Categories
ଆଜିର ଖବର ଜାତୀୟ ଖବର

ହିମାଚଳରେ ପଲଟିଲା ବାଜି, ରାଜ୍ୟସଭା ନିର୍ବାଚନରେ କଂଗ୍ରେସକୁ ଝଟକା ଦେଇ ଜିତିଲା ବିଜେପି

ନୂଆଦିଲ୍ଲୀ: ବିଜେପି ପ୍ରାର୍ଥୀ ହର୍ଷ ମହାଜନ ହିମାଚଳ ପ୍ରଦେଶରେ ରାଜ୍ୟସଭା ଆସନ ଜିତିଛନ୍ତି। ସେ କଂଗ୍ରେସର ଅଭିଷେକ ମନୁ ସିଂଭିଙ୍କୁ ପରାସ୍ତ କରିଛନ୍ତି। ବିରୋଧୀଦଳର ନେତା ଜୟରାମ ଠାକୁର ବିଜୟ ଦାବି କରିଛନ୍ତି। ହିମାଚଳ ପ୍ରଦେଶରେ ୬୮ ଜଣ ବିଧାୟକଙ୍କ ମଧ୍ୟରୁ କଂଗ୍ରେସ ପାଖରେ ୪୦ ଜଣ ବିଧାୟକ ଥିବା ବେଳେ ବିଜେପି ପାଖରେ ୨୫ ବିଧାୟକ ଏବଂ ସ୍ଵାଧୀନରୁ ୩ ଜଣ ବିଧାୟକ ଅଛନ୍ତି। କିନ୍ତୁ କଂଗ୍ରେସ ୩୪ ଭୋଟ୍ ଏବଂ ବିଜେପି ୩୪ ଭୋଟ୍ ପାଇଛି। ତା’ପରେ ଟସ୍ ଦ୍ଵାରା ବିଜେପି ପ୍ରାର୍ଥୀ ହର୍ଷ ମହାଜନ ଜିତିଛନ୍ତି। ୬ ଜଣ କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିଛନ୍ତି।

ଏହି ବିଜୟ ପରେ ବିଜେପି କର୍ମୀମାନେ ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଦେଇଥିଲେ। ବିଜେପି ଦାବି କରିଛି ଯେ, ସୁଖବିନ୍ଦର ସିଂ ସୁଖୁଙ୍କ ରାଜ୍ୟ ସରକାରରେ ସଂଖ୍ୟାଗରିଷ୍ଠତା ନାହିଁ।

ଏହାପୂର୍ବରୁ ଭୋଟ୍ ଦେବା ପରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କହିଛନ୍ତି ଯେ, ବିଧାନସଭାରେ ଆମର ୪୦ ଜଣ ବିଧାୟକ ଅଛନ୍ତି ଏବଂ ଯଦି ବିଧାୟକମାନେ ବିକ୍ରି ହୋଇନଥାନ୍ତେ, ତେବେ ଆମକୁ ସମସ୍ତ ଭୋଟ୍ ମିଳିଥାନ୍ତା।