Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଜଳ ଦିବସ ଅବସରରେ ଗୋପାଳପୁର ବେଳାଭୂମି ସଫା କଲେ ଯୁବକ ଯୁବତୀ

ଗଞ୍ଜାମ : ବିଶ୍ୱ ଜଳ ଦିବସ ପାଳନ ଅବସରରେ ଗୋପାଳପୁର ବେଳାଭୂମି ରେ ସଫେଇ କାର୍ଯ୍ୟକ୍ରମ “SAVE BLUE, LIVE GREEN- କାର୍ଯ୍ୟ ପାଇଁ ଯୁବକଯୁବତୀ ମାନଙ୍କର ଉତ୍ସାହ ଏବଂ ଶକ୍ତି କୁ ପ୍ରେରଣା ଦେବା ” ଅନୁଷ୍ଠିତ ହୋଇଛି । ଓଡିଶା ର କ୍ଳାଇମେଟ ମ୍ୟାନ ଭାବେ ପରିଚିତ ସତ୍ୟବ୍ରତ ସାମଲ, ସାତ୍ଵିକ ସୋଲ୍ , ୟୁନିସେଫ୍, ପାଣ୍ଟିସ୍, ୟୁଥ୍ ଫର ୱାଟର୍ ପ୍ଲସ୍ ର ମିଳିତ ସହଯୋଗ ରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା, ମହାସାଗରର ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବାରେ ଯୁବକମାନଙ୍କୁ ଶିକ୍ଷା ଦେବା ଏହାର ମୁଖ୍ୟ ଉଦ୍ଧେଶ୍ୱ ଥିଲା।

ୟୁନିସେଫ୍ ସମର୍ଥିତ ୟୁଥ୍ ଫର ୱାଟର୍ ପ୍ଲସ୍ ଅଭିଯାନର ଏକ ଅଂଶ ଭାବରେ,ଏହି କାର୍ଯ୍ୟକ୍ରମ ଜାତିସଂଘ-ଜଳ ସମ୍ମିଳନୀ ଏବଂ ବିଶ୍ୱ ଜଳ ଦିବସ ସହିତ ଜଡିତ। ଏହି ବିଶ୍ୱ ଜଳ ଦିବସରେ ଯୁବକଯୁବତୀ ମାନେ ସମୁଦ୍ର କୂଳ, ଜଳପଥ ଏବଂ ଅନ୍ୟାନ୍ୟ ଜଳସ୍ରୋତରୁ ଅଳିଆ ଆବର୍ଜନା ହଟାଇବା, ଜଳ ଉତ୍ସ ଚିହ୍ନଟ କରିବା, ପ୍ରଦୂଷଣ ସୃଷ୍ଟି କରୁଥିବା ଆଚରଣ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ଏବଂ ସାମୁଦ୍ରିକ ଆବର୍ଜନା ପରିମାଣ ଉପରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ ।

ବର୍ତ୍ତମାନ ମହାସାଗର ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି। ତାପମାତ୍ରା ଏବଂ ସମୁଦ୍ରର ଜଳସ୍ତର ବୃଦ୍ଧି, ସମୁଦ୍ରର ଅମ୍ଳତା ବୃଦ୍ଧି ଏବଂ ବାରମ୍ବାର ଚରମ ପାଣିପାଗ ଘଟଣା ଘଟୁଛି। ଆମ ବେଳାଭୂମିରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଏବଂ ଅନ୍ୟାନ୍ୟ ପ୍ରଦୂଷକ ସାମୁଦ୍ରିକ ଜୀବନକୁ କ୍ଷତି ପହଞ୍ଚାଏ। ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ସହାୟକ ହୁଏ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଆହୁରି ଭୟଙ୍କର କରିଥାଏ।

ଏହି ଅବସରରେ ଯୋଗ ଦେଇ ଓଡ଼ିଶାର ଜଳବାୟୁ ମ୍ୟାନ ସତ୍ୟବ୍ରତ ସାମଲ କହିଛନ୍ତି, “ଏହି ସମୁଦ୍ରକୂଳ ସଫା କରିବାର ଉଦ୍ଦେଶ୍ୟ ହେଉଛି ପୃଥିବୀ ଉପରେ ଜୀବନ ବଞ୍ଚାଇବାରେ ମହାସାଗର ଏବଂ ଜଳସମ୍ପଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ନିଜକୁ ମନେ ପକାଇବା। ଆମ ଗ୍ରହର 70% ରୁ ଅଧିକ ପାଣିରେ ଆଚ୍ଛାଦିତ ହୋଇଛି, ଏହା ଅତ୍ୟଧିକ ସମୟ ଯେ ଆମର ମହାସାଗର ଏବଂ ସମୁଦ୍ର କୂଳକୁ ପରିଷ୍କାର ଏବଂ ପ୍ରଦୂଷଣରୁ ମୁକ୍ତ ରଖିବା ପାଇଁ ଆମେ ଦାୟିତ୍ ଗ୍ରହଣ କରିବା। ଭବିଷ୍ୟତ ପିଢ଼ି ପାଇଁ ଆମର ଇକୋସିଷ୍ଟମ୍ ଏବଂ ଜଳ ସମ୍ପଦକୁ ସଂରକ୍ଷଣ କରିବା ପାଇଁ ଏହି ପରିପ୍ରେକ୍ଷୀରେ ଯୁବ ଅଂଶଗ୍ରହଣ ଗୁରୁତ୍ୱପୂର୍ଣ୍ଣ। ”

