ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଚଳିତ ବର୍ଷ 70.21% ଛାତ୍ରଛଶତ୍ରୀ ପାସ୍ କରିଥିବାର ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ଚଳିତ ବର୍ଷ ମୋଟ୍ 97 ହଜାର 377 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ପାସ୍ କରିଛନ୍ତି 68 ହଜାର 374 ଜଣ । ସେହିପରି ଚଳିତ ବର୍ଷ ଛାତ୍ରଙ୍କ ପାସ୍ ହାର 39ପ୍ରତିଶତ ରହିଥିବାବେଳେ ଛାତ୍ରୀ ପାସ୍ 31 ପ୍ରତିଶତ ରହିଛି । 38 ହଜାର 301 ଜଣ ଛାତ୍ର କୃତକାର୍ଯ୍ୟ ହୋଇଥିବାବେଳେ 30 ହଜାର 073 ଜଣ ଛାତ୍ରୀ ପାସ୍ କରିଛନ୍ତି । 25 ହଜାର 339 ଜଣ ଛାତ୍ରଛାତ୍ରୀ ଫାଷ୍ଟ ଡିଭିଜନ୍ରେ ପାସ୍ ହୋଇଥିବାବେଳେ 24 ହଜାର 121 ଜଣ ଦ୍ବିତ୍ରୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ତୃତୀୟ ଶ୍ରେଣୀରେ 18 ହଜାର 268 ଜଣ ପାସ୍ କରିଛନ୍ତି ।
ସେହିପରି 137 ଜଣ ଛାତ୍ରଛାତ୍ରୀ 90 ପ୍ରତିଶତରୁ ଅଧିକ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ନୟାଗଡ ଜିଲ୍ଲାରେ ସର୍ବାଧିକ ପାସ୍ ହାର 86.51% ରହିଥିବାବେଳେ ଝାରସୁଗୁଡାରେ ସର୍ବନିମ୍ନ ପାସ୍ ହାର୍ 40.71% ରହିଛି । 15 ଟି କଲେଜରେ କେହି ଜଣେ ବି ପାସ୍ କରି ନାହାନ୍ତି ବୋଲି ସୂଚନା ରହିଛି ।