ଜାରି ହେଲା ‘ସୂର୍ଯ୍ୟବଂଶୀ’ର ଫାଷ୍ଟ ଲୁକ୍‌

Published: Mar 5, 2019, 1:54 pm IST
sooryabanshi's firstlook release

‘ସିଂଘମ୍‌’, ’ସିମ୍ବା’ ପରେ ପରେ ରୋହିତ୍‌ ଶେଟ୍ଟି ତାଙ୍କର ଆଗାମୀ ଫିଲ୍ମ ’ସୂର୍ଯ୍ୟବଂଶୀ’ର ଫାଷ୍ଟ ଲୁକ୍‌ ଜାରି କରିଛନ୍ତି ।  ଏହି ଫିଲ୍ମର ଫାଷ୍ଟ ଲୁକ୍‌ ଜାରି କରିବା ସହ ଅକ୍ଷୟ ସହ ଫିଲ୍ମର ଟାଇଟଲ୍‌ ଥିବା ଏକ ଫଟୋକୁ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋ ସେୟାର୍‌ ସହ ରୋହିତ ଲେଖିଛନ୍ତି ଯା, ’ବୁଲେଟ୍‌ ପାଇଁ ବୁଲେଟ୍‌, ଇଏ ଏକା ନୁହେଁ, ସୂର୍ଯ୍ୟବଂଶୀ ଅକ୍ଷୟ କୁମାର, କରଣ ଜୋହର୍‌’ । ୨୦୨୦ ଇଦ୍‌ ଅବସରରେ ଏହି ଫିଲ୍ମଟି ପରଦା ଉପରକୁ ଆସିବ । ଏହି ଫିଲ୍ମର ନିର୍ମାତା କରନ୍‌ ଜୋହର୍‌ ଫିଲ୍ମର ଫାଷ୍ଟ ଲୁକ୍‌କୁ ସେୟାର କରି ଲେଖିଛନ୍ତି ବ୍ଲକବ୍ଲଷ୍ଟର ଡାଇରେକ୍ଟର + ବ୍ଲକବ୍ଲଷ୍ଟର ଆକ୍ଟର + ବ୍ଲକ୍‌ବ୍ଲଷ୍ଟର ଫ୍ରାଞ୍ଚାଇଜ୍‌ = ବ୍ଲକବ୍ଲଷ୍ଟର ଇଦ ୨୦୨୦ । ସେହିପରି ଫିଲ୍ମର ଆକ୍ଟର ଅକ୍ଷୟ କୁମାର ଏହି ଫଟୋକୁ ସେୟାର କରି  ଲେଖିଛନ୍ତି  ‘ବୁଲଟେ ପାଇଁ ବୁଲେଟ, ରୋହିତ୍‌ ସେଟ୍ଟିଙ୍କ ’ସୂର୍ଯ୍ୟବଂଶୀ’ ପାଇଁ ୨୦୨୦ ଇଦ୍‌ ପାଇଁ ପ୍ରସ୍ତୁତ ରୁହନ୍ତି, ଆକ୍ସନ, ମସଲା । ଫିଲ୍ମଟି ୨୦୨୦ ଇଦ୍‌ ଅବସରରେ ରିଲିଜ୍‌ ହେବ । ତେବେ ଫିଲ୍ମରେ ଅକ୍ଷୟଙ୍କ ବିପକ୍ଷରେ ନାୟିକା କିଏ ହେବ, ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ । ପୂର୍ବରୁ ପୂଜା ହେଗେଡ୍‌ଙ୍କ ନାମ ଆସିଥିବାବେଳେ ପରବର୍ତ୍ତୀ ସମୟରେ କ୍ୟାଟ୍ରିନାଙ୍କ ନାମ ମଧ୍ୟ ଶୁଣିବାକୁ ମିଳିଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ଏହି ଫିଲ୍ମର ନାୟିକା ଚୟନ ହୋଇନାହିଁ । ଆସନ୍ତା ୨୧  ତାରିଖରେ ଅକ୍ଷୟ କୁମାରଙ୍କ ’କେଶରୀ’ ରିଲିଜ୍‌ ହେବାକୁ ରହିଛି । ଏହା ପରେ ଅକ୍ଷୟ କରନ୍‌ ଜୋହର୍‌ଙ୍କ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ରେ ନଜର ଆସିବେ । ଏହି ଫିଲ୍ମର ଅକ୍ଷୟଙ୍କ ହିରୋଇନ୍‌ ସାଜିଛନ୍ତି କରୀନା କପୁର୍‌ ଖାନ୍‌ ।

Related posts