ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀସ୍ଥିତ ଜବାହରଲାଲ୍ ନେହେରୁ ୟୁନିଭରସିଟି (ଜେଏନ୍ୟୁ)ରେ ମୁଖାପିନ୍ଧା ଦୁବୃର୍ତ୍ତମାନେ ଛାତ୍ରଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଏବେ ରାଜନୀତି ସୃଷ୍ଟି ହୋଇଛି । କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ ସୁରଜେଓ୍ବାଲା ଏହି ହିଂସା ଆକ୍ରମଣକୁ ନେଇ ବିଜେପି ଓ ମୋଦି ସରକାରଙ୍କୁ ଉପରେ ଅଭିଯୋଗ ଲଗାଇଛନ୍ତି । ସୁରଜେଓ୍ବାଲା କହିଛନ୍ତି ଯେ ଗୃହମନ୍ତ୍ରୀଙ୍କ ମୌନ ସମ୍ମତି ବିନା ଏହା କିପରି ସମ୍ଭବ ? ଏହା ଏକ ପ୍ରାୟୋଜିତ କାର୍ଯ୍ୟ । ଜେଏନ୍ୟୁ ପ୍ରଶାସନଙ୍କ ମଧ୍ୟ ଏଥିରେ ସହମତି ରହିଛି । ସେମାନେ ସମେସ୍ତ ବିଜେପିର ଗୁଣ୍ଡା ଥିଲେ । ଦିଲ୍ଲୀ ପୋଲିସ୍ ମୂକ ଦର୍ଶକ ହୋଇ ରହିଗଲା ବୋଲି ସୁରଜେଓ୍ବାଲା କହିଛନ୍ତି। ଏହା ମୋଦି ଶାହାଙ୍କ ଛାତ୍ରଙ୍କ ପାଇଁ ଗୁଜୁରାଟ ମଡେଲ ଥିଲା ବୋଲି ସୁରେଜ୍ଓ୍ବାଲା କହିଛନ୍ତି । (ଏଜେନ୍ସି)
Tag: 6 ଜାନୁଆରୀ ଖବର
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, 6/1: ଗତକାଲି ରାତ୍ରିରେ ଜେନେୟୁ ବିଶ୍ବବିଦ୍ୟାଳୟରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଏବେ ବିରୋଧ ପ୍ରଦର୍ଶନ ଚାଲିଛି। ଶିକ୍ଷାନୁଷ୍ଠାନରେ ଏଭଳି କାଣ୍ଡକୁ ନେଇ ସମଗ୍ର ଦେଶରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଆକ୍ରମଣକୁ କଡା ନିନ୍ଦା କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଆଇନ ଅନୁସାରେ ଦଣ୍ଡ ଦିଆଯାଉ। ଏହାସହ ଆହତ ଛାତ୍ରୀଛାତ୍ର ଏବଂ ଶିକ୍ଷକମାନଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।