Categories
ଆଜିର ଖବର

ହରିୟାଣାରେ ମେଣ୍ଟ ପାଇଁ କଂଗ୍ରେସକୁ ଅନୁରୋଧ କଲେ କେଜ୍‌ରୀଓ୍ବାଲ

ଆମ୍‌ ଆଦ୍‌ମୀ ପାର୍ଟି ଅଧ୍ୟକ୍ଷ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ପୁଣି ଥରେ କଂଗ୍ରେସ ସହ ମେଣ୍ଟ ପାଇଁ ଇଛା ପ୍ରକାଶ କରିଛନ୍ତି। ତେବେ କେଜରୀଓ୍ବାଲ ଦିଲ୍ଲୀ ପାଇଁ ନୁହେଁ ବରଂ ହରିୟାଣାରେ କଂଗ୍ରେସ ତାଙ୍କ ସହ ହାତ ମିଶାଇବା ପାଇଁ ଅନୁରୋଧ କରିଛନ୍ତି। ଅରବିନ୍ଦ କେଜ୍‌ରୀଓ୍ବାଲ କହିଛନ୍ତି ଯେ, ସାଧାରଣ ଜନତା ମୋଦିଜୀ-ଅମିତ୍‌ଜୀଙ୍କ ଯାେଡ଼ିକୁ ହରାଇବାକୁ ଚାହୁଁଛନ୍ତି। ଏହି ଯୋଡ଼ିଙ୍କୁ ହଟାଇବାକୁ ହେଲେ ମିଳିତ ଭାବରେ ଲଢେଇ କରିବା ଦରକାର। ହରିୟାଣାରେ ଜେଜିପି, ଆପ୍‌ ଓ କଂଗ୍ରେସ ମିଳିତ ଭାବରେ ଲଢିଲେ ହରିୟାଣାରେ ଥିବା ୧୦ଟି ସିଟ୍‌ରେ ବିଜେପିକୁ ମାତ୍‌ ଦେଇ ହେବ। ଅରବିନ୍ଦ କେଜ୍‌ରୀଓ୍ବାଲ ଏହି ବିଷୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧିଙ୍କୁ ବିଚାର କରିବା ପାଇଁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ଆପ୍‌ ଓ କଂଗ୍ରେସ ମିଳିତ ଭାବରେ ଲଢିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା, କିନ୍ତୁ କଂଗ୍ରେସ ଏହି ମେଣ୍ଟକୁ ପ୍ରତ୍ୟାଖାନ କରିଥିଲା। ଏହାପରେ ଅରବିନ୍ଦ ଉତ୍‌କ୍ଷିପ୍ତ ହୋଇ କଂଗ୍ରେସ ଉପରେ ବର୍ଷିବା ସହିତ ବିଜେପି ଓ କଂଗ୍ରେସ ମଧ୍ୟରେ ଏକ ଗୁପ୍ତ ମେଣ୍ଟ ରହିଛି ବୋଲି ଅଭିଯୋଗ କରିଥିଲେ।