Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର

ଏକସଙ୍ଗେ ଦେଖିବାକୁ ମିଳିଲା ଅମ୍ବାନି ପରିବାରର ଚାରି ପିଢ଼ି, ଜାଣନ୍ତୁ କିପରି, କେଉଁଠି

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ୍ ମୁକେଶ ଅମ୍ବାନିଙ୍କ ମା’ ଶ୍ରୀମତୀ କୋକିଳାବେନ୍ ରବିବାର ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟରରେ ୧୬ ହଜାର ବର୍ଗଫୁଟ ପରିବ୍ୟାପ୍ତ ଆର୍ଟ ହାଉସ୍‌କୁ ଉଦ୍‌ଘାଟନ କରିଛନ୍ତି। ଏହି କଲଚରାଲ୍ ସେଂଟର୍‌ର ଉଦ୍‌ଘାଟନୀ ସମାରୋହର ଆଜି ତୃତୀୟ ଦିନରେ ଅମ୍ବାନି ପରିବାରର ଚାରି ପିଢ଼ିଙ୍କୁ ଏକସଙ୍ଗେ ଦେଖିବାକୁ ମିଳିଥିଲା।

ମେଗା ଉଦଘାଟନୀ ସମାରୋହର ତୃତୀୟ ଦିନରେ ଆନ୍ତର୍ଜାତିକ ଫେସନ ଜଗତରେ ଭାରତୀୟ ଫେସନର ପ୍ରଭାବକୁ ପ୍ରଦର୍ଶିତ କରୁଥିବା ସ୍ୱତନ୍ତ୍ର କଫି-ଟେବୁଲ୍ ପୁସ୍ତକ “ଇଣ୍ଡିଆ ଇନ୍ ଫେସନ୍‌” କୁ ନୀତା ଅମ୍ବାନି ଓ ଇଶା ଅମ୍ବାନି ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକର କିଛି ମହତ୍ୱପୂର୍ଣ୍ଣ ଭାଗକୁ ଇଶା ଅମ୍ବାନି ଉପସ୍ଥିତ ଦର୍ଶକଙ୍କୁ ପଢ଼ି ଶୁଣାଇଥିଲେ। ଏହି ଅବସରରେ ଗାୟକ ପ୍ରତୀକ କୁହାଡ଼ ନିଜ ମଧୂର ସ୍ୱରରେ ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକଙ୍କୁ ରୋମାଂଚିତ କରିଥିଲେ।

ଆର୍ଟ ହାଉସ୍‌ରେ “ସଙ୍ଗମ’ ନାମରେ ଏକ ଉଦ୍‌ଘାଟନୀ କଳା ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଭାରତର ବିଶିଷ୍ଟ ସାଂସ୍କୃତିକ ବିଚାରକ ରଣଜିତ ହୋସକୋଟେ ଓ ନ୍ୟୁୟର୍କ ସ୍ଥିତ କଳା ସଂଗ୍ରାହକ ଓ ଗ୍ୟାଲେରିଷ୍ଟ୍ ଜେଫ୍ରି ଡାଇଚ୍ ଏହାକୁ ଡିଜାଇନ୍ କରିଛନ୍ତି। ଏହି ପ୍ରଦର୍ଶନୀରେ ଦେଶବିଦେଶର ୧୦ ପ୍ରସିଦ୍ଧ କଳାକାରଙ୍କ ୫୦ରୁ ଅଧିକ କଳାକୃତିକୁ ସାମିଲ କରାଯାଇଛି।

ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଫ୍ରାଂଚେସ୍କୋ କ୍ଲେମେଂଟ୍‌, ଅନ୍‌ସେଲ୍‌ମ୍ କିଫର ଏବଂ ସେସିଲି ବ୍ରାଉନ୍‌ଙ୍କ ଭଳି କଳାକାରମାନଙ୍କ କୃତିକୁ ପ୍ରଥମ ଥର ପାଇଁ ଭାରତରେ ପ୍ରଦର୍ଶିତ କରାଯାଇଛି । ଭାରତୀୟ କଳାକାର ଭୁପେନ୍ ଖଖର, ଶାନ୍ତିବାଇ, ରଞ୍ଜନୀ ସେଟ୍ଟାର ଓ ରତିଶ ଟି’ଙ୍କ କାମକୁ ମଧ୍ୟ ସେଥିରେ ସାମିଲ କରାଯାଇଛି।

