କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଘରେ ଇଡି

Published: Jun 27, 2020, 4:34 pm IST

ନୂଆଦିଲ୍ଲୀ : ଷ୍ଟରଲିଂ ବାୟୋଟିକେ ଲିମିଟେଡର ପାଞ୍ଚହଜାର କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇ ମାମଲାରେ କଂଗ୍ରେସର ବରିଷ୍ଠ ନେତା  ଅହମଦ ପଟେଲଙ୍କ ଘରେ ଇଡି ପହଞ୍ଚିଛି । ଏନେଇ ଯାଞ୍ଚ ମଧ୍ୟ କରିଛି ।  ପଟେଲଙ୍କୁ ଏହି ମାମଲାରେ ପଚରାଉଚରା ପାଇଁ ଇଡି ପୂର୍ବରୁ ନୋଟିସ୍ କରିଥିଲା। କିନ୍ତୁ କରୋନା ପାଇଁ ସେ ହାଜର ହୋଇନଥିଲେ। ଏହାପରେ ଇଡି ପଟେଲଙ୍କ ଘର ପହଞ୍ଚିଛି। ଏବେ ଇଡି ତାଙ୍କର ବୟାନ ରେକର୍ଡ କରିବ ବୋଲି ଜଣାପଡ଼ିଛି।

ଷ୍ଟରଲିଂ ବାୟୋଟେକ୍ ଆନ୍ଧ୍ରାବ୍ୟାଙ୍କରୁ 5 ହଜାର କୋଟି ଟଙ୍କାର ଋଣ ନେଇଥିଲା। ହେଲେ ଋଣ ନସୁଝିବାରୁ ଏହି ଟଙ୍କା ଏନପିଏରେ ପରିଣତ ହୋଇଛି।

ଷ୍ଟରଲିଂ ବାୟୋଟେକର ମୁଖ୍ୟ ସନ୍ଦେଶରା ବ୍ରଦର୍ସ ନୀତୀନ ଏବଂ ଚେତନ ଦେଶରୁ ପଳାୟନ କରି ଉଭୟ ଏବେ ନାଇଜେରିଆରେ ଲୁଚିଛନ୍ତି। ଏହି ଦୁଇ ପଳାତକଙ୍କ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଆରମ୍ଭ କରିଛି। ଅହମଦ ପଟେଲ ସନ୍ଦେଶରା ବ୍ରଦର୍ସଙ୍କ ଅତି ନିକଟତମ ବ୍ୟକ୍ତି ବୋଲି ଜଣାଶୁଣା।

Related posts