Categories
ଆଜିର ଖବର

ଓଡ଼ିଶାରେ ସିପିଏମ କଂଗ୍ରେସ ସହ ମେଣ୍ଟ କରିବନି: ସୀତାରାମ ୟେଚୁରୀ

ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ ସିପିଏମ୍‌ ସହିତ କଂଗ୍ରେସ ମେଣ୍ଟ କରିବ ବୋଲି ଚର୍ଚ୍ଚା ହେଉଥିଲା।  ଏପରିକି ଆସନ ବୁଝାମଣା ନେଇ ମଧ୍ୟ ଆଲୋଚନା ହେଉଥିଲା। ହେଲେ ଏହି ଚର୍ଚ୍ଚାର ଅବସାନ ଘଟିଛି। ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ସହ ସିପିଏମ୍ ମେଣ୍ଟ କରିବନି। ବିଜେପି ଓ ବିଜେଡିକୁ ଶାସନ କ୍ଷମତାଠାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ସହ ୨ଟି ଜାଗାରେ ପାରସ୍ପରିକ ବୁଝାମଣା ହେବ ବୋଲି ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ ସ୍ପଷ୍ଟ କରିଛନ୍ତି । ବଣାଇ ବିଧାନସଭା ଆସନରେ ସିପିଏମ୍ ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ କରିବ। ସେହିପରି ସୁନ୍ଦରଗଡ଼ ଲୋକସଭା ଆସନରେ କଂଗ୍ରେସକୁ ସିପିଏମ୍‌ ସମର୍ଥନ କରିବ । ବିଜେପି, ବିଜେଡି ବିରୋଧରେ ଭୋଟ ହେଉଛି ମୁଖ୍ୟ ଲକ୍ଷ୍ୟ ବୋଲି ସୀତରାମ କହିଛନ୍ତି ।