Categories
ଆଜିର ଖବର ଜାତୀୟ ଖବର

ରାଜ୍ୟସଭା ସାଂସଦ ଅମରସିଂହଙ୍କ ପରଲୋକ

ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ତଥା ପୂର୍ବତନ ସମାଜବାଦୀ ପାର୍ଟି ନେତା ଅମର ସିଂହଙ୍କ ମୃତ୍ୟୁ ହୋଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ରହିଥିବାବେଳେ  64 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସିଙ୍ଗାପୁରରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିଲେ । କିଛି ଦିନ ପୂର୍ବେ ତାଙ୍କର କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଦୀର୍ଘ ଦିନ ଧରି ସେ ସିଙ୍ଗାପୁର ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ ।

1996 ରେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ମନୋନୀତ ହୋଇଥିବା ଅମର ସିଂ ଶେଷ ଥର ପାଇଁ 2016ରେ ଶେଷ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ନିଜ ରାଜନୈତିକ କ୍ୟାରିୟରରେ ଅମର 4 ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । (ଏଜେନ୍ସି)