Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ବଲିଉଡ ଅଭିନେତା ଆମୀରଙ୍କ ଘରେ ପହଞ୍ଚିଲା କରୋନା

ମୁମ୍ବାଇ : ଦେଶରେ କରୋନା ମାମଲା ବୃଦ୍ଧି ଚାଲିଥିବାବେଳେ ଏବେ ଏହାର ପ୍ରଭାବ ବଲିଉଡ୍‌ରେ ମଧ୍ୟ ଦେଖିବାକୁ ମିଳିଛି । ଏବେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ଘରେ ଏବେ କରୋନା ପହଞ୍ଚିଛି । ଆମୀର ଖାନଙ୍କ ଟିମ୍‌ର 7 ଜଣ ସଦସ୍ୟ ଏବେ କରୋନାରେ ସଂକ୍ରମିତ ହୋଇଥିବାର ଖବର ମିଳିଛି । ଆମୀର ଖାନ୍‌ଙ୍କ ଜଣେ ଡ୍ରାଇଭର, ଦୁଇ ସୁରକ୍ଷା କର୍ମୀ ଓ ଜଣେ ରୋଷେୟା ରହିଛନ୍ତି ।

ଏହାପରେ ଆମୀର ଖାନ୍‌ ନିଜକୁ ସେ୍ଲଫ୍‌ କ୍ବାରେଣ୍ଟାଇନ୍‌ କରିଛନ୍ତି । ଆମୀରଙ୍କ ପରିବାରର ସମସ୍ତ ସଦସ୍ୟଙ୍କର ମଧ୍ୟ କରୋନା ଯାଞ୍ଚ ହୋଇଛି । ସମସ୍ତଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିବାବେଳେ ତାଙ୍କ ମା’ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ଆମୀର ଖାନ୍‌ ନିଜ ମା’ଙ୍କ ପାଇଁ ପ୍ରାର୍ଥନ କରିବାକୁ ତାଙ୍କ ପ୍ରଶଂସକଙ୍କୁ କହିଛନ୍ତି । ଏହି ଅବସରରେ ଆମୀର ବିଏମ୍‌ସିକୁ ଧନ୍ୟବାଦ ଜଣାଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର

