Categories
ଆଜିର ଖବର

ଅକ୍ଷୟଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି

ଦେଶର ଅଧିକାଂଶ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଜୀବନ ବିଷୟରେ ଜାଣିଛନ୍ତି ମାତ୍ର ତାଙ୍କର ରାଜନୈତିକ ଜୀବନ କେମିତି ଆରମ୍ଭ ହେଲା ଓ ସେ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ କେମିତି ହେଲେ ଇତ୍ୟାଦି ସମ୍ପର୍କରେ ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହିତ ମୋଦି ଆଲୋଚନା କରିଥିଲେ। ସାକ୍ଷାତକାର ବେଳେ ମୋଦୀ କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ପ୍ରତିବର୍ଷ କିଛି ଉପହାର ପଠାନ୍ତି। ମୋଦି କହିଛନ୍ତି ନିର୍ବାଚନ ସମୟରେ ଏହା କହିବା ଅନୁଚିତ୍‌ ମାତ୍ର ଦିଦି ତାଙ୍କ ପାଇଁ ପ୍ରତିବର୍ଷ ଦୁଇରୁ ତିନୋଟି କୁର୍ତ୍ତା ପଠାଇଥାନ୍ତି। ପ୍ରଥମରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ବର୍ଷରେ ଦୁଇ ରୁ ତିନି ପ୍ରକାରର ମିଠା ପଠାଉଥିଲେ ଏହା ଜାଣିବା ପରେ ମମତା ମୋତେ ମିଠା ପଠାଇ ପାରନ୍ତି ବୋଲି ମୋଦି କହିଥିଲେ। ବୁଧବାର ଅକ୍ଷୟ କୁମାରଙ୍କ ସହିତ ମୋଦିଙ୍କ ସାକ୍ଷାତକାର ପ୍ରସାରଣ ହୋଇଥିଲା। ସୂଚନାଯୋଗ୍ୟ ଯେ, ଏହି ସାକ୍ଷାତକାରର ଗୋଟିଏ ଦିନ ପୂର୍ବରୁ ମୋଦି ମମତାଙ୍କୁ କଡା ସମାଲୋଚନା କରିଥିଲେ। ମୋଦି ମମତାଙ୍କୁ ସମାଲୋଚନା କରି କହିଥିଲେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଆାଶା ରଖିଥିବା ମମତା ମାତ୍ର କିଛି ଆସନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ଯାହାକି ହାସ୍ୟାସ୍ପଦ। ପ୍ରଧାନମନ୍ତ୍ରୀ ପଦବୀ କୌଣସି ନିଲାମୀରେ ମିଳିନଥାଏ ଯାହାକୁ ଆପଣ ଶାରଦା ଏବଂ ନାରଦା ଦୁର୍ନୀତି ଅର୍ଥରେ କିଣି ପାରିବେ, ଏଥି ପାଇଁ ୧୩୦ କୋଟି ଦେଶବାସୀଙ୍କ ଭଲପାଇବା ଆବଶ୍ୟକ ବୋଲି କହିଥିଲେ ମୋଦି। ସେହିପରି ବିପକ୍ଷ ନେତାଙ୍କ ସହିତ ତାଙ୍କ ସମ୍ପର୍କ ଉପରେ ମୋଦି କହିଥିଲେ କି, ସମସ୍ତଙ୍କ ସହିତ ଉତ୍ତମ ସମ୍ପର୍କ ଏବଂ ବନ୍ଧୁତା ରହିଛି ଏବଂ ବେଳେ ବେଳେ ଏକତ୍ର ଭୋଜନ ମଧ୍ୟ କରିଥାଉ। ସେହିପରି ମୁଖ୍ୟମନ୍ତ୍ରୀ ଥିବା ସମୟରେ ଘୁଲାମ ନବୀ ଆଜାଦଙ୍କ ସହିତ ଏକତ୍ର ବହୁତ ଥର ଚା ପିଇଥିବା ସମ୍ପର୍କରେ ଏହି ସାକ୍ଷାତକାରରେ ଉଲ୍ଲେଖ କରିଥିଲେ ମୋଦି। ସେହିପରି ରାଗ ଆସିଥାଏ କି ନାହିଁ ବୋଲି ଅକ୍ଷୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମୋଦି କହିଥିଲେ ଯଦି ମୁଁ କହିବି ରାଗେ ନାହିଁ ତାହା ହେଲେ ବିଶ୍ୱାସ ହେବ ନାହିଁ। ସର୍ବଦା ଅନୁଶାସନରେ ରୁହେ, ଅନ୍ୟକୁ ନିଚା ଦେଖାଇ କାମ କରେ ନାହିଁ। ସମସ୍ତଙ୍କୁ ପ୍ରେରଣା ଦେଇକି କାମ କରାଇଥାଏ। ଭଲ ଜିନିଷରୁ ନକରାତ୍ମକ ଭାବନାକୁ ଦୂରେଇବା ପାଇଁ ଶିଖିଲି। ମନେ ମନେ ରାଗେ, କିନ୍ତୁ ବାହାରକୁ ପ୍ରକାଶ କରେ ନାହିଁ ବୋଲି କହିଥିଲେ ମୋଦି।