ଅଭିଷେକ ମହାନ୍ତି, ୟୁଥ୍ ଆଙ୍କର୍, ଫିଟନେସ୍ ଏକ୍ସପର୍ଟ ଏବଂ ୟୁଥ୍ 4 ୱାଟର୍ ପ୍ଲସ୍ ବ୍ରାଣ୍ଡ ଆମ୍ବାସେଡର କହିଛନ୍ତି, “ୟୁଥ୍ ୱାଟର୍ ପ୍ଲସ୍ ର ଏକ ଅଂଶ ହୋଇ ମୁଁ ଗର୍ବିତ ଏବଂ ପୃଥିବୀକୁ ଏକ ପରିଷ୍କାର, ସବୁଜ, ସୁନ୍ଦର କରିବା ଦିଗରେ ଯୁବପିଢ଼ି ଙ୍କ ଶକ୍ତି ଯୋଗାଇବାରେ ସହଯୋଗ କରୁଛି”।

ୟୁଥ୍ ଫର ୱାଟର୍ ପ୍ଲସ୍, ପ୍ରୋଗ୍ରାମ ନିର୍ଦ୍ଦେଶକ ଜ୍ୟୋତି ଶର୍ମା କହିଛନ୍ତି, “ଯୁବକଯୁବତୀ ମାନେ ଜଳବାୟୁ କାର୍ଯ୍ୟ ପାଇଁ ଗତି ସ୍ଥିର କରି ଜାତିସଂଘର ଜଳ ସମ୍ମିଳନୀ 2023 ରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ଖୁସି ର ବିଷୟ ଅଟେ।ୟୁଥ୍ 4 ୱାଟର୍ ପ୍ଲସ୍ ମାଧ୍ୟମରେ ଆମେ ସମଗ୍ର ବିଶ୍ୱରେ ଯୁବକଯୁବତୀ ମାନଙ୍କୁ ଏକାଠି କରିବାକୁ ଚାହୁଁ ଏବଂ ସେମାନଙ୍କୁ ସେମାନଙ୍କ ସ୍ଥାନୀୟ ଲୋକ ମାନଙ୍କ ପାଇଁ ଏବଂ ବିଶ୍ୱ ପାଇଁ ଜଳବାୟୁ ପରିବର୍ତ୍ତନ ସୂତ୍ରଧାର ହେବାକୁ ସଶକ୍ତ କରିବାକୁ ଚାହୁଁଛୁ ”।

ବେଳାଭୂମି ସଫେଇ କାର୍ଯ୍ୟ ବ୍ୟତୀତ ଅଭିଷେକ ମହାନ୍ତିଙ୍କ ନେତୃତ୍ୱରେ ଏକ ଯୋଗ ଶିବିର କାର୍ୟ୍ଯକର୍ମ ଆୟୋଜିତ ହୋଇଥିଲା, ଯାହା ଯୁବକଯୁବତୀ ମାନଙ୍କୁ ମାନସିକ ଚାପ ପରିଚାଳନା, ମାନସିକ ସ୍ୱାସ୍ଥ୍ୟ , ସୁସ୍ଥ ଖାଦ୍ୟ, ଓଜନ ହ୍ରାସ ଏବଂ ଗୁଣାତ୍ମକ ଦିଗରେ ସହାୟତା କରିବା।

