Categories
ଆଜିର ଖବର

ସବ କୁଶଲ ମଙ୍ଗଲରେ ନଜର ଆସିବେ ଶ୍ରୀୟା ଶରଣ

ମୁମ୍ବାଇ,23/12 : ଦୃଶ୍ୟମ ଅଭିନେତ୍ରୀ ଶ୍ରୀୟା ଶରଣ ଅପ୍‌କମିଙ୍ଗ ବଲିଉଡ୍‌ ଫିଲ୍ମ ସବ କୁଶଲ ମଙ୍ଗଲ ନଜର ଆସିବାକୁ ଯାଉଛନ୍ତି । 2017ରେ ବିବାହ ପରଠାରୁ ସିଲ୍‌ଭର ସ୍କ୍ରିନ୍‌ରୁ ଦୂରେଇ ରହିଥିବା ଶ୍ରୀୟା ଏକ ଆଇଟମ୍‌ ଗୀତ ଜରିଆରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଅକ୍ଷୟ ଖାନ୍ନା ଏବଂ ପ୍ରିୟଙ୍କ ଶର୍ମାଙ୍କ ସହିତ ଶ୍ରୀୟା ଏହି ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମର ପ୍ରଯୋଜକ ପ୍ରାଚୀ ମନମୋହନଙ୍କ ଫିଲ୍ମ ଗଲି ଗଲି ଚୋର ହୈରେ ଶ୍ରୀୟା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ପ୍ରାଚୀଙ୍କ ଅନୁରୋଧ କାରଣରୁ ଦୁଇ ବର୍ଷ ପରେ ସିଲ୍‌ଭର ସ୍କ୍ରିନ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗୌତମ ଜୈନ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଆଇଟମ୍‌ ସଙ୍ଗ ‘ନୟା ନୟା ଲଭ୍‌’ରେ ଶ୍ରୀୟା ନଜର ଆସିବାକୁ ଯାଉଛନ୍ତି । ସେହିପରି 8 ବର୍ଷ ପରେ ଅକ୍ଷୟ ଖାନ୍ନାଙ୍କ ସହିତ କାମ କରିବାର ସୁଯୋଗ ମିଳିଥିବାରୁ ଅତ୍ୟନ୍ତ ଖୁସି ବୋଲି ଶ୍ରୀୟା ପ୍ରକାଶ କରିଛନ୍ତି । (ଏଜେନ୍ସୀ)