Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଘରେ ଇଡି

ନୂଆଦିଲ୍ଲୀ : ଷ୍ଟରଲିଂ ବାୟୋଟିକେ ଲିମିଟେଡର ପାଞ୍ଚହଜାର କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇ ମାମଲାରେ କଂଗ୍ରେସର ବରିଷ୍ଠ ନେତା  ଅହମଦ ପଟେଲଙ୍କ ଘରେ ଇଡି ପହଞ୍ଚିଛି । ଏନେଇ ଯାଞ୍ଚ ମଧ୍ୟ କରିଛି ।  ପଟେଲଙ୍କୁ ଏହି ମାମଲାରେ ପଚରାଉଚରା ପାଇଁ ଇଡି ପୂର୍ବରୁ ନୋଟିସ୍ କରିଥିଲା। କିନ୍ତୁ କରୋନା ପାଇଁ ସେ ହାଜର ହୋଇନଥିଲେ। ଏହାପରେ ଇଡି ପଟେଲଙ୍କ ଘର ପହଞ୍ଚିଛି। ଏବେ ଇଡି ତାଙ୍କର ବୟାନ ରେକର୍ଡ କରିବ ବୋଲି ଜଣାପଡ଼ିଛି।

ଷ୍ଟରଲିଂ ବାୟୋଟେକ୍ ଆନ୍ଧ୍ରାବ୍ୟାଙ୍କରୁ 5 ହଜାର କୋଟି ଟଙ୍କାର ଋଣ ନେଇଥିଲା। ହେଲେ ଋଣ ନସୁଝିବାରୁ ଏହି ଟଙ୍କା ଏନପିଏରେ ପରିଣତ ହୋଇଛି।

ଷ୍ଟରଲିଂ ବାୟୋଟେକର ମୁଖ୍ୟ ସନ୍ଦେଶରା ବ୍ରଦର୍ସ ନୀତୀନ ଏବଂ ଚେତନ ଦେଶରୁ ପଳାୟନ କରି ଉଭୟ ଏବେ ନାଇଜେରିଆରେ ଲୁଚିଛନ୍ତି। ଏହି ଦୁଇ ପଳାତକଙ୍କ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଆରମ୍ଭ କରିଛି। ଅହମଦ ପଟେଲ ସନ୍ଦେଶରା ବ୍ରଦର୍ସଙ୍କ ଅତି ନିକଟତମ ବ୍ୟକ୍ତି ବୋଲି ଜଣାଶୁଣା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ରାପିଡ୍‌ ଟେଷ୍ଟିଂ କିଟ୍‌ର କିଣା ମୂଲ୍ୟକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ କଂଗ୍ରେସ ନେତା

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ କରୋନା ଟେଷ୍ଟିଂ କିଟ୍‌କୁ ନେଇ ସରକାରଙ୍କୁ ଆକ୍ରମଣ କରିଛନ୍ତି । ଶସ୍ତା ଦାମରେ ମିଳୁଥିବା କରୋନା ଟେଷ୍ଟିଂ କିଟ୍‌କୁ ସରକାର କାହିଁକି ଅଧିକ ମୂଲ୍ୟରେ କିଣୁଛନ୍ତି ବୋଲି ପଟେଲ ପ୍ରଶ୍ନ କରିଛନ୍ତି । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ପଟେଲ ଏହି ପ୍ରଶ୍ନ ପଚାରିଛନ୍ତି । 245 ଟଙ୍କାର କିଟ୍‌କୁ ସରକାର କାହିଁକି 600 ଟଙ୍କାରେ କିଣୁଛନ୍ତି ବୋଲି ପଟେଲ ପ୍ରଶ୍ନ କରିଛନ୍ତି । ଗତକାଲି ଦିଲ୍ଲୀ ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ପଟେଲ ଏହି ଟ୍ବିଟ୍‌ କରିଥିଲେ । କରୋନା ଟେଷ୍ଟିଂ କିଟ୍‌କୁ 400 ଟଙ୍କାରୁ ଅଧିକ ମୂଲ୍ୟରେ କିଣାଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଥିଲେ । (ଏଜେନ୍ସି)