Categories
ଆଜିର ଖବର ରାଜ୍ୟ ଖବର

କଳିଙ୍ଗ ଷ୍ଟାଡିୟମରେ “ୟୁଥ୍ ଫର୍ ୱାଟର ପ୍ଲସ୍‌” ଅଭିଯାନର ମାସ୍କଟ ଏବଂ ନୂଆ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର: ୟୁନିସେଫ୍ ନେତୃତ୍ୱରେ ପରିଚାଳିତ “ୟୁଥ୍ ଫର୍ ୱାଟର ପ୍ଲସ୍‌” ଅଭିଯାନର ମାସ୍କଟ ଏବଂ ନୂଆ ଲୋଗୋ ଉନ୍ମୋଚନ ହୋଇଯାଇଛି। ବୁଧବାର ଦିନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମସ୍ଥିତ “ଅଲିସ୍ ଲ୍ୟାଣ୍ଡ” ଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଏହାର ଉନ୍ମୋଚନ କରାଯାଇଥିଲା।

ଏଥିରେ ମୁଖ୍ୟଅତିଥି ଭାବେ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଜ୍ଞାନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାସ୍କଟ ଏବଂ ଲୋଗା ଉନ୍ମୋଚନ କରିଥିଲେ। ଏହି ଅବସରରେ ଅତିଥିମାନେ ୟୁନିସେଫ୍ ଏବଂ ଏହି ଅଭିଯାନ ସହିତ ଯୋଡ଼ି ହୋଇଥିବା ସମସ୍ତ ପାର୍ଟନରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଯୁବ ଗୋଷ୍ଠୀଙ୍କ ଭିତରେ ଜଳ ସଂରକ୍ଷଣ, ପରିମଳ ଏବଂ ପରିବେଶ ସୁରକ୍ଷା ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ “ୟୁଥ୍ ଫର୍ ୱାଟର ପ୍ଲସ୍‌” ଅଭିଯାନ କରାଯାଉଛି। ଏହି କାର୍ଯ୍ୟକ୍ରମର ମାସ୍କଟର ନାଁ ରହିଛି – “ଜଲି”, ଯାହାକି “ଜଳ” ଶବ୍ଦରୁ ନିଆଯାଇଛି। ଏହି ଅବସରରେ “ୟୁଥ୍ ଫର୍ ୱାଟର ପ୍ଲସ” ଅଭିଯାନର ଯାତ୍ରା ଉପରେ ଆଧାରିତ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା।

“ଆମ ଯୁବପିଢ଼ିଙ୍କ ପାଖରେ ଅସୀମ ଶକ୍ତି, ସାମର୍ଥ୍ୟ ଓ ଉତ୍ସାହ ରହିଛି। ତେଣୁ ଆଗାମୀକାଲିର ପୃଥିବୀର ପରିକଳ୍ପନା ବେଳେ ସେମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଜଳ ସଂରକ୍ଷଣ ସହିତ ଜଳବାୟୁ ପରିବର୍ତ୍ତନର ମୁକାବିଲା ଭଳି ପ୍ରମୁଖ ବିଷୟରେ ଆମକୁ ସେମାନଙ୍କୁ ପ୍ରସ୍ତୁତ କରିବାକୁ ହେବ। “ୟୁଥ୍ ଫର୍ ୱାଟର ପ୍ଲସ୍‌” ଅଭିଯାନ ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ଏ ଦିଗରେ ଯୋଡ଼ି ବ୍ୟାପକ ପଦକ୍ଷେପ ନେବା ବେଶ୍ ଖୁସିର ବିଷୟ”, କହିଛନ୍ତି ଡକ୍ଟର ଦିଲ୍ଲୀପ ତିର୍କୀ।

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏହି ଅଭିଯାନରେ ପ୍ରମୁଖ ପାର୍ଟନର ଭାବେ ଯୋଡ଼ି ହୋଇଛି। ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀନ ଜେନା ଏକ ଭିଡିଓ ମାଧ୍ୟମରେ “ୟୁଥ୍ ଫର୍ ୱାଟର ପ୍ଲସ୍‌” ଅଭିଯାନର ସଫଳତା କାମନା କରିଛନ୍ତି।

ବୁଧବାର ଦିନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ମାସ୍କଟ “ଜଲି”। ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ଗୋଟିଏ ହାତରେ ହକି ଷ୍ଟିକ୍ ଧରିଥିବା “ଜଲି” ହକି ବିଶ୍ୱକପର ମାସ୍କଟ “ଅଲି;’ ସହ ସେଲଫି ନେଇଥିଲା। ଉପସ୍ଥିତ ଅତିଥି, ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ସ୍ୱେଚ୍ଛାସେବୀ ଏବଂ ଛାତ୍ରଛାତ୍ରୀମାନେ “ଜଲି” ଏବଂ “ଅଲି” ସହିତ ବେଶ୍ ଉତ୍ସାହରେ ଫଟୋ ଉଠାଇଥିଲେ।

