Categories
ଆଜିର ଖବର ଜାତୀୟ ଖବର

ହେଗେଡଙ୍କ ବୟାନକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ, ଅନନ୍ତଙ୍କୁ କ୍ଷମା ମାଗିବା ପାଇଁ ଦଳ ପକାଇଲା ଚାପ

ମହାତ୍ମା ଗାନ୍ଧି ଓ ସ୍ବାଧୀନତା ଆନ୍ଦୋଳନକୁ ନେଇ ବିଜେପି ସାଂସଦ ଅନନ୍ତ ହେଗେଡଙ୍କ ବୟାନକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ବିବାଦୀୟ ବୟାନକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିଜେପିକୁ ଘେରିଛନ୍ତି ।  କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା କହିଛନ୍ତି ଯେ, ମହାତ୍ମା ଗାନ୍ଧି ଓ ସ୍ବାଧୀନତା ଆନ୍ଦୋଳନକୁ ଅପମାନ କରିବା ଅଭିଯୋଗରେ ହେଗେଡଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌ । ଯଦି ପ୍ରଧାନମନ୍ତ୍ରୀ ତଥା ସରକାର ଏହା ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ସରକାରଙ୍କ ଉଦ୍ଦେଶ୍ୟରେ କ’ଣ ରହିଛି ଜଣାପଡିଯିବ । ଏହା ସହିତ ଆନନ୍ଦ ଶର୍ମା କହିଛନ୍ତି ଯେ, ହେଗେଡଙ୍କ ବୟାନ ଉପରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟୀକରଣ ଦେବା ଉଚିତ୍‌ । ସେହିପରି କଂଗ୍ରେସର ପ୍ରବକ୍ତା ରଣଦୀପ୍‌ ସୁର୍ଜେଓ୍ବାଲା ଏହାକୁ ନିନ୍ଦନୀୟ ବୋଲି କହିବା ସହିତ କହିଛନ୍ତି ଯେ, ଯଦି ହେଗେଡଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ, ତେବେ ଏହା ସ୍ପଷ୍ଟ ହେବ ଯେ, ଏହା ହେଗେଡଙ୍କ ସ୍ବରରେ ମୋଦିଙ୍କ ବିଚାର ।

ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା  ବିଜେପି ଏମ୍‌ପି ଅନନ୍ତ ହେଗଡ଼େଙ୍କୁ କ୍ଷମା ମାଗିବା ପାଇଁ ଦଳ ପକ୍ଷରୁ ଚାପ ପକାଯାଇଛି। ଅନନ୍ତ ମହାତ୍ମାଙ୍କ ନେତୃତ୍ୱରେ ହୋଇଥିବା ସ୍ବତନ୍ତ୍ରତା ଆନ୍ଦୋଳନକୁ ଡ୍ରାମା ବୋଲି କହିଥିଲେ।