ଭୁବନେଶ୍ବର, କିଛି ସମୟ ପାଇଁ ଆସିଲା ଅମ୍ପାନ। ଓଡିଶାରେ କେତେକ ଜିଲ୍ଲାରେ କଲା କିଛି କ୍ଷୟକ୍ଷତି। ଏହାପରେ ସେସବୁ ଭଙ୍ଗା ଘର, ରାସ୍ତା ଓ ପରିବେଶକୁ ସଜାଡିବା କାମରେ ଲାଗିଛନ୍ତି ଆମର ସୁରକ୍ଷା ବାହିନୀ। ଏମାନେ ହେଲେ ଏନଡିଆରଏଫ, ଓଡ୍ରାଫ, ଓଡିଶା ପୋଲିସ ବାହିନୀ ଏବଂ ଅଗ୍ନିଶମ ବାହିନୀ ପ୍ରମୁଖ। ବାତ୍ୟା ଚାଲିଥିବା ବେଳେ ମଧ୍ୟ ଏମାନେ କାମରେ ଲାଗିଥିଲେ। ଗୋଟିଏ ପଟେ କରୋନା ଅନ୍ୟପଟେ ବାତ୍ୟା ଏପରି ପରିସ୍ଥିତିରେ କାମ କରୁଥିବା ବେଳେ କେତେକ ବିଶେଷ ମୂହୁର୍ତ୍ତର ଫଟୋ।