ଏହି କାର୍ଯ୍ୟକ୍ରମରେ ୟୁନିସେଫ୍ ଓଡ଼ିଶାର ଅଫିସିଏଟିଙ୍ଗ ଇନଚାର୍ଜ ଡକ୍ଟର ସୁଗତ ରାୟ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ୟୁନିସେଫ୍ ଓଡ଼ିଶାର ଜଳ ଓ ପରିମଳ ବିଶେଷଜ୍ଞ ସିପ୍ରା ସକ୍ସେନା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଚିଫ୍ ଜେନେରାଲ ମ୍ୟାନେଜର ସବ୍ୟସାଚୀ ହୋତା ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ ୟୁନିସେଫ୍ ଓଡ଼ିଶାର ରିସ୍କ ଏବଂ ରେଜିଲେନ୍ସ ବିଶେଷଜ୍ଞ ଓମକାର ଓନିଏଲ ଖରେ ଧନ୍ୟବାଦ ଦେଇଥିଲେ।

“ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆଜି ବଡ଼ ଆହ୍ୱାନ ସୃଷ୍ଟି କରିଛି। ତେଣୁ ଏ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଫଳରେ ଆମେ ସାନ ସାନ ପିଲା ଏବଂ ଯୁବପଢ଼ିଙ୍କ ଜୀବନ ଧାରଣର ମାନକୁ ଉନ୍ନତ କରିପାରିବା। ଏହାସହିତ ଯୁବପିଢ଼ିଙ୍କୁ ବିଶେଷଜ୍ଞଙ୍କ ସହ ଯୋଡ଼ି ଜଳ ଓ ପରିବେଶ ସଂରକ୍ଷଣ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସେମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ଫଳରେ ଆଗାମୀ ଦିନରେ ସମାଜରେ ବିଭିନ୍ନ ପଦକ୍ଷେପ ନିଆଯିବା ବେଳେ ଯୁବପିଢ଼ି ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ”, ଏହି ଅବସରରେ କହିଛନ୍ତି ୟୁନିସେଫ୍ ଓଡ଼ିଶାର ଜଳ ଓ ପରିମଳ ବିଶେଷଜ୍ଞ ସିପ୍ରା ସକ୍ସେନା।

“ୟୁଥ୍ ଫର୍ ୱାଟର ପ୍ଲସ୍‌’ ଅଭିଯାନ ଏହି ଲକ୍ଷ୍ୟ ସହିତ ରାଜ୍ୟର ଲକ୍ଷ ଲକ୍ଷ ଯୁବକ ଯୁବତୀ ଓ ଛାତ୍ରଛାତ୍ରୀଙ୍କୁ  ଯୋଡ଼ି ପାରିଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ୟୁନିସେଫ୍ ସହିତ ବିଭିନ୍ନ ସରକାରୀ ବିଭାଗ, ସ୍ୱେଚ୍ଛାସେବୀ ସଙ୍ଗଠନ, କର୍ପୋରେଟ୍‌, ମିଡିଆ ଏବଂ ଶିକ୍ଷା ଅନୁଷ୍ଠାନ ଆଦି ସହଯୋଗୀ ଅନୁଷ୍ଠାନ ଭାବେ ଆଗେଇ ଆସିଛନ୍ତି।

Categories
ଆଜିର ଖବର ସଂସ୍କୃତି

୧୩୯ତମ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଅବସରରେ ଆରମ୍ଭ ହେଲା ଗୀତିନାଟ୍ୟ ମହୋତ୍ସବ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ରବିନ୍ଦ୍ର ମଣ୍ଡପରେ ୧୩୯ତମ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ କଳା ସଂସ୍କୃତି ପରିଷଦ ଓ ୟୁନିସେଫ୍‌ର ମିଳିତ ଆନୁକୂଲ୍ୟରେ ଗୀତିନାଟ୍ୟ ମହୋତ୍ସବର ଶୁଭାରମ୍ଭ କରାଯାଇଛି । ଆଜି ବିଶିଷ୍ଟ ଅତିଥି ଭାବେ ସିନେ କଳାକାର ତଥା ମଂଚ ଅଭିନେତା ଅଶ୍ରୁମୋଚନ ମହାନ୍ତି, ନାଟ୍ୟ ଗବେଷକ ଡ. ସୁବୋଧ ପଟ୍ଟନାୟକ, ଓଡ଼ିଶା ସଂଗୀତ ନାଟକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ଜେନା, ରାଜ୍ୟ ସଂସ୍କୃତି ପ୍ରକଳ୍ପ ସଂଯୋଜକ ଶ୍ରୀ ବାସୁଦେବ ମାଳବିଶୋୟୀ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ପ୍ରାରମ୍ଭିକ ସୂଚନା ପ୍ରଦାନ କରି ରାଜ୍ୟ ପ୍ରକଳ୍ପ ସଂଯୋଗ ଶ୍ରୀ ମାଳବିଶୋୟୀ ଲୋକକଳା ମଧ୍ୟରେ ଗୀତିନାଟ୍ୟକୁ ସାମିଲ କରାଯାଇ ଗଣକବିଙ୍କ ଜୟନ୍ତୀରେ ପ୍ରତିବର୍ଷ ତିନିଦିନ ଗୀତିନାଟ୍ୟ ପରିବେଷଣ କରାଯିବା ନିମନ୍ତେ ରାଜ୍ୟ ସରକାର ଅନୁମୋଦନ କରିଥିବା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ଗଣକବିଙ୍କ ପ୍ରତି ଏକ ବିଶେଷ ଶ୍ରଦ୍ଧାଞ୍ଜଳି ହେବା ସହ ପାରମ୍ପାରିକ ଗୀତିନାଟ୍ୟଧାରାକୁ ବଞ୍ଚାଇ ରଖିବାରେ ସହାୟକ ହେବ ।

