Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ବିଶ୍ବ ପାଇଁ ହେଉଛି ଏକ ଚମତ୍କାର ଦିନ, ଘଟିଛି ଆଶ୍ଚର୍ଯ୍ୟ ବିରଳ ସଂଯୋଗ

ଭୁବନେଶ୍ବର: ଆଜି ସାରା ବିଶ୍ବ ପାଇଁ ଏକ ଚମତ୍କାର ଦିନ। ଯାହା କେହି କେବେ ଭାବି ନ ଥିବେ କିମ୍ବା ଜାଣିପାରି ନ ଥିବେ। ଆଜିର ତାରିଖ ହେଉଛି ୨୨/୨/୨୨। ଆଜି ଫେବୃୟାରୀ ୨୨ ତାରିଖ ୨୦୨୨ ମସିହା। ଆଜିର ତାରିଖଟି କେବଳ ୫ଟି ୨ ସଂଖ୍ୟା ଦ୍ବାରା ପୁରଣ ହୋଇଛି। ଯଦି ଆମେ ପୁରା ୨୦୨୨ ମସିହାକୁ ମିଶାଇବା ତେବେ ଆଉ ଏକ ୨ ଯୋଗ ହେବ। ଫଳରେ ମୋଟ ୬ ଟି ୨ ଦ୍ବାରା ଆଜିର ତାରିଖ ହୋଇଛି। ଏହା ଏକ ବିରଳ ସଂଯୋଗ ବୋଲି କୁହାଯାଇଛି।

ଆଜିର ଦିନଟି ଜ୍ୟୋତିଷ କିମ୍ବା ଧର୍ମ ଶାସ୍ତ୍ରରେ ସେପରି କିଛି ଗୁରୁତ୍ବ ନାହିଁ। ହେଲେ ସଂଖ୍ୟାତତ୍ବ ଅନୁସାରେ ଏହା ଏକ ଗୁରୁତ୍ବପୂର୍ଣ୍ଣ। କାରଣ ଆଜିର ତାରିଖ ବାମରୁ ଡାହାଣକୁ ପଢିଲା ଯାହା, ଡାହାଣରୁ ବାମ ଆଡକୁ ପଢିଲେ ସମାନ ହେଉଛି। ଏପରି ସଂଯୋଗ କେବେ ପଡି ନ ଥିଲା ବୋଲି କୁହାଯାଉଛି।