Categories
ଆଜିର ଖବର ଜାତୀୟ ଖବର

ଅପରେସନ୍‌ ମାସୁମ୍‌ ସଫଳ : 23 ଶିଶୁଙ୍କୁ ଉଦ୍ଧାର କରିଥିବା ପୋଲିସ୍‌ ଟିମ୍‌ଙ୍କୁ 10 ଲକ୍ଷ ଟଙ୍କାର ପୁରସ୍କାର

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ଫାରୁଖାବାଦରେ ପାଖାପାଖି ଆଠ ଘଣ୍ଟାର ଅପରେସନ୍‌ ମାସୁମ’ ଜରିଆରେ  ସଫଳତା ପୂର୍ବକ ପୋଲିସ ବନ୍ଧକ ଥିବା ସମସ୍ତ 23 ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଏହାରି ମଧ୍ୟରେ ଅଭିଯୁକ୍ତ ସୁଭାଷକୁ ପୋଲିସ ଏନକାଉଣ୍ଟରରେ ନିହତ କରିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ପୋଲିସ କହିଛି ଯେ, କ୍ରସ ଫାଇରିଂରେ ସୁଭାଷର ମୃତ୍ୟୁ ହୋଇଛି । ଏହି ଏନକାଉଣ୍ଟରରେ 5 ଜଣ ପୋଲିସ କର୍ମୀଙ୍କ ସମେତ ମୋଟ 6 ଜଣ ଆହତ ହୋଇଛନ୍ତି । ସୁଭାଷର ଘରୁ ରାଇଫଲ ସହ ଗୁଳିଗୋଳା ମଧ୍ୟ ଜବତ ହୋଇଛି । ସେ ବହୁ ଦିନରୁ ପୋଲିସ ବିରୋଧୀ କାମ କରୁଥିଲା।  ପାଖାପାଖି 11 ଘଣ୍ଟା ଧରି ବନ୍ଧକ ରହିଥିବା 23 ଜଣ ଶିଶୁଙ୍କୁ ପୋଲିସ୍‌ ଏହି ଅପରେସନ୍‌ରେ ସଫଳତା ପୂର୍ବକ ସୁରକ୍ଷିତ ଉଦ୍ଧାର କରିଥିବା ହେତୁ ପୋଲିସ୍‌ ଟିମ୍‌କୁ 10 ଲକ୍ଷ ଟଙ୍କାର ପୁରଷ୍କାର ଦିଆଯିବା ଲାଗି ଘୋଷଣା କରଯାଇଛି । (ଏଜେନ୍ସି)