୫୪ ବର୍ଷରେ ବଲିଉଡ୍‌ ଫରଫେକ୍‌ନିଷ୍ଟ୍‌ ଆମୀର୍‌ ଖାନ୍‌

ବଲିଉଡ୍‌ ମିଷ୍ଟର ଫରଫେକନିଷ୍ଟ୍‌ ଆମିର ଖାଁ ଆଜି ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ମାର୍ଚ୍ଚ ୧୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୩ ମସିହାରେ ନାସିର୍‌ ହୁସୈନଙ୍କ ଫିଲ୍ମ ‘ୟାଦୋଁ କି ବାରାତ୍‌’ରେ ଶିଶୁ କଳାକାର ରୂପେ ନଜର ଆସିଥିଲେ। ୧୯୮୮ରେ ଫିଲ୍ମ ‘କୟାମତ୍‌ ସେ କୟାମତ୍‌ ତକ୍‌’ ଫିଲ୍ମରେ ବଲିଉଡ୍‌ରେ ହିରୋ ରୂପେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ଅଭିନେତ୍ରୀ ଜୁହୀ ଚାଓ୍ବାଲା।  ୧୯୮୯ ମସିହାରେ ‘ରାଖ୍‌’ ଫିଲ୍ମରେ ନିଜର ବଳିଷ୍ଠ ଅଭିନୟ ପଇଁ ସେ ଜାତୀୟ ପୁରସ୍କାର ପାଇଥିଲେ। ୧୯୯୦ ମସିହାରେ ବହୁ ସଫଳ ବ୍ୟବସାୟ କରିଥିବା ଫିଲ୍ମରେ ଅଭିନୟ କରିଥିଲେ। ‘ଦିଲ୍‌’, ‘ରାଜା ହିନ୍ଦୁସ୍ତାନୀ’, ‘ସର୍‌ଫରୋଶ୍‌’ ପରି ବହୁ ସଫଳ ଫିଲ୍ମରେ ଅଭିନୟ କରିଥିଲେ। ୧୯୯୯ ମସିହାରେ ନିଜ ପ୍ରଡକ୍ସନ ହାଉସ୍‌ ଦ୍ବାରା ‘ଲଗାନ୍‌’ ଫିଲ୍ମ ପ୍ରସ୍ତୁତ କରିଥିଲେ, ସେ ଏହି ଫିଲ୍ମରେ ଅଭିନୟ ମଧ୍ୟ କରିଥିଲେ। ଏହି ଫିଲ୍ମଟି ବିଦେଶୀ ଭାଷାର ଫିଲ୍ମରେ ଏକାଡେମୀକ ଆଓ୍ବାର୍ଡ ଜିତିବା ସହିତ ଜାତୀୟ ପୁରସ୍କାର ଓ ଓସ୍କାର ଆଓ୍ବାର୍ଡ ପାଇଁ ମନୋନୀତ ହୋଇଥିଲା। ପରବର୍ତ୍ତୀୟ ସମୟରେ ‘ଫନା’, ‘ରଙ୍ଗଦେ ବସନ୍ତୀ’ ଫିଲ୍ମରେ ଉଚ୍ଚକୋଟୀର ଅଭିନୟ କରିଥିଲେ। ୨୦୦୭ ମସିହାରେ ତାଙ୍କ ନିର୍ଦ୍ଦେଶିତ ତଥା ଅଭିନୀତ ‘ତାରେ ଜମିନ୍‌ ପର୍‌’ ଫିଲ୍ମ ପରଦାକୁ ଆସିଥିଲା। ଏହି ଫିଲ୍ମ ପାଇଁ ସେ ଫିଲ୍ମ ଫେୟାର୍‌ର ଶ୍ରେଷ୍ଠ ନିର୍ଦ୍ଦେଶକର ପୁରସ୍କାର ମଧ୍ୟ ହାତେଇଥିଲେ। ପ୍ରତିଟି ଫିଲ୍ମରେ କିଛି ନୂଆ କରିଥା’ନ୍ତି ଆମୀର୍‌। ପ୍ରଥମ ୧୦୦ କୋଟି କ୍ଲବ୍‌ରେ ଆମୀର୍‌ ଫିଲ୍ମ ଏଣ୍ଟ୍ରି କରି ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ବେଶ୍‌ ଚହଳ ସୃଷ୍ଟି କରିଥିଲା। ଆମୀର୍‌ଙ୍କ ସବୁଠୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ଗୁଡ଼ିକ ମଧ୍ୟରେ ରହିଛି ‘ଗଜ୍‌ନୀ’, ‘ଥ୍ରୀ ଇଡିଅଟ୍‌ସ୍‌’, ‘ଧୁମ୍‌ ୩’, ‘ପିକେ’, ‘ଦଙ୍ଗଲ୍‌’ ‘ସିକ୍ରେଟ୍‌ ସୁପରଷ୍ଟାର୍‌’। ଫିଲ୍ମ ଚୟନକୁ ନେଇ ବେଶ୍‌ ସତର୍କ ଥା’ନ୍ତି ଏହି ଅଭିନେତା ଜଣକ। ଫିଲ୍ମ ଜଗତରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ଓ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ୨୦୧୭ ମସିହାରେ ଚାଇନା ସରକାରଙ୍କ ତରଫରୁ ସମ୍ମାନିତ ମଧ୍ୟ ହୋଇଛନ୍ତି। କ୍ୟାରିୟର୍‌ରେ ସଫଳ ଥିବା ଏହି ଅଭିନେତା ଜଣକ ମଧ୍ୟ ବ୍ୟକ୍ତିଗତ ଜୀବନରେ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥିଲେ।  ଆମିର ରୀନା ଦତ୍ତଙ୍କ ପ୍ରେମରେ ଥିଲେ ପାଗଳ। ଆମିର୍‌ ହାତ କାଟି ରକ୍ତରେ ରୀନାଙ୍କ ପାଖକୁ ଚିଠି ଲେଖିଥିଲେ। ଆମିର ମୁସଲମାନ୍‌ ଥିବାବେଳେ ରୀନା ଥିଲେ ହିନ୍ଦୁ। ସବୁ ପ୍ରକାର ବାଧାକୁ ଖାତରି୍‌ ନ କରି ଦୁହେଁ ୧୯୮୬ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପରେ ପାରିବାରିକ ସମସ୍ୟା ଯୋଗୁ ୨୦୦୨ରେ ଆମିର ଏବଂ ରୀନାଙ୍କର ଛାଡପତ୍ର ହୋଇଥିଲା। ଏହାର ୩ ବର୍ଷ ପରେ ଆମିର ୨୦୦୫ରେ କିରଣ ରାଓଙ୍କୁ ବିବାହ କରିଥିଲେ। ଆମିର୍‌ ଓ ରୀନାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବାବେଳେ ଆମିର୍‌ ଓ କିରନ୍‌ଙ୍କର ମଧ୍ୟ ଗୋଟିଏ ପୁଅ ଅଛି। ତେବେ ଆମିର୍‌ଙ୍କ ପୁଅ ଜୁନୈଦ୍‌ ବଲିଉଡ୍‌ରେ କ୍ୟାରିଅର୍‌ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଥିବାବେଳେ ଇରା ସୋସିଆଲ୍‌ ମିଡ଼ିଆରେ ବେଶ୍‌ ସକ୍ରିୟ।

