Categories
ଆଜିର ଖବର

ମଞ୍ଜରୀ ଫଡନିସ୍‌ଙ୍କ ସହିତ ଅମିତ୍‌ ସାଧ୍‌ଙ୍କ ନୂଆ ଓ୍ବେବ୍‌ ଫିଲ୍ମ

ବର୍ତ୍ତମାନ ସମସ୍ତ ଷ୍ଟାର ଡିଜିଟାଲ ପ୍ଲାଟଫର୍ମ ଆଡକୁ ମୁହାଁଇ ଥିବା ବେଳେ ନିଜର ଦ୍ବିତୀୟ ଓ୍ବେବ୍‌ ଫିଲ୍ମ କରିବା ପାଇଁ ଯାଉଛନ୍ତି ଅମିତ୍‌ ସାଧ୍‌। ଭାରତୀୟ ଡିଜିଟାଲ ପ୍ଲାଟଫର୍ମରେ ନିଜର ଦ୍ବିତୀୟ ଓ୍ବେବ୍‌ ଫିଲ୍ମ ନିମନ୍ତେ ମଞ୍ଜରୀ ଫଡନିସ୍‌ଙ୍କ ସହିତ କାମ ଆରମ୍ଭ କରିବାକୁ ଯାଉଛନ୍ତି ସାଧ୍‌। ପ୍ରଥମେ ଆମାଜନ୍‌ ପ୍ରାଇମ୍‌ର ବ୍ରିଦ୍‌ରେ ଅଭିନୟ କରିଥିବା ବେଳେ ଏହି ଓ୍ବେବ୍‌ ଫିଲ୍ମଟି ଜୀ 5ର ରହିଛି। ଆସନ୍ତା ମାସରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଥିବା ବେଳେ ୨୦୨୦ରେ ଏହା ପ୍ରସାରିତ ହେବ। ଅମିତ୍‌ ସାଧ୍‌ ଅକ୍ଷୟ କୁମାର ଅଭିନୀତ ଗୋଲ୍ଡରେ ନଜର ଆସିଥିବା ବେଳେ ୨୦୧୮ ଫିଲ୍ମ ବା ବା ବ୍ଲାକ୍‌ ସିପ୍‌ରେ ନଜର ଆସିଥିଲେ ମଞ୍ଜରୀ।

Categories
ଆଜିର ଖବର

ଏସିଆନ୍‌ ବକ୍ସିଂ ଚାମ୍ପିୟନ୍‌ସିପ୍‌ : ଅମିତ ଫଙ୍ଗଲଙ୍କୁ ସ୍ବର୍ଣ୍ଣ

ଏସିଆନ୍‌ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ଭାରତୀୟ ବକ୍ସର ମାନେ ଶୁକ୍ରବାର ତିନୋଟି ପଦକ ହାସଲ କରିଛନ୍ତି। ୫୨ କିଗ୍ରା ବର୍ଗରେ ଅମିତ୍‌ ଫଙ୍ଗଲଗ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୪୯ କିଗ୍ରା ବର୍ଗରେ ଦୀପକ ସିଂ ଏବଂ ୫୬ କିଗ୍ରା ବର୍ଗରେ କବିନ୍ଦର ସିଂ ବିଷ୍ଟ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। କୋରିଆର କିମ୍‌ ଇଙ୍କ୍ୟୁଙ୍କୁ ପରାସ୍ତ କରିଥିବା ଫଙ୍ଗଲ ଚଳିତ ବର୍ଷର ଦ୍ବିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିବା ସହିତ ଫଙ୍ଗଲ ଚମତ୍କାର ରକ୍ଷଣ ସହିତ ମ୍ୟାଚ୍‌କୁ ଅନାୟାସରେ ଜିତି ନେଇଥିଲେ। ଦୀପକଙ୍କ ମୁକାବିଲା ଉଜ୍‌ବେକିସ୍ତାନର ନୋଡିର୍ଜୋନ୍‌ ମିର୍ଜାମେଡୋଭ୍‌ଙ୍କ ବିପକ୍ଷରେ ରହିଥିଲା। ଦୀପକ କଡା ମୁକାବିଲା କରିଥିଲେ ମଧ୍ୟ ରେଫରୀଙ୍କ ଠାରୁ ଏକ ୟେଲୋ କାର୍ଡ ପାଇ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ। ଅନ୍ୟପକ୍ଷରେ ସେମି ଫାଇନାଲ୍‌ ମ୍ୟାଚ୍‌ରେ ଆଘାତପ୍ରାପ୍ତ ଥିବା କବିନ୍ଦର ଚମତ୍କାର ପ୍ରଦର୍ଶନ କରିଥିଲେ। ମାତ୍ର ଆଘାତକୁ ପ୍ରତିପକ୍ଷ ବକ୍ସର ଆକ୍ରମଣ କରିବାରୁ କବିନ୍ଦର ରକ୍ଷଣାତ୍ମକ ଖେଳିବାକୁ ବାଧ୍ୟ ହେବା ସହିତ ମ୍ୟାଚ୍‌ ହରାଇଥିଲେ। କବିନ୍ଦର ଉଜ୍‌ବେକିସ୍ତାନ ବକ୍ସର ମିରାଜଜୀବେକ୍‌ ମିରାଜହେମଡୋଭ୍‌ଙ୍କ ବିପକ୍ଷରେ ଫାଇନାଲ୍‌ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ।