Categories
ଆଜିର ଖବର ଜାତୀୟ ଖବର

ଆଫଗାନିସ୍ତାନରେ 11 ତାଲିବାନ ଆତଙ୍କୀ ନିହତ

କାବୁଲ : ଆଫଗାନିସ୍ତାନରେ 11 ଜଣ ତାଲିବାନୀ ଆତଙ୍କୀ ପ୍ରାଣ ହରାଇଛନ୍ତି । ଦକ୍ଷିଣ ଉରୁଜ୍‌ଗାନ୍‌ରେ ଆଫଗାନୀ ସେନା ପକ୍ଷରୁ ଏହି ଏନ୍‌କାଉଣ୍ଟରରେ 11 ତାଲିବାନୀ ଆତଙ୍କୀ ନିହତ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଏନକାଉଣ୍ଟର ଘଟିଥିବା ଜଣାପଡିଛି । ନିକଟରେ ଆଫଗାନ ପୋଲିସ୍‌ ବେସ୍ ଉପରେ ଆକ୍ରମଣ ପ୍ରତିବାଦରେ ଏନ୍‌କାଉଣ୍ଟର କରାଯାଇଥିଲା । ଏହି ଏନ୍‌କାଉଣ୍ଟରରେ 11 ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି । 5 ଜଣ ସୈନ୍ୟ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । (ଏଜେନ୍ସୀ)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପୋଲିସ୍‌ ବେସ୍‌ ଉପରେ ତାଲିବାନ୍‌ ଆକ୍ରମଣ : 11 ପୋଲିସ୍‌ ନିହତ

କାବୁଲ : ଆଫଗାନିସ୍ତାନର ଏକ ପୋଲିସ୍‌ ବେସ୍‌ ଉପରେ ତାଲିବାନ ପକ୍ଷରୁ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ 11 ଜଣ ପୋଲିସ୍‌ କର୍ମଚାରୀ ନିହତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଥିବା ବେଳେ ମଙ୍ଗଳବାର ଏହି ଆକ୍ରମଣ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ସୋମବାର ବିଳମ୍ବିତ ରାତିରେ ଘଟିଥିବା ଆକ୍ରମଣରେ 11 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 20 ରୁ ଅଧିକ ପୋଲିସ୍‌ କର୍ମୀ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ତାଲିବାନ ପକ୍ଷରୁ ନିଜକୁ ଦାୟୀ କରାଯାଇଛି । ଗତକାଲି ଆକ୍ରମଣ କରି ଆମେରିକୀୟ ଯୁଦ୍ଧବିମାନ ଖସାଇବା ପରେ ତାଲିବାନ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା । (ଏଜେନ୍ସୀ)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ବିମାନ ଦୁର୍ଘଟଣା ଖବରକୁ ଅସ୍ବୀକାର କଲା ଆରିଆନା ଏୟାରଲାଇନ୍ସ

ନୂଆଦିଲ୍ଲୀ : ବିମାନ ଦୁର୍ଘଟଣା ଖବରକୁ ଅସ୍ବୀକାର କରିଛି ଆରିଆନା ଏୟାରଲାଇନ୍ସ । 83 ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହି ବିମାନଟି ଅପରାହ୍ନ 1.10 ମିନିଟ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା । ଖବର ଅନୁଯାୟୀ ବିମାନ ଚଳଚଳ କମ୍ପାନୀ ଆରିଆନାର ଏହି ବିମାନଟି ଦେହ ୟାକ୍‌ ପ୍ରଦେଶରୁ 15 କିମି ଦୂରରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଏୟାର ଲାଇନ୍ସ ପକ୍ଷରୁ ଏହି ଦୁର୍ଘଟଣା ଖବରକୁ ଅସ୍ବୀକାର କରାଯାଇଛି । କମ୍ପାନୀର ସମସ୍ତ ବିମାନ ସୁରକ୍ଷିତ ଭାବରେ ଚଳାଚଳ କରୁଥିବା ନେଇ କମ୍ପାନୀ ଓ୍ବେବସାଇଟ୍‌ରେ ସୂଚନା ଦିଆଯାଇଛି । (ଏଜେନ୍ସୀ)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

83 ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ

କାନ୍ଦାହାର : 83 ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଫଗାନିସ୍ତାନର ଘଜନୀରେ ଏହି ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୋମବାର ଆରିଆନା ଆଫଗାନ ଏୟାରଲାଇନ୍ସର ଏହି ବିମାନଟି ଘଜନୀର ଦେହ ୟାକ୍‌ ପ୍ରଦେଶରୁ 15 କିମି ଦୂରରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଆଫଗାନିସ୍ତାନର ସରକାରୀ ବିମାନ ଚଳଚଳ କମ୍ପାନୀ ଆରିଆନାର ଏହି ବିମାନଟି ଅପରାହ୍ନ 1.10 ମିନିଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାର କାରଣ ଜଣାପଡିନଥିବା ବେଳେ ମୃତାହତଙ୍କ ସଂଖ୍ୟା ମଧ୍ୟ ସ୍ପଷ୍ଟ ହୋଇନାହିଁ । (ଏଜେନ୍ସୀ)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ତେହରିକ୍‌ ଏ ତାଲିବାନ୍‌ର ପାକିସ୍ତାନ ମୁଖ୍ୟ ନିହତ

କାବୁଲ,30/12 : ତେହରିକ୍‌ ଏ ତାଲିବାନ୍‌ର (ଟିଟିପି) ପାକିସ୍ତାନ ମୁଖ୍ୟଙ୍କୁ ଆଫଗାନିସ୍ତାନରେ ଗୁଳି କରି ହତ୍ୟା କରାଯାଇଛି । ଆଫଗାନିସ୍ତାନର ଖୋସ୍ତ ପ୍ରଦେଶରେ ଟିଟିପି କମାଣ୍ଡର କାରୀ ସଫିଉଲ୍ଲା ମେହସୁଦ୍‌ ନିହତ ହୋଇଛନ୍ତି । ଖୋସ୍ତ ପ୍ରଦେଶର ଗୁଲୁନ୍‌ ସେନା କ୍ୟାମ୍ପ ବାହାରେ ଏହି ଘଟଣା ସଙ୍ଗଠିତ ହୋଇଥିଲା । ହକ୍କାନୀ ନେଟଓ୍ବର୍କ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ଜଣାପଡିଛି । 2007ରେ ଟିଟିପି ପ୍ରତିଷ୍ଠିତ ହୋଇଥିବା ବେଳେ ବର୍ତ୍ତମାନ ଏହା 4 ଭାଗରେ ବିଭକ୍ତ ହୋଇ ଯାଇଛି । ମେହସୁଦ୍‌ ଏହି 4 ସଙ୍ଗଠନକୁ ଏକତ୍ର କରିବାର ଚେଷ୍ଟା ଚଳାଇଥିବା ବେଳେ ଏହା ଟିଟିପି ପାଇଁ ବଡ ଧକ୍କା ଏବଂ ଆଫଗାନୀ ସେନା ପାଇଁ ବଡ ସଫଳତା ଭାବରେ ବିବେଚନା କରାଯାଉଛି । (ଏଜେନ୍ସୀ)