Categories
ଆଜିର ଖବର ଜାତୀୟ ଖବର

କରୋନାରୁ ବଞ୍ଚିବା ପାଇଁ ମିଥାନୋଲ୍‌ ପିଇ ୭୨୮ ଜଣଙ୍କର ମୃତ୍ୟୁ

ଇରାନ୍: ସାରା ବିଶ୍ବରେ କରୋନା ଭାଇରସ୍‌ ହଇଚଇ ସୃଷ୍ଟି ହୋଇଛି। ଏହି ଭାଇରସରୁ ବଞ୍ଚିବା ପାଇଁ ଯିଏ ଯେଉଁ ଔଷଧ ଦେଉଛି ତାକୁ ତୁରନ୍ତ ଲୋକମାନେ ବ୍ୟବହାର କରି ଦେଉଛନ୍ତି। ଏମିତି ଏକ ଗୁଜବ ଯୋଗୁଁ ଇରାନରେ ୭୦୦ରୁ ଅଧିକ ମୃତ୍ୟୁ ହୋଇଛି।

ସେଠାରେ ମିଥାନୋଲ୍‌ ପିଇବା ଦ୍ବାରା କରୋନା ବ୍ୟାପିବ ନାହିଁ ବୋଲି ଏକ ଗୁଜବ ବ୍ୟାପିଥିଲା। ଏହି ଗୁଜବକୁ ବିଶ୍ବାସ କରି ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ ଲୋକେ ବିଷାକ୍ତ ମିଥାନୋଲ୍‌ ପିଇଦେଇଛନ୍ତି। ଏହା ଫଳରେ ୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

ଗତ ବର୍ଷ ଏପ୍ରିଲରେ ପ୍ରକାଶିତ ଏକ ସରକାରୀ ରିପୋର୍ଟ ଅନୁଯାୟୀ,  ଇରାନରେ କରୋନା ମୃତ୍ୟୁଠାରୁ ଗତ ବର୍ଷ ତୁଳନାରେ ଦଶଗୁଣ ଅଧିକ ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ଘଟିଛି।

ବିଷାକ୍ତ ମଦ ପିଇ ଫେବୃଆରୀ ୨୦ ତାରିଖରୁ ଏପ୍ରିଲ୍‌ ସାତ ତାରିଖ ଭିତରେ ୭୨୮ ଜଣଙ୍କ ମୃତ୍ୟୁ ହୋଇଛି। ଇରାନ୍‌ରେ ପ୍ରାୟ ୪୦ ଟି ମଦ କାରଖାନା ରହିଥିବାବେଳେ ଏହି ସମସ୍ତ କାରଖାନା ମଦ ଉତ୍ପାଦନ କରିବା ପରିବର୍ତ୍ତେ ସାନିଟାଇଜିଙ୍ଗ୍ ଓ କରୋନା ଭାଇରସ ସହ ମୁକାବିଲା କରିବା ପାଇଁ ସାମଗ୍ରୀ ଉତ୍ପାଦନ କରିବାରେ ଲାଗିଛନ୍ତି। (ଏଜେନ୍ସି)