Categories
ଆଜିର ଖବର ଜାତୀୟ ଖବର

ବସ୍‌ ଓ ବୋଲେରୋ ଧକ୍କା : ସାତ ମୃତ, 32 ଆହତ

ଉତ୍ତରପ୍ରଦେଶ :ଉତ୍ତରପ୍ରଦେଶର ପିଲିଭିତ୍‌ ଜିଲ୍ଲାରେ ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ସାତଜଣଙ୍କର ମୃତ୍ୟୁ ହୋଇଥିବାବେଳେ 32 ଜଣ ଆହତ ହୋଇଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ପିଲିଭିତର ପୁରାନାପୁର ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ବସ୍‌ ଓ ବୋଲୋର ମଧ୍ୟରେ ଧକ୍କା ହେବା ପରେ ସାତ ଜଣଙ୍କର ମୃତ୍ୟୁହୋଇଛି। 32 ଜଣ ଗୁରୁତର ରହିଛନ୍ତି ।  ଯାତ୍ରବାହୀ ବସ୍‌ ଯାତ୍ରୀଙ୍କୁ ନେଇ ଲକ୍ଷ୍ନୌ ଅଭିମୁଖେ ଯାଉଥିବାବେଳେ ଏକ ବୋଲୋର ଗାଡି ପୁରନପୁର ଯାଉଥିଲା । ତେବେ ସୋହରାମଉ ବର୍ଡର ନିକଟରେ ଦୁଇ ବାହାନ ମଧ୍ୟରେ ଭୀଷଣ ଧକ୍କା ହୋଇଥିଲା । ଧକ୍କା ହେବା ପରେ ବସ୍‌ଟି କ୍ଷେତକୁ ଓଲଟି ପଡିଥିଲା । ବସ୍‌ ଓଲଟିବା ଫଳରେ ଯାତ୍ରୀମାନେ ତଳକୁ ଦବି ଯାଇଥିଲେ । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିବାବେଳେ ଡାକ୍ତର ସେଠାରେ ସାତଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।  ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ କେତେଜଣଙ୍କ ସ୍ଥିତି ସଂକଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବାଣ କାରଖାନାରେ ନିଆଁ : ସାତ ମୃତ

ତାମିଲନାଡୁ : ବାଣ କାରଖାନାରେ ନିଆଁ ଲାଗିବା ଯୋଗୁଁ 7ଜଣଙ୍କର ମୃତ୍ୟୁ ହୋଇଛି। ତାମିଲନାଡୁ କୁଡ୍ଡାଲୋରଠାରେ ଶୁକ୍ରବାର ଦିନ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଏଠାରେ ଏକ ବାଣ କାରଖାନାରେ ନିଆଁ ଲାଗିବା ଯୋଗୁଁ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ଘଟଣାରେ 7ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନିଜଣ ଗୁରୁତର ରହିଛନ୍ତି ।  ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡିନଥିବାବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି । (ଏଜେନ୍ସି)