Categories
ଆଜିର ଖବର ରାଜ୍ୟ ଖବର

ପରୀକ୍ଷା ତାରିଖ ଧାର୍ଯ୍ୟ ନେଇ ମନ୍ତ୍ରୀ ଦେଇଥିବା ଭୁଲ୍‌ ସୂଚନାକୁ ସୁଧାରିଲା ସୂଚନା ଓ ଲୋକସମ୍ପର୍କ ବିଭାଗ

ଭୁବନେଶ୍ବର : ଲକ୍ ଡାଉନର ଅବଧି ବୃଦ୍ଧି ହୋଇଥିବାବେଳେ ଶିକ୍ଷା ବିଭାଗକୁ ସଜାଡିବାକୁ ଆରମ୍ଭ କରିଛି ଉଚ୍ଚ ଶିକ୍ଷା ବିଭାଗ। ଏହି କ୍ରମରେ ଆଜି ରାଜ୍ୟର ବିଶ୍ବବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା କରିଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଏହି ଆଲୋଚନାରେ ପରୀକ୍ଷା ତାରିଖ ପ୍ରକାଶ କରାଯାଇଥିଲା। କିନ୍ତୁ ପରୀକ୍ଷା ତାରିଖ ଧାର୍ଯ୍ୟ ନେଇ ଭୁଲ୍‌ ସୂଚନା ଦେଇଥିଲେ ମନ୍ତ୍ରୀ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁଲ୍‌ ତଥ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମନ୍ତ୍ରୀ ଦେଇଥିବା ଭୁଲ୍‌ ତଥ୍ୟକୁ ସୂଚନା ଲୋକସମ୍ପର୍କ ବିଭାଗ ସୁଧାରିଛି। କୁଳପତି ମିଟିଂ ପରେ ଗଣମାଧ୍ୟମକୁ ସୂଚନା ଦେଇ ଯୁକ୍ତ ତିନି ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା ଜୁଲାଇ 24ରେ ହେବ ବୋଲି କହିଥିଲେ ମନ୍ତ୍ରୀ। ଅଗଷ୍ଟ 20ରେ ପିଜି ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା ହେବ ବୋଲି କହିଥିଲେ।  ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରେସ ରିଲିଜ୍‌ରେ ମନ୍ତ୍ରୀଙ୍କ ଭୁଲ୍‌ ତଥ୍ୟ ଜଣାପଡିଥିଲା।  ଯୁକ୍ତ ତିନି ପରୀକ୍ଷା ଜୁନ୍‌ 20 ତାରିଖ ପରେ ଆରମ୍ଭ ହେବାକୁ ନିଷ୍ପତ୍ତି ନିଆଯାଇଛି।  ଜୁନ୍‌ 20 ପରେ ଆରମ୍ଭ ହୋଇ ଜୁଲାଇ 24 ସୁଦ୍ଧା ଯୁକ୍ତ ତିନି ପରୀକ୍ଷା ଶେଷ ହେବ। ପରୀକ୍ଷା ଫଳ ଅଗଷ୍ଟ ମାସ 31 ତାରିଖ ସୁଦ୍ଧା ପ୍ରକାଶ ପାଇଁ ଧାର୍ଯ୍ୟ କରାଯାଇଛି । ସେହିପରି ପିଜି ଚତୁର୍ଥ ସେମିଷ୍ଟାର ପରୀକ୍ଷା ଅଗଷ୍ଟ 20 ସୁଦ୍ଧା ସରିବ। ସେପ୍ଟେମ୍ବର 20 ସୁଦ୍ଧା ରେଜଲ୍ଟ ପ୍ରକାଶ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି ।