Categories
ଆଜିର ଖବର

୩୦ବର୍ଷରେ ୱାର୍ଲ୍ଡ ୱାଇଡ ୱେବ : ଗୁଗଲର ସ୍ପେଶାଲ ଡୁଡୁଲ

ୱାର୍ଲ୍ଡ ୱାଇଡ ୱେବର ୩୦ ବର୍ଷ ପୁର୍ତି ଅବସରରେ ଗୁଗୁଲର ଡୁଡୁଲ ପ୍ରସ୍ତୁତ କରିଛି ବିଶେଷ ଡୁଡୁଲୁ । ଏହି ଡୁଡୁଲୁରେ ୱେବର  ବିଶ୍ଵସ୍ତରର ସୂଚନା ପାଇଁ ଟେକନିକକୁ ପ୍ରତୀକାତ୍ମକ ରୂପେ ଦେଖାଯାଇଛି। ୱାର୍ଲ୍ଡ ୱାଇଡ ୱେବକୁ ସାଧାରଣରେ ୱେବ କୁହାଯାଏ। ଏହି ୱେବ ବ୍ରାଉଜର  ସହାୟତାରେ ଆମେ ୱେବ ପେଜ କୁ ଦେଖି ପାରିବ ସହିତ ଟେକ୍ସଟ, ଫୋଟୋ, ଭିଡିଓ ତଥା ଅନ୍ୟ ମଲ୍ଟିମିଡିଆକୁ ମଧ୍ୟ ଦେଖିପାରୁଛୁ। ଏହା ହାଇପରଲିଙ୍କ ସହାୟତାରେ ଏହି ସବୁ ପେଜ ସଂଯୁକ୍ତ ହୋଇଥାଏ। ୧୯୮୯ ମସିହା ମାର୍ଚ ୧୨ରେ  ଟିମ ଵରନର୍ଷ ଲୀ ଏହି ଓ୍ବେବକୁ ଆବିଷ୍କାର କରିଥିଲେ। ଏଚଟିଏମଏଲ ଲାଙ୍ଗୁଏଜ, ଇଉଆରଏଲ ଏଡ୍ରେସ ଓ ହାଇପାରଟେକ୍ସଟ ଟ୍ରାନ୍ସଫର ପ୍ରୋଟୋକଲ ଦ୍ଵାରା ୱେବ କାମ କରିଥାଏ। ଦୁନିଆର ପ୍ରଥମ ଓ୍ବେବ ସାଇଟ୍‌ http://info.cern.ch/ hypertext/ WWW/ TheProject.html  ୧୯୯୧ ଅଗଷ୍ଟ ୬ରେ ପବ୍ଲିଶ୍‌ ହୋଇଥିଲା। ଗୁଗଲ କେବଳ ୱେବର ୩୦ତମ ଜନ୍ମଉତ୍ସବ ପାଳନ କରୁନି। ଟ୍ଵିଟ୍ଟର ମଧ୍ୟ ୱେବର ୩୦ ତମ ଜନ୍ମ ଦିବସ ଅବସରରେ ଫନି ଟ୍ଵିଟ୍ଟ  ଦ୍ବାରା ସେଲିବ୍ରେସନ୍‌ କରୁଥିବାର ଦେଖିବାକୁ ମିଳିଛି ।