Categories
ଆଜିର ଖବର

‘କଞ୍ଚନା’ ରିମେକ୍‌ ଅକ୍ଷୟ- କିଆରା ଯୋଡି

ସୁପରହିଟ୍‌ ତାମିଲ୍‌ ଫିଲ୍ମ କଞ୍ଚନାର ବଲିଉଡ୍‌ ରିମେକ୍‌ରେ ନଜର ଆସିବାକୁ ଯାଉଛନ୍ତି ବଲିଉଡ୍‌ ସୁପରଷ୍‌ଟାର ଅକ୍ଷୟ କୁମାର। ଅକ୍ଷୟଙ୍କ ସହିତ କିଆରା ଆଡଭାନୀ ମଧ୍ୟ ଏହି ଚଳଚିତ୍ରରେ ନଜର ଆସିବେ। ଆସନ୍ତା ସପ୍ତାହରୁ ଫିଲ୍ମର ସୁଟିଂ ଆରମ୍ଭ ହେବ। ‘କେଶରୀ’ ରିଲିଜ୍‌ ହେବା ପରେ କରଣ ଜୋହରଙ୍କ ସହ ନିଜର ଦ୍ବିତୀୟ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ର ସୁଟିଂ ମଧ୍ୟ ଶେଷ କରିଛନ୍ତି ଅକ୍ଷୟ। ଫିଲ୍ମର ପ୍ରଥମ ପର୍ଯ୍ୟାୟ ସୁଟିଂ ଅକ୍ଟୋବର ସୁଦ୍ଧା ଶେଷ ହେବ। ଏହାପରେ ଅକ୍ଷୟ ରୋହିତ ସେଟ୍ଟୀଙ୍କ ସୂର୍ଯ୍ୟବଂଶୀରେ ନଜର ଆସିବେ। ସେପ୍ଟେମ୍ବର ଶେଷ ସୁଦ୍ଧା ଏହି ଫିଲ୍ମର ସୁଟିଂ ଶେଷ ହୋଇଯିବ ବୋଲି ଫିଲ୍ମର ନିର୍ଦ୍ଦେଶକ ରାଘବା ଲରେନ୍ସ କହିଛନ୍ତି। ଏହି ହରର କମେଡି ପାଇଁ ଅଭିନେତା ଆର. ମାଧବନ୍‌ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆମସିବେ ବୋଲି ଜଣାପଡିଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )