Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଝାରସୁଗୁଡାରେ 5 ବର୍ଷର ଶିଶୁ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଝାରସୁଗୁଡାରୁ ଜଣେ 5 ବର୍ଷୀୟ ଶିଶୁ କରୋନା ଦ୍ବାରା ଆକ୍ରାନ୍ତ ହୋଇଛି । ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଏହି ସୂଚନା ପ୍ରଦାନ କରିଛନ୍ତି । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଏହି ଆକ୍ରାନ୍ତ ଜଣକ ରହିଥିଲେ । ଆକ୍ରାନ୍ତ ଜଣକ ମଙ୍ଗଳ ବଜାର ଅଞ୍ଚଳର ବୋଲି ଜଣାପଡିଛି । ବାହାର ରାଜ୍ୟରୁ ଆସିବା ପରେ ପରିବାର ସହିତ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ ଏହି ଶିଶୁ ଜଣକ । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁମଦାୟ 1189 ଜଣ ଆକ୍ରାନ୍ତ ରହିଥିବା ବେଳେ 439 ଜଣ ସୁସ୍ଥ ହୋଇଛନ୍ତି ଏବଂ 7 ଜଣଙ୍କର ପ୍ରାଣହାନି ଘଟିଛି ।