Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କାବୁଲ୍‌ରେ ଗୁଳିମାଡ : 32 ମୃତ, 50ରୁ ଉର୍ଦ୍ଧ୍ବ ଆହତ

କାବୁଲ୍‌ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଗୁଳିମାଡ଼ ହେବାରୁ ଅତି କମରେ ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପୋଲିସ୍‌ ଦୁଇ ବନ୍ଧୁକଧାରୀଙ୍କୁ ନିହତ କରିଛି । ଇସଲାମିକ ଷ୍ଟେଟ ସହ ଜଡ଼ିତ ଏକ ଗ୍ରୁପ ନିଜର ୱେବସାଇଟରେ ଏହି ଆକ୍ରମଣ ପାଇଁ ଦାୟୀ ବୋଲି କହିଛି।

ଆଫଗାନିସ୍ଥାନରେ ଶିୟା ହାଜ୍‌ରା ନେତା ଅବ୍ଦୁଲ୍‌ ଅଲୀ ମଜାରୀଙ୍କ ପୁଣ୍ୟତିଥି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । 1995 ମସିହାରେ ତାଙ୍କୁ ହତ୍ୟା କରାଯାଇଥିଲା । ଏଥିରେ ସାମିଲ୍‌ ହୋଇଥିବା ବହୁତ ଲୋକେ ସିୟା ସମୁଦାୟର ରହିଥିଲେ। ନିକଟରେ ଆମେରିକା ଓ ତାଲିବାନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୁଝାମଣା ହୋଇଥିବାବେଳେ ଏହି ଗୁଳିକାଣ୍ଡ ଘଟିଛି ।

ଆଫାଗାନିସ୍ଥାନ ଗୃହମନ୍ତ୍ରାଳୟର ପ୍ରବକ୍ତାଙ୍କ କହିବା ଅନୁସାରେ ଏହି ଆକ୍ରମଣ ଘଟଣାରେ 32ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 81 ଜଣ ଆହତ ହୋଇଛନ୍ତି । ତେବେ ଆଫଗାନିସ୍ଥାନର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହି ଆକ୍ରମଣରେ 32ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 58ଜଣଙ୍କର ଆହତ ହୋଇଥିବାର ସୂଚନା ଦେଇଛନ୍ତି । ଏହି ଆକ୍ରମଣରେ ଜଣେ ସାମ୍ବାଦିକ ଓ ଫଟୋଗ୍ରାଫର୍‌ ସାମିଲ୍‌ ରହିଛନ୍ତି । ଆଫଗାନିସ୍ତାନର ହାଇ ପିସ୍‌ କାଉନ୍‌ସିଲ୍‌ର ମୁଖ୍ୟ କରୀମ ଖଲୀଲୀ ଭାଷଣ ଦେବା ସମୟରେ ଗୁଳି ମାଡ ଆରମ୍ଭ ହୋଇଥିଲା । (ଏଜେନ୍ସି)