Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ବନ୍ଦ ହୋଇଯିବ ୨ ହଜାର ଟଙ୍କିଆ ନୋଟ୍, ଏହି ତାରିଖରୁ ଆଉ ଚଳିବ ନାହିଁ

ନୂଆଦିଲ୍ଲୀ: ଆପଣଙ୍କ ପାଖରେ ଦୁଇ ହଜାର ଟଙ୍କିଆ ନୋଟ ଅଛି କି ? ତେବେ ଏହାକୁ ଶିଘ୍ର ବ୍ୟାଙ୍କରେ ଡିପୋଜିଟ କରି ଦିଅନ୍ତୁ। କାରଣ ଏହି ନୋଟ ପ୍ରଚଳନକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବନ୍ଦ କରିବାକୁ ଯାଉଛି। ଏ ନେଇ ଆରବିଆଇ ନୋଟିସ ମଧ୍ୟ ଜାରୀ କରିଛି। ତେବେ ଏହି ନୋଟ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି।

ଆରବିଆଇ ଏ ନେଇ ସମସ୍ତ ବ୍ୟାଙ୍କକୁ ମଧ୍ୟ ନୋଟିସ କରିଛି। ଏଥିରେ କୁହାଯାଇଛି ଯେ, ଏହି ଦୁଇ ହଜାର ଟଙ୍କିଆ ନୋଟ ଆଉ ଲୋକଙ୍କୁ ପ୍ରଦାନ କର ନାହିଁ। ହେଲେ ଲୋକମାନେ ଏହି ଟଙ୍କା ଦେଲେ ତାହାକୁ ନିର୍ଦ୍ଧାରିତ ତାରିଖ ଭିତରେ ଗ୍ରହଣ କର। ତେବେ ଜଣେ ଏକାଥରେ କୋଡିଏ ହଜାର ଟଙ୍କା ଜମା କରିପାରିବ ବୋଲି କୁହାଯାଇଛି। ଏହା ଚଳିତ ମାସ 23 ତାରିଖ ପରେ ବଦଳାଇବା ପାଇଁ ସମୟ ଦିଆଯାଇଛି।