Categories
ଆଜିର ଖବର

କାଶ୍ମୀର ବଡ଼ଗାମଠାରେ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗସ୍ତ

ଆଜି କାଶ୍ମୀରର ବଡଗାମଠାରେ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗସ୍ତ ହୋଇଛି । ବଡ଼ଗାମର ଟେକ୍‌ନିକାଲ୍‌ ବିମାନବନ୍ଦରରୁ ବିମାନ ଉଡାଣ ଭରିବାର  ସାତ କିଲୋମଟିର ଦୂରରେ ଏକ ଖୋଲା ସ୍ଥାନରେ ଦୁର୍ଘଟଣାଗସ୍ତ ହୋଇଛି । ଏହି ଦୁର୍ଘଟଣାରେ ବିମାନର ପାଇଲଟ୍‌ ଓ ସହ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି ବୋଲି ସୂଚନା ରହିଛି । ତେବେ ଏହି ବିମାନ ଦୁର୍ଘଟଣାରେ ଅଧିକ କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ । ଦୁର୍ଘଟଣାସ୍ଥଳଟିରେ ବିମାନ ଦୁର୍ଘଟଣା ହେତୁ ନିଆଁ ଲାଗିଯାଇଥିବାରୁ ଦମକାଳ ବାହିନୀଙ୍କ ଦ୍ଵାରା ନିଆଁକୁ ଆୟତ୍ତ କରାଯାଇଛି ।