Categories
ଆଜିର ଖବର

ହଲିଉଡ୍‌ର ଏକ ଚଳଚିତ୍ରକୁ ରିମେକ କରିବେ ଆମୀର୍‌ ଖାନ୍। ହଲିଉଡ ଚଳଚିତ୍ର ‘ଫରେଷ୍ଟ ଗମ୍ଫ’କୁ କରିବେ ରିମେକ।

ବଲିଉଡ୍‌ ମିଷ୍ଟର ପରଫେକ୍ଟନିଷ୍ଟ ଆମୀର୍‌ ଖାନ୍‌ ଏବେ ସୁପରହିଟ୍‌ ହଲିଉଡ୍‌ ଫିଲ୍ମ ‘ଫରେଷ୍ଟ ଗମ୍ପ୍‌’ର ହିନ୍ଦୀ ରିମେକ୍‌ରେ ନଜର ଆସିବେ । ୨୦୧୮ରେ ଫିଲ୍ମ ‘ ଦ ଠଗସ୍‌ ଅଫ୍‌ ହିନ୍ଦୁସ୍ତାନ’ ପରଦାକୁ ଆସିଥିଲା । ବିଗ୍‌ ବଜେଟ୍‌ର ଏହି ଫିଲ୍ମର ବହୁ ନାମୀଦାମୀ କଳାକାର ଥିବା ସତ୍ତ୍ବେ ଫିଲ୍ମଟି ବକ୍ସ ଅଫିସ୍‌ରେ ମାତ ଖାଇଯାଇଥିଲା । ଏହି ଫିଲ୍ମରେ ବିଗ୍‌ବି ଅମିତାଭ ବଚ୍ଚନ, କ୍ୟାଟ୍ରିନା କୈଫ୍‌, ଫତିମା ସାନା ଶେଖ୍‌ ପ୍ରମୁଖ ଅଭିନୟ କରିଥିଲେ । ଏହି ଫିଲ୍ମଟି ଫ୍ଲପ୍‌ ହେବା ପରେ ଆମୀର୍‌ ଏବେ ନିଜ ଫିଲ୍ମ କ୍ୟାରିଅର୍‌କୁ ନେଇ ବେଶ୍‌ ଯତ୍ନବାନ ହୋଇପଡିଛନ୍ତି । ତେବେ ‘ମହାଭାରତ’ ଭଳି ଏକ ବିଗ୍‌ ବଜେଟ୍‌ର ଫିଲ୍ମ ପ୍ରସ୍ତୁତି କରିବା ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ମିଳିଥିବା ସୂଚନା ଅନୁସାରେ ଆମୀର୍‌ ଖାନ୍‌ ତାଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘ମହାଭାରତ’କୁ କିଛି ସମୟ ପାଇଁ ବନ୍ଦରଖିଛନ୍ତି । ଏହା ପୂର୍ବରୁ ସେ ଏକ ହଲିଉଡ୍‌ ଫିଲ୍ମର ହିନ୍ଦୀ ରିମେକ୍‌ରେ ନଜର ଆସିବେ ବୋଲି ଜଣାପଡିଛି । ଆମୀର୍‌ ୧୯୯୪ ମସିହାର ସୁପରହିଟ୍‌ ହଲିଉଡ୍‌ ଫିଲ୍ମ ‘ଫରେଷ୍ଟ ଗମ୍ପ୍‌’ର ହିନ୍ଦୀ ରିମେକ୍‌ କରିବେ ବୋଲି ଜଣାପଡିଛି । ‘ଫରେଷ୍ଟ ଗମ୍ପ୍‌’ ୧୯୮୬ ମସିହାର ଉଇନ୍‌ଷ୍ଟନ୍‌ ଗ୍ରୁମ୍‌ଙ୍କ ଲୋକପ୍ରିୟ ଉପନ୍ୟାସ ‘ଫରେଷ୍ଟ ଗମ୍ପ୍‌’କୁ ନେଇ ଏହା ପ୍ରସ୍ତୁତ କରାଯାଇଥିଲା ।