Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମଣିନାଗ ପାର୍କ ନିକଟରୁ ପାଞ୍ଚ ଡକାୟତ ଗିରଫ: ଖୋର୍ଦ୍ଧା ବାଣପୁରରୁ ଦୁଇ ଅଭିଯୁକ୍ତ ସାମିଲ
ଅପରାଧ

ମଣିନାଗ ପାର୍କ ନିକଟରୁ ପାଞ୍ଚ ଡକାୟତ ଗିରଫ: ଖୋର୍ଦ୍ଧା ବାଣପୁରରୁ ଦୁଇ ଅଭିଯୁକ୍ତ ସାମିଲ

March 21, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ବୁଧବାର ବିଳମ୍ବିତ ରାତିରେ ଇଟାମାଟି ଥାନା ଅନ୍ତର୍ଗତ ଶଙ୍ଖେଇ ନୋତର ଗ୍ରାମରେ ଡକାୟତି କରିବା ଉଦ୍ଦେଶ୍ୟରେ ୯ ଜଣ ଡକାୟତ ନୋତର ହାଇସ୍କୁଲ ପଛପଟରେ ଥିବା ପାହାଡ଼ରେ ବସି ଯୋଜନା କରୁଥିଲେ। ଇଟାମାଟି ପୋଲିସ କୌଣସି ସୂତ୍ରରୁ ଖବର ପାଇ ପାହଡକୁ ଘେରିବା ସହ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପୋଲିସ ୪ ଜଣଙ୍କୁ କାବୁ କରି ନେଇଥିବା ବେଳେ ଅନ୍ୟ ପଞ୍ଚାଜଣ ଫେରାର ହୋଇଯାଇଥିଲେ।

ଏ ସମ୍ପର୍କରେ ଇଟାମାଟି ଥାନା ତରଫରୁ ଅନ୍ୟ ଥାନାମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ସେଠାରୁ କୌଶଳକ୍ରମେ ଫେରାର ହୋଇଯାଇଥିବା ଡକାୟତମାନେ ରଣପୁର ଅଞ୍ଚଳକୁ ପଶି ଆସିଥିବା ବେଳେ ସେମାନେ ମଣିନାଗ ପାର୍କ ନିକଟସ୍ଥ ପାହାଡରେ ଯୋଜନା କରୁଥିବା ବେଳେ ରଣପୁର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଥାନା ଅଧିକାରୀ ଆଶିଷଦେବ ସାହୁ ଓ ପୋଲିସ ଟିମ ଚଢ଼ାଉ କରି ୫ ଜଣ ଡକାୟତଙ୍କୁ କାବୁ କରିବାରେ ସମର୍ଥ ହୋଇଥିଲା। ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ରୂପା ଅଳଙ୍କାର ଜବତ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।

ସେମାନଙ୍କ ନାମରେ ଦର୍ପନାରାୟଣପୁର, ଇଟାମାଟି, ଶରଣକୁଳ, ବାଣପୁର, ନୟାଗଡ ସଦର ଅଂଚଳରୁ ଚୋରି କରିଥିବା ସ୍ୱୀକାର କରିଥିଲେ। ଗିରଫ ବ୍ୟକ୍ତିମାନଙ୍କ ନାମରେ ରଣପୁର ପୋଲିସ ୫୮/୨୦୨୫ ନମ୍ବରରେ ମୋକଦ୍ଦମା ରୁଜୁ କରିଥିବା ଜଣାପଡିଛି।

ଗିରଫ ବ୍ୟକ୍ତି ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବାଞ୍ଛାନିଧି ଗ୍ରାମର ବାସୁ ପ୍ରଧାନ (୩୫), ସ୍ୱାଧୀନ ପ୍ରଧାନ (୨୦), ନିରାକାରପୁର ଥାନା ଅନ୍ତର୍ଗତ ଚିତ୍ରକୂଟ ଗାଁର ରାଜୁ ପ୍ରଧାନ (୨୫), ଚଗଲା ପ୍ରଧାନ ଓ ଜଙ୍କିଆ ଥାନା ଅନ୍ତର୍ଗତ ଛାତଗିରି ଗ୍ରାମର ମାନସ ରେଡି (୨୫) ବୋଲି ପୋଲିସ ତଥ୍ୟରୁ ଜଣା ପଡିଛି।

ଖୋର୍ଦ୍ଧା ଡ଼କାୟତ ଗିରଫ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ପ୍ରପୀଡିତ ଚାଷୀଙ୍କ କ୍ଷତିପୂରଣ ବଢ଼ାଅ, ଋଣ ଛାଡ଼ କର, ଓଜେସି କୃଷକ ମୋର୍ଚ୍ଚାର ୯ ଦଫା ଦାବି

August 4, 2026

NEET UG OMR ସିଟ୍ ବିବାଦ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଛଅ ପରୀକ୍ଷାର୍ଥୀ

August 4, 2026

ସାଂସଦ ଦିଲ୍ଲୀପ ରାୟଙ୍କ ସଂସଦରେ ପ୍ରଶ୍ନ, ଓଡ଼ିଶାରେ କେତେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ଅଛି?

August 4, 2026

ପଳାତକ ଅପରାଧୀଙ୍କ ବିରୋଧରେ ରଣନୀତି, ୩୬ଟି ଦେଶରୁ ୨୭୪ ଜଣଙ୍କୁ ଫେରାଇ ଅଣାଯାଇଛି

August 4, 2026
Latest News

ହକି ବିଶ୍ୱକପ-୨୦୨୬: ଭାରତ ବନାମ ପାକିସ୍ତାନ ମ୍ୟାଚ୍ କେବେ?, ଦେଖନ୍ତୁ ପୂର୍ଣ୍ଣ କାର୍ଯ୍ୟସୂଚୀ

August 4, 2026

ବନ୍ୟା ପ୍ରପୀଡିତ ଚାଷୀଙ୍କ କ୍ଷତିପୂରଣ ବଢ଼ାଅ, ଋଣ ଛାଡ଼ କର, ଓଜେସି କୃଷକ ମୋର୍ଚ୍ଚାର ୯ ଦଫା ଦାବି

August 4, 2026

ସୌରଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ ୭୫,୦୨୧ କୋଟି ବରାଦ, ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର

August 4, 2026

NEET UG OMR ସିଟ୍ ବିବାଦ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଛଅ ପରୀକ୍ଷାର୍ଥୀ

August 4, 2026

ସାଂସଦ ଦିଲ୍ଲୀପ ରାୟଙ୍କ ସଂସଦରେ ପ୍ରଶ୍ନ, ଓଡ଼ିଶାରେ କେତେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ଅଛି?

August 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.