ଆଜିର ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ର କୋଠପଦାସ୍ଥିତ ବିନାୟକ କ୍ଲବ୍‌ର କଳାକାରମାନଙ୍କ ଦ୍ୱାରା ସ୍ୱର୍ଗତ ବୈଷ୍ଣବ ପାଣିଙ୍କ ଲିଖିତ ଗୀତିନାଟ୍ୟ ‘କର୍ଣ୍ଣବଧ’ ମଞ୍ଚସ୍ଥ ହୋଇଥିଲା । ଏହି ଅବସରରେ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଆସନ୍ତାକାଲି ଏହି କ୍ରମରେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍‌ର ନଳବଣ୍ଟାସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ନାଟ୍ୟକଳା ସଂସଦର କଳାକାରମାନଙ୍କ ଦ୍ୱାରା ପ୍ରହଲ୍ଲାଦ ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଡୁରା ହାଇସ୍କୁଲ ପରିଦର୍ଶନ କଲେ ୟୁନିସେଫ୍‌ର ପ୍ରତିନିଧି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ୟୁନିସେଫ୍‌ର ଦୁଇଜଣିଆ ପ୍ରତିନିଧି ଦଳ ଡ଼ୁରା ସ୍ଥିତ ନ୍ୟାସନାଲ୍ ହାଇସ୍କୁଲ ପରିଦର୍ଶନରେ ଆସିଥିଲେ। ବିଦ୍ୟାର୍ଥୀମାନେ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଆଗାମୀ ଭବିଷ୍ୟତ ପାଇଁ ନିଜର କ୍ୟାରିୟର କେଉଁ ଦିଗରେ ଚୟନ କରିବେ ସେ ବିଷୟରେ ଏକ କର୍ମଶାଳାର ଆୟୋଜନ ହୋଇଥିଲା।

ଏଥିରେ ୟୁନିଶେଫ୍ ରାଜ୍ୟମୁଖ୍ୟ ଲଲିତା ପଟ୍ଟନାୟକ ଏବଂ ଜୟାଜ୍ୟୋତି ପଣ୍ଡା ପରିଦର୍ଶନ କରି ମୋବାଇଲ୍ ଦ୍ୱାରା କ୍ୟାରିୟର ପୋର୍ଟାଲର ପଂଜିକରଣ ଓ ବ୍ୟବହାର ବିଷୟରେ ବିଦ୍ୟାର୍ଥୀମାନଙ୍କୁ ଅବଗତ କରାଇବା ସହ ବିଦ୍ୟାର୍ଥୀଙ୍କ ନାମକୁ ପୋର୍ଟାଲ୍‌ରେ ପଂଜିକୃତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଙ୍ଗେଇଲୁଣ୍ଡା ବିଇଓ ପ୍ରଭାତୀ ମହାପାତ୍ର ୧୦ମ ଶ୍ରେଣୀର ସମସ୍ତ ୯୨ ଜଣ ବିଦ୍ୟାର୍ଥୀଙ୍କ ନାମକୁ କ୍ୟାରିୟାର ପୋର୍ଟାଲ୍‌ରେ ପଂଜିକରଣ କରାଇଥିଲେ।

କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ବି. ଏରେୟା ରେଡ଼ି, ଶିକ୍ଷୟିତ୍ରୀ ନିର୍ମଳା ଦାସ, ଦୀପ୍ତିମୟୀ ପଟ୍ଟନାୟକ, ଗୀତାଞ୍ଜଳି ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।