Categories
ଆଜିର ଖବର

ପରଦାରେ ‘କେଶରୀ’ : ଅକ୍ଷୟଙ୍କ ଦମଦାର୍‌ ସଂଳାପ ସହ ଆକ୍ସନ

ଅକ୍ଷୟ କୁମାର ଓ ପରିଣୀତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ ‘କେଶରୀ’ ଆଜି ପରଦା ଉପରକୁ ଆସିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଅନୁରାଗ ସିହ୍ନା। ଏହି ଫିଲ୍ମକୁ କରନ୍‌ ଜୋହର୍‌ ଓ ଅରୁଣ ଭାଟିଆଙ୍କ ମିଳିତ ପ୍ରଯୋଜନା ସଂସ୍ଥା ଦ୍ବାରା ପ୍ରସ୍ତୁତ କରାଯାଇଛି। ଏହି ଫିଲ୍ମରେ ଅକ୍ଷୟ-ପରିଣୀତିଙ୍କ ବ୍ୟତୀତ ମୀର୍‌ ସରଓ୍ବାର୍‌, ବଂଶ ଭରଦ୍ବାଜ, ଜସପ୍ରିତ ସିଂ, ବିବେକ ସାଇନି ଓ ବିକ୍ରମ କୋଚର ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମଟି ସାରଗଡ଼ୀ ଯୁଦ୍ଧକୁ ନେଇ ଆଧାରିତ। ୧୦,୦୦୦ ଆଫଗାନ୍‌ଙ୍କ ସହ ୨୧ ଜଣ ଶିଖ୍‌ ସୈନିକଙ୍କ ଯୁଦ୍ଧକୁ ନେଇ ଏହି ଫିଲ୍ମର କାହାଣୀ ଗତିଶୀଳ। ପୂର୍ବରୁ ଏହି ଫିଲ୍ମକୁ ସଲମନ୍‌ ଖାନ୍‌ ପ୍ରଯୋଜନା କରିବେ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଶେଷ ମୁହର୍ତ୍ତରେ ସଲମନ୍‌ ଏହି ଫିଲ୍ମରୁ ଓହରି ଆସିଥିଲେ। ତେବେ ଫିଲ୍ମର ଟ୍ରେଲର୍‌ଟିରେ ଅକ୍ଷୟଙ୍କ ଡାଇଲଗ୍‌ ସହ ଆକ୍ସନକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଏହି ଫିଲ୍ମ ଗୀତଗୁଡ଼ିକ ମଧ୍ୟ ଶ୍ରୋତାଙ୍କୁ ଆକୃଷ୍ଟ କରିପାରିଛି। ଅକ୍ଷୟଙ୍କ ଦମଦାର୍‌ ସଂଳାପ ସହ ଆକ୍ସନ ଏହି ଫିଲ୍ମଟି ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିବ। ତେବେ ସିନେସମୀକ୍ଷକମାନେ ଏହି ଫିଲ୍ମକୁ ବହୁତ ପସନ୍ଦ କରିଛନ୍ତି। ଦେଶପ୍ରେମର ବାର୍ତ୍ତା ନେଇ ଏହି ଫିଲ୍ମଟି ହୋଲି ଅବସରରେ ସମସ୍ତଙ୍କୁ ତା’ ରଙ୍ଗରେ ରଙ୍ଗାୟିତ ତ ନିଶ୍ଚୟ କରିବ।

