪ ଡ଼କାୟତ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କିଛିଦିନ ହେଲା ଖଲିକୋଟ ସଂଲଗ୍ନ ଜାତୀୟ ରାଜପଥ – ୧୬ରେ ଅପରାଧିକ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ଦିନ କୌଣସି ନା କୌଣସି ବ୍ୟକ୍ତିଙ୍କଠାରୁ ଡ଼କାୟତ ହେଉଥିବା ନେଇ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ୍‌ର ହାତ ଖାଲି ଥିଲା। ଆଜି ଏଭଳି ଏକ ଗ୍ୟାଙ୍ଗ ଡ଼କାୟତ ଉଦ୍ୟମ କରିଥିବା ସମୟରେ ପୋଲିସ୍ ହାତରେ ଧରାପଡ଼ିଛନ୍ତି।

ଘଟଣାରୁ ପ୍ରକାଶ ଯେ ଖଲିକୋଟ ଥାନା ଅନ୍ତର୍ଗତ ବଡ଼ଘାଟି ଫରେଷ୍ଟ ଗେଟ୍ ନିକଟରେ କିଛି ଡ଼କାୟତ ଏକତ୍ରିତ ହୋଇ ଡ଼କାୟତ ଉଦ୍ୟମ କରିବା ନେଇ ଖଲିକୋଟ ପୋଲିସ୍ ପାଖରେ ସୂଚନା ମିଳିଥିଲା। ସଂଗେ ସଂଗେ ଥାନା ଏସ୍‌ଆଇ ଅମ୍ବିକା ବେନିୟା, ଥାନା କର୍ମଚାରୀ ଆର୍‌.ପି. ଭଟ୍ଟମିଶ୍ର, ଆର୍ କେ ନାୟକ, ଏସ୍‌.କେ ନାୟକ, ଜୟକ୍ରିଷ୍ଣା, ଏଚ୍‌କେ ନାୟକ, ପି. ରୋହିତ, ଏସ୍‌କେ କୁଡ଼ୁମ୍ବା, ବୈଦ୍ୟ ଏବଂ ଏନ୍ ବେହେରା ଘଟଣାସ୍ଥଳରେ ପହଞ୍ଚିଥିଲେ। ଏମାନେ ୪ ଜଣ ଡ଼କାୟତକୁ ଧରିଥିବାବେଳେ ଅନ୍ୟ ଜଣେ ଫେରାର୍ ହୋଇଯାଇଥିଲା।

ଡ଼କାୟତମାନେ ହେଲେ କୋଦଳା ବି. ନୂଆପଲି ଗ୍ରାମର ସନ୍ତୋଷ ଖଟେଇ (୨୯), କୋଦଳା ଥାନା କାଲିମେଘ ଗ୍ରାମର ମୁନାରାମ୍ ଜେନା (୨୧), ଫାସି ଗ୍ରାମର ରାଜ ଗୋପାଳ ମହାପାତ୍ର, ଖଲିକୋଟ ଥାନା କହ୍ନେଇପୁର ଗ୍ରାମର ଧର୍ମି ଓରଫ୍ ଧିରେନ୍ଦ୍ର ଦାସ (୨୪)। ପୋଲିସ୍ ସେମାନଙ୍କ ନିକଟରୁ ୬ ଏମ୍ ଏମ୍‌ର ଟି ପିସ୍ତଲ (୧୧ଗୁଳି), ସିଙ୍ଗେଲ ସଟ୍ ପିସ୍ତଲ ୨ଟି, ରିଭଲ୍‌ଭର ଗୋଟିଏ, ଏୟାର ଗନ ଗୋଟିଏ, ତିନୋଟି ମଟର ସାଇକେଲ୍‌, ୨ଟି ଖଣ୍ଡା, ୩ଟି ମୋବାଇଲ୍ ଫୋନ୍‌, ଲଙ୍କା ଗୁଣ୍ଡ, ଟର୍ଚ ଏବଂ ମାସ୍କ ଜବତ କରିଛି। ଖଲିକୋଟ ଥାନା କେସ ନଂ ୪୮/୨୧ରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲଣ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।