Categories
ଆଜିର ଖବର

ଯାନବାହନ ଚାଳକଙ୍କ ପ୍ରତି ଦୃଷ୍ଟି ରଖିବ ଏଆଇ ଯୁକ୍ତ କ୍ୟାମେରା

କେରଳ ସରକାର ଏଆଇ ଯୁକ୍ତ କ୍ୟାମେରା ଦ୍ବାରା ବିନା ହେଲମଟ୍‌ ଓ ସିଟ୍‌ବେଲ୍ଟ ପିନ୍ଧିନଥିବା ଚାଳକଙ୍କ ଉପରେ ନଜର ରଖିବେ । କେରଳର ମୋଟର ଯାନ ବିଭାଗ ହେଲମେଟ୍‌ ଓ ସିଟବେଲ୍ଟ ଚେକ୍‌ କରିବା ପାଇଁ ଏକ ଅତ୍ୟାଧୁନିକ କ୍ୟାମେରାର ବ୍ୟବହାର କରିବାକୁ ଯାଉଛନ୍ତି । କେରଳର ସଂଯୁକ୍ତ ପରିବହନ ଆୟୁକ୍ତ ରାଜୀବ ପୁଥଲଥଙ୍କ ସୂଚନା ଅନୁସାରେ ତିରୁବନ୍ତପୁରମ୍‌ଠାରେ ଏହି କ୍ୟାମେରାର ପରୀକ୍ଷଣ କରାଯାଇଛି, ଯାହା ୯୮ ପ୍ରତିଶତ ସଠିକ୍‌ ସୂଚନା ଦେଇପାରୁଛି । ଏହି କ୍ୟାମେରା ଜରିଆରେ ଗାଡ଼ିର ଗତି ତଥା ତତ୍‌ସମ୍ବନ୍ଧୀୟ ରେକର୍ଡ ମଧ୍ୟ କରାଯାଇପାରିବ । ଦ୍ରୁତ ଗାଡ଼ି ଚାଳନା ତଥା ବେପରୁଆ ଭାବ ପାଇଁ ଯାନବାହନ ଦ୍ବାରା ଘଟୁଥିବା ଦୁର୍ଘଟଣା ରୋକିବା ତଥା ଲୋକଙ୍କୁ ସଡକ ସୁରକ୍ଷା ପ୍ରତି ଧ୍ୟାନ ଦେବା ପାଇଁ କେରଳ ସରକାରଙ୍କ ଦ୍ବାରା ଏହି ନୂଆ ଟେକ୍‌ନିକ୍‌ ଜାରି କରାଯିବ । ଏହାଦ୍ବାରା ଜନସାଧାରଣ ହେଲମେଟ୍‌ ତଥା ସିଟ୍‌ବେଲ୍ଟ ବ୍ୟବହାର କରିବା ପାଇଁ ପ୍ରତିବଦ୍ଧ ହେବେ  । ଯେଉଁମାନେ ଏହି ନିୟମ  ଉଲ୍ଲଂଘନ କରୁଛନ୍ତି, ତାଙ୍କ ଉପରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ କରିବାରେ ଏହି ଅତ୍ୟାଧୁନିକ କ୍ୟାମେରା ବିଶେଷ ସହାୟକ ହେବ ।