Categories
ଆଜିର ଖବର

ଜାରି ହେଲା ‘ସୂର୍ଯ୍ୟବଂଶୀ’ର ଫାଷ୍ଟ ଲୁକ୍‌

‘ସିଂଘମ୍‌’, ’ସିମ୍ବା’ ପରେ ପରେ ରୋହିତ୍‌ ଶେଟ୍ଟି ତାଙ୍କର ଆଗାମୀ ଫିଲ୍ମ ’ସୂର୍ଯ୍ୟବଂଶୀ’ର ଫାଷ୍ଟ ଲୁକ୍‌ ଜାରି କରିଛନ୍ତି ।  ଏହି ଫିଲ୍ମର ଫାଷ୍ଟ ଲୁକ୍‌ ଜାରି କରିବା ସହ ଅକ୍ଷୟ ସହ ଫିଲ୍ମର ଟାଇଟଲ୍‌ ଥିବା ଏକ ଫଟୋକୁ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋ ସେୟାର୍‌ ସହ ରୋହିତ ଲେଖିଛନ୍ତି ଯା, ’ବୁଲେଟ୍‌ ପାଇଁ ବୁଲେଟ୍‌, ଇଏ ଏକା ନୁହେଁ, ସୂର୍ଯ୍ୟବଂଶୀ ଅକ୍ଷୟ କୁମାର, କରଣ ଜୋହର୍‌’ । ୨୦୨୦ ଇଦ୍‌ ଅବସରରେ ଏହି ଫିଲ୍ମଟି ପରଦା ଉପରକୁ ଆସିବ । ଏହି ଫିଲ୍ମର ନିର୍ମାତା କରନ୍‌ ଜୋହର୍‌ ଫିଲ୍ମର ଫାଷ୍ଟ ଲୁକ୍‌କୁ ସେୟାର କରି ଲେଖିଛନ୍ତି ବ୍ଲକବ୍ଲଷ୍ଟର ଡାଇରେକ୍ଟର + ବ୍ଲକବ୍ଲଷ୍ଟର ଆକ୍ଟର + ବ୍ଲକ୍‌ବ୍ଲଷ୍ଟର ଫ୍ରାଞ୍ଚାଇଜ୍‌ = ବ୍ଲକବ୍ଲଷ୍ଟର ଇଦ ୨୦୨୦ । ସେହିପରି ଫିଲ୍ମର ଆକ୍ଟର ଅକ୍ଷୟ କୁମାର ଏହି ଫଟୋକୁ ସେୟାର କରି  ଲେଖିଛନ୍ତି  ‘ବୁଲଟେ ପାଇଁ ବୁଲେଟ, ରୋହିତ୍‌ ସେଟ୍ଟିଙ୍କ ’ସୂର୍ଯ୍ୟବଂଶୀ’ ପାଇଁ ୨୦୨୦ ଇଦ୍‌ ପାଇଁ ପ୍ରସ୍ତୁତ ରୁହନ୍ତି, ଆକ୍ସନ, ମସଲା । ଫିଲ୍ମଟି ୨୦୨୦ ଇଦ୍‌ ଅବସରରେ ରିଲିଜ୍‌ ହେବ । ତେବେ ଫିଲ୍ମରେ ଅକ୍ଷୟଙ୍କ ବିପକ୍ଷରେ ନାୟିକା କିଏ ହେବ, ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ । ପୂର୍ବରୁ ପୂଜା ହେଗେଡ୍‌ଙ୍କ ନାମ ଆସିଥିବାବେଳେ ପରବର୍ତ୍ତୀ ସମୟରେ କ୍ୟାଟ୍ରିନାଙ୍କ ନାମ ମଧ୍ୟ ଶୁଣିବାକୁ ମିଳିଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ଏହି ଫିଲ୍ମର ନାୟିକା ଚୟନ ହୋଇନାହିଁ । ଆସନ୍ତା ୨୧  ତାରିଖରେ ଅକ୍ଷୟ କୁମାରଙ୍କ ’କେଶରୀ’ ରିଲିଜ୍‌ ହେବାକୁ ରହିଛି । ଏହା ପରେ ଅକ୍ଷୟ କରନ୍‌ ଜୋହର୍‌ଙ୍କ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ରେ ନଜର ଆସିବେ । ଏହି ଫିଲ୍ମର ଅକ୍ଷୟଙ୍କ ହିରୋଇନ୍‌ ସାଜିଛନ୍ତି କରୀନା କପୁର୍‌ ଖାନ୍‌ ।