Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଅନ୍ଧାରରେ ରହିବ ଏହି ସହର, ଜାଣନ୍ତୁ କାରଣ କ’ଣ

ନୂଆଦିଲ୍ଲୀ : ଏହି ସହରରେ ଏବେ ଦୁଇ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖାଯିବେ ନାହିଁ । ଆମେରିକାର ଏପରି ଏକ ସହର ଅଛି, ଯେଉଁଠାରେ ଲେକେ ଏବେ ଦୁଇ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖିପାରିବେ ନାହିଁ । ଆେମାରିକାର ଆଲସ୍କାର ଲୋକେ ଏବେ ଦୁଇ ମାସ ପର୍ଯ୍ୟନ୍ତ ଅନ୍ଧାରରେ ରହିବେ । ଏହି ସହରରେ ଜାନୁଆରୀ 23ତାରିଖରେ ଦ୍ବିପ୍ରହର ଗୋଟାଏ ସମୟରେ ସୂର୍ଯ୍ୟୋଦୟ ଦେଖିବେ । ଏଠାରେ 65 ଦିନ ଅନ୍ଧାରରେ ରହିବେ ଲୋକେ ।ଏନେଇ ସରକାର ମଧ୍ୟ ଘୋଷଣା କରିଛନ୍ତି ।

ଆଲାସ୍କା ଧ୍ରୁବୀୟ ଅଞ୍ଚଳ ମଧ୍ୟରେ ଆସିଥାଏ । ଏଠାରେ ଶୀତଦିନେ ଅନ୍ଧାର ରହିଥାଏ । ଆର୍କାଟିକ୍‌ ସର୍କିଲ୍‌ର ଉଚ୍ଚରେ ସ୍ଥିତ ଯୋଗୁଁ ଏହି ଅଞ୍ଚଳରେ ସୂର୍ଯ୍ୟକିରଣ ପହଞ୍ଚି ପାରିନଥାଏ । ଏହି ସ୍ଥିତକୁ ‘ପୋଲର ନାଇଟସ୍‌ କୁହାଯାଏ । ନଭେମ୍ବର 18 ତାରିଖରେ ଏଠାରେ ଅନ୍ତିମ ସୂର୍ଯ୍ୟାସ୍ତ ହୋଇଥିଲା । ଏଠାରେ ଜାନୁଆରୀ 23 ତାରିଖରେ ସୂର୍ଯ୍ୟୋଦୟ ହେବ । ଯୁକ୍ତରାଷ୍ଟ୍ରର ଆଲାସ୍କା ଅଞ୍ଚଳ ମଧ୍ୟ ଏତେ ଲମ୍ବାରାତି ପାଇଁ ପ୍ରସିଦ୍ଧ । ଅନେକ ଥର ଏଠାରେ ତାପମାତ୍ରା ମାଇନସ୍ 10 ରୁ 20 ଡିଗ୍ରୀରେ ପହଞ୍ଚିଥାଏ । ଆମେରିକା,ଋଷିଆ, ସ୍ୱିଡେନ, ଫିନଲ୍ୟାଣ୍ଡ, ଗ୍ରୀସ୍ ଏବଂ କାନାଡାର କେତେକ ସହରରେ ଆଲାସ୍କାରେ ଏଭଳି ରାତି ଦେଖାଯାଏ । ତେବେ ଆଲାସ୍କା ସହରରେ ଏହି ଦୁଇ ମାସରେ ତାପମାତ୍ରା ମାଇନ୍ସ 5 ଡିଗ୍ରୀ ତଳେ ମଧ୍ୟ ରହିଥାଏ ।କାନାଡାର ଗ୍ରୀସ୍‌ ଫିଓର୍ଡୋରେ 100 ଦିନ ପର୍ଯ୍ୟନ୍ତ ମଧ୍ୟ ଅନ୍ଧାର ହୋଇଥାଏ । (ଏଜେନ୍ସି)