Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ନୂତନ ଅର୍ଥସଚିବ ହେବେ ଅଜୟ ଭୂଷଣ ପାଣ୍ଡେ

ନୂଆଦିଲ୍ଲୀ : ଅଜୟ ଭୂଷଣ ପାଣ୍ଡେଙ୍କୁ ଅର୍ଥ ସଚିବ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । ମଙ୍ଗଳବାର କ୍ୟାବିନେଟ୍‌ କମିଟି ପକ୍ଷରୁ ପାଣ୍ଡେଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି । ବର୍ତ୍ତମାନର ସଚିବ ରହିଥିବା ରାଜୀବ କୁମାରଙ୍କ ସ୍ଥାନରେ ଅଜୟ ଭୂଷଣ ପାଣ୍ଡେ ଦାୟିତ୍ବ ଗ୍ରହଣ କରିବେ । ମହାରାଷ୍ଟ୍ର କ୍ୟାଡରର 1984 ବ୍ୟାଚ୍ ଆଇଏଏସ୍ ଅଧିକାରୀ ପାଣ୍ଡେ ପୂର୍ବରୁ ଆଧାର (ୟୁଆଇଡିଏଆଇ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟିଏନ୍‌) ବିଭାଗର ସଚିବ ଭାବରେ କାର୍ଯ୍ୟ କରିଥିଲେ । 2018ରେ ପାଣ୍ଡେ ରାଜସ୍ବ ସଚିବ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । (ଏଜେନ୍ସି)