Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବଟର ଚିକେନ୍‌ ଖାଇବା ପଡିଲା ମହଙ୍ଗା : ଦେବାକୁ ପଡିଲା 1 ଲକ୍ଷ 23 ହଜାର ଟଙ୍କା

ମେଲ୍‌ବର୍ଣ୍ଣ : ଜଣେ ବ୍ୟକ୍ତିଙ୍କୁ ବଟର ଚିକେନ୍ ଖାଇବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ବଟର୍‌ ଚିକେନ ଖାଇବା ପାଇଁ ତାଙ୍କୁ ଏକ ଲକ୍ଷ ଟଙ୍କାରୁ ଅଧିକ ଦେୟ ଦେବାକୁ ପଡିଛି ।  ଅଷ୍ଟ୍ରେଲିଆର ମେଲ୍‌ବର୍ଣ୍ଣ ସହରରୁ ଏପରି ଏକ ଅଜବ ମାମଲା ସାମ୍ନାକୁ ଆସିଛି।

ସାରା ଦୁନିଆରେ କରୋନା ଯୋଗୁଁ ଲକ୍‌ଡାଉନ୍‌ ସ୍ଥିତି ରହିଛି । ଏହି ସମୟରେ ହୋଟେଲ୍‌ – ରେଷ୍ଟୁରାଣ୍ଟ, ବାର୍‌ ସବୁ ବନ୍ଦ ରହିଛି । ଏହି ସମୟରେ ନିଜ ମନ ପସନ୍ଦର ଖାଦ୍ୟ ପାଇଁ ନିଜେ ଘରେ ତିଆରି କରିବେ । କିନ୍ତୁ ମେଲ୍‌ବର୍ଣ୍ଣର ଜଣେ ବ୍ୟକ୍ତି ଏପରି କିଛି କରିଛନ୍ତି, ଯାହାକୁ ନେଇ ସମେସ୍ତ ଆଶ୍ଚର୍ଯ୍ୟ ହୋଇଛନ୍ତି  । ମେଲ୍‌ବର୍ଣ୍ଣର ଜଣେ ବ୍ୟକ୍ତି ନିଜ ମନ ପସନ୍ଦର ଖାଦ୍ୟ ବଟର ଚିକେନ୍‌ ପାଇଁ 32 କିଲୋମିଟର ଦୂର ଯାଇଛନ୍ତି । କିନ୍ତୁ ବଟର ଚିକେନ୍‌ର ମୂଲ୍ୟ ତାଙ୍କୁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ତାଙ୍କୁ ବଟର ଚିକେନ୍‌ ପାଇଁ 1 ଲକ୍ଷ 23 ହଜାର ଦେବାକୁ ପଡିଛି।

ମିଳିଥିବା ସୂଚନା ଅନୁସାରେ ବ୍ୟକ୍ତି ଜଣକ ମେଲ୍‌ବର୍ଣ୍ଣ ସିବିଡିଠାରୁ 30 କିଲୋମିଟର ଦକ୍ଷିଣ ପଶ୍ଚିମ  ସ୍ଥିତ ବୋବ୍ରିଏ୍‌ପର୍ଯ୍ୟନ୍ତ ଯାଇଥିଲେ । ଲକ୍‌ଡାଉନ୍‌ ସମୟରେ ଏହି ବ୍ୟକ୍ତି ଜଣକ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ଉପରେ 1652 ଅରବର ଜରିମାନା ପଡିଥିଲା । ଏହା ଭାରତୀୟ ମୁଦ୍ରାରେ ପ୍ରାୟ 1 ଲକ୍ଷ 23 ହଜାର। ମେଲ୍‌ବର୍ଣ୍ଣ ପୋଲିସ୍‌ର ସୂଚନା ଅନୁସାରେ ଚଳିତ ସପ୍ତାହରେ 74 ଜଣଙ୍କଠାରୁ ଅଧିକ ଜରିମାନା ଆଦାୟ କରାଯାଇଛି । ଏହି ସମସ୍ତେ ଲକ୍‌ଡାଉନ୍‌ ନିୟମର ଉଲ୍ଲଂଘନ କରିଛନ୍ତି ।

ଅଷ୍ଟ୍ରେଲିଆରେ ଏପର୍ଯ୍ୟନ୍ତ 12 ହଜାର 069ଟି କରୋନା ମାମଲା ରହିଛି । ଗତ ଗୁରୁବାରଠାରୁ ନୂତନ ଲକ୍‌ଡାଉନ୍‌ ଜାରି ହୋଇଛି । ଏଥିରେକ ନୂତନ ନିୟମ ରହିଛି। ନୂତନ ନିୟମ ଅନୁସାରେ ବ୍ୟାୟାମ୍‌ ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣିଲେ  ଓ ସ୍କୁଲ ଯିବା ପାଇଁ ଘରୁ ବାହାରକୁ ବାହାରିଲେ ଜରିମାନା ଲାଗିବ ନାହିଁ । (ଏଜେନ୍ସି)