ଡୁରା ହାଇସ୍କୁଲ ପରିଦର୍ଶନ କଲେ ୟୁନିସେଫ୍‌ର ପ୍ରତିନିଧି

Published: Feb 21, 2021, 6:03 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ୟୁନିସେଫ୍‌ର ଦୁଇଜଣିଆ ପ୍ରତିନିଧି ଦଳ ଡ଼ୁରା ସ୍ଥିତ ନ୍ୟାସନାଲ୍ ହାଇସ୍କୁଲ ପରିଦର୍ଶନରେ ଆସିଥିଲେ। ବିଦ୍ୟାର୍ଥୀମାନେ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଆଗାମୀ ଭବିଷ୍ୟତ ପାଇଁ ନିଜର କ୍ୟାରିୟର କେଉଁ ଦିଗରେ ଚୟନ କରିବେ ସେ ବିଷୟରେ ଏକ କର୍ମଶାଳାର ଆୟୋଜନ ହୋଇଥିଲା।

ଏଥିରେ ୟୁନିଶେଫ୍ ରାଜ୍ୟମୁଖ୍ୟ ଲଲିତା ପଟ୍ଟନାୟକ ଏବଂ ଜୟାଜ୍ୟୋତି ପଣ୍ଡା ପରିଦର୍ଶନ କରି ମୋବାଇଲ୍ ଦ୍ୱାରା କ୍ୟାରିୟର ପୋର୍ଟାଲର ପଂଜିକରଣ ଓ ବ୍ୟବହାର ବିଷୟରେ ବିଦ୍ୟାର୍ଥୀମାନଙ୍କୁ ଅବଗତ କରାଇବା ସହ ବିଦ୍ୟାର୍ଥୀଙ୍କ ନାମକୁ ପୋର୍ଟାଲ୍‌ରେ ପଂଜିକୃତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଙ୍ଗେଇଲୁଣ୍ଡା ବିଇଓ ପ୍ରଭାତୀ ମହାପାତ୍ର ୧୦ମ ଶ୍ରେଣୀର ସମସ୍ତ ୯୨ ଜଣ ବିଦ୍ୟାର୍ଥୀଙ୍କ ନାମକୁ କ୍ୟାରିୟାର ପୋର୍ଟାଲ୍‌ରେ ପଂଜିକରଣ କରାଇଥିଲେ।

କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ବି. ଏରେୟା ରେଡ଼ି, ଶିକ୍ଷୟିତ୍ରୀ ନିର୍ମଳା ଦାସ, ଦୀପ୍ତିମୟୀ ପଟ୍ଟନାୟକ, ଗୀତାଞ୍ଜଳି ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Related posts