କଲ୍‌ଚରାଲ୍ ସେଂଟର୍‌ରେ ଥିବା ଆର୍ଟ ହାଉସ୍‌ର ବିଶେଷତ୍ୱ ହେଉଛି ଏହାକୁ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରାଯାଇପାରିବ। ଚାରି ମହଲା ବିଶିଷ୍ଟ ଏହି ଆର୍ଟ ହାଉସ୍‌କୁ ତିଆରି କରିବା ଲାଗି ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରାଯାଇଛି। ବିଶ୍ୱସ୍ତରୀୟ କଳା ପ୍ରଦର୍ଶନୀଠାରୁ ଆରମ୍ଭ କରି ବୈଷୟିକ ଓ ଶିକ୍ଷା ସମ୍ପର୍କିତ କର୍ମଶାଳା ଭଳି କାର୍ଯ୍ୟକ୍ରମକୁ ମଧ୍ୟ ଏଠାରେ ଆୟୋଜନ କରାଯାଇପାରିବ।

ନୂଆ ପ୍ରତିଭାମାନଙ୍କୁ ସାମ୍ନାକୁ ଆଣିବା ଏବଂ କଳାକୁ ଆଗକୁ ବଢ଼ାଇବାରେ ଏହି ଆର୍ଟ ହାଉସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବିଶ୍ୱସ୍ତରୀୟ ମଂଚ ମିଳିବା ଦ୍ୱାରା ଯୁବ କଳାକାରମାନଙ୍କ ପ୍ରତିଭାକୁ ସାରା ବିଶ୍ୱରେ ପରିଚୟ ମିଳିପାରିବ।

Categories
ଆଜିର ଖବର

ପୁଅ ବାହାଘର ପୂର୍ବରୁ ମୁମ୍ବାଇର 50 ହଜାର ପୋଲିସ ଅଫିସରଙ୍କୁ ମିଠା ପ୍ୟାକେଟ ପଠାଇଲେ ମୁକେଶ ଆମ୍ବାନୀ

ମୁକେଶ ଆମ୍ବାନୀଙ୍କ ପୁଅ ଆକାଶ ଆମ୍ବାନୀଙ୍କ ବାହାଘର ପୂର୍ବରୁ ମୁମ୍ବାଇ ସହରର 50 ହଜାର ପୋଲିସ ଅଫିସରଙ୍କ ପାଖକୁ ପଠାଯାଇଛି ସର୍ପାଇଜ ମିଠା ପ୍ୟାକେଟ ସହ ନିମନ୍ତ୍ରଣ କାର୍ଡ। ମୁମ୍ବାଇର ସମସ୍ତ ଥାନାକୁ ଏହି ପ୍ୟାକେଟ ପଠାଯାଇଥିବା ଜଣାଯାଇଛି। ଜଣେ ପୋଲିସ ଅଧିକାର କହିଛନ୍ତି ଯେ, ମିଠା ପ୍ୟାକେଟରେ ଯେଉଁ ନିମନ୍ତ୍ରଣ କାର୍ଡ ରହିଛି ସେଥିରେ ବରକନ୍ୟାଙ୍କୁ ଆର୍ଶିବାଦ ଦେବାକୁ ଅନୁରୋଧ କରାଯାଇଛି। ଏହି କାର୍ଡରେ ନୀତା ଓ ମୁକେଶ ଆମ୍ବାନୀଙ୍କ ସହିତ ପୁଅ ଆକାଶ ଆମ୍ବାନୀ ଏବଂ କନ୍ୟା ଶ୍ଲୋକା ମେହେଟାଙ୍କ ନାମ ରହିଛି। ଆକାଶ ଆମ୍ବାନୀ ମାର୍ଚ୍ଚ 9 ତାରିଖ ଦିନ ବିବାହ କରିବେ। ତିନିଦିନ ଧରି ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଏହି ବିହାବ ଉତ୍ସବ ଆୟୋଜିତ ହେବ। 11 ତାରିଖ ଦିନ ମୁମ୍ବାଇର ଜିଓ ୱାର୍ଲଡ ସେଣ୍ଟରରେ ଏକ ଆଡମ୍ବର ପୂର୍ଣ୍ଣ ରିସେପ୍ସନର ଆୟୋଜନ କରାଯାଇଛି।