Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆଫଗାନିସ୍ତାନରେ ଭୟଙ୍କର ଭୂସ୍ଖଳନ, ୨୫ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ନୁରିସ୍ତାନ ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ପ୍ରାୟ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ନୁରଗାରାମ ଜିଲ୍ଲାରେ ଭୂସ୍ଖଳନ ହେତୁ ପ୍ରାୟ ୧୦ ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି। ସୂଚନା ଓ ଯୋଗାଯୋଗ ମୁଖ୍ୟ ମହମ୍ମଦ ଅବଦୁଲ୍ଲା ଜାନ ଏହି ଘଟଣା ସମ୍ପର୍କରେ ଦେଇ କହିଛନ୍ତି ଯେ, ପ୍ରବଳ ବର୍ଷା ହେତୁ ନୁରଗାରାମ ଜିଲ୍ଲାର ନକରାହ ଗ୍ରାମରେ ଅପାହାଡ ଧସିଯାଇଛି। ଏହା ଯୋଗୁଁ ଜନସାଧାରଣଙ୍କ ବ୍ୟାପକ ଧନହାନି ହୋଇଛି। ପ୍ରାୟ ୧୫ ରୁ ୨୦ ଘର ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହୋଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଇତିହାସ ରଚିବା ପାଇଁ ମାତ୍ର ଗୋଟିଏ ବିଜୟ ଦୂରରେ ଟିମ୍ ଇଣ୍ଡିଆ, ଆଜି ପାକିସ୍ତାନର ଭାଙ୍ଗିବ କି ବିଶ୍ୱ ରେକର୍ଡ?

ନୂଆଦିଲ୍ଲୀ: ଇତିହାସ ସୃଷ୍ଟି କରିବା ପାଇଁ ଭାରତୀୟ କ୍ରିକେଟ୍ ଦଳ ପାଖରେ ସୁଯୋଗ ରହିଛି। ଆଜି ଯେତେବେଳେ ଟିମ୍ ଇଣ୍ଡିଆ ବେଙ୍ଗାଲୁରୁରେ ଆଫଗାନିସ୍ତାନକୁ ଭେଟିବ, ସେତେବେଳେ ବିଶ୍ୱ ରେକର୍ଡ ସୃଷ୍ଟି କରିବାର ସୁଯୋଗ ପାଇବ। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି -୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ସନ୍ଧ୍ୟା ୭ ଟାରୁ ଆରମ୍ଭ ହେବ।

ଭାରତୀୟ ଦଳ ପ୍ରଥମ ଦୁଇଟି ଟି -୨୦ ଜିତି ସିରିଜ ଜିତି ସାରିଛି। ବର୍ତ୍ତମାନ ରୋହିତ ବ୍ରିଗେଡ୍ ତୃତୀୟ ଟି -୨୦ ଜିତି ଆଫଗାନିସ୍ତାନକୁ କ୍ଳିନ ସ୍ଵିପ କରିବାକୁ ଚାହୁଁଛି। ଯଦି ଟିମ୍ ଇଣ୍ଡିଆ ତୃତୀୟ ଟି -୨୦ ଜିତେ, ତେବେ ଏହା ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି ହେବ।

ଅଧିକ କ୍ଳିନ ସ୍ୱିପ୍ ପାଇଁ ଭାରତ ବିଶ୍ୱ ରେକର୍ଡ କରିପାରେ:

ଯଦି ଭାରତୀୟ ଦଳ ଆଜି ତୃତୀୟ ଟି -୨୦ ରେ ଆଫଗାନିସ୍ତାନକୁ ପରାସ୍ତ କରେ, ତେବେ ଏହା ଟି -୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ କ୍ଲିନ୍ ସୁଇପ୍ କରିବାରେ ରେକର୍ଡ ସୃଷ୍ଟି କରିବ। ବର୍ତ୍ତମାନ ଏହି ବିଶ୍ୱ ରେକର୍ଡ ମିଳିତ ଭାବେ ଭାରତ ଏବଂ ପାକିସ୍ତାନ ନାମରେ ରହିଛି। ତେବେ ଯଦି ଆଜି ଭାରତ ଜିତେ ତେବେ ପାକିସ୍ତାନକୁ ପଛରେ ପକାଇ ଅଧିକାଂଶ କ୍ଳିନ ସ୍ୱିପ୍ ପାଇଁ ବିଶ୍ୱ ରେକର୍ଡ ବଜାୟ ରଖିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟି -୨୦ ଇଣ୍ଟରନ୍ୟାସନାଲରେ ୮ ଥର କ୍ଲିନ୍ ସୁଇପ୍ କରିଛି। ପାକିସ୍ତାନ ଦଳ ମଧ୍ୟ ୮ ଥର କ୍ଲିନ୍ ସୁଇପ୍ କରିଛି।

ଟି -୨୦ ରେ ସର୍ବାଧିକ କ୍ଳିନ ସୁଇପ୍ କରିଥିବା ଦଳ:

ପାକିସ୍ତାନ- ୮
ଭାରତ- ୮
ଇଂଲଣ୍ଡ- ୪
ଅଷ୍ଟ୍ରେଲିଆ- ୩
ନ୍ୟୁଜିଲ୍ୟାଣ୍ଡ- ୩
ଦକ୍ଷିଣ ଆଫ୍ରିକା- ୩