Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ 4ଟି ମୃଦୁ ଭୂମିକମ୍ପ

ନୂଆଦିଲ୍ଲୀ,31/12 : ଜମ୍ମୁ କାଶ୍ମୀରରେ 4ଟି ମୃଦୁ ଭୂମିକମ୍ପ ସଙ୍ଗଠିତ ହୋଇଛି । ସୋମବାର ରାତି 10.29 ମିନିଟ୍‌ରୁ 12.40 ମଧ୍ୟରେ ଏହି ଭୂମିକମ୍ପ ଅନୁଷ୍ଠିତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.7ରୁ 5.5 ରହିଥିବା ଜଣାପଡିଛି । ସେହିପରି ଆଣ୍ଡାମାନ ନିକୋବରରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଛି । 10.29 ମିନିଟ୍‌ରେ ପ୍ରଥମ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା 4.7 ତୀବ୍ରତା ରହିଥିଲା । ପରବର୍ତ୍ତୀ ଭୂକମ୍ପ ଗୁଡିକ 10.37, 10.58,11.20 ଏବଂ 12.20ରେ ଅନୁଷ୍ଠିତ ହୋଇଥିଲା । ଜମ୍ମୁ କାଶ୍ମୀରର ହୁଞ୍ଜା, ଘଜର, ଗିଲ୍‌ଗିଟ୍‌ ଏବଂ ସ୍କାର୍ଡୁରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିବା ବେଳେ କୌଣସି ଜୀବନହାନି ଘଟିନାହିଁ । (ଏଜେନ୍ସୀ)

Categories
ଆଜିର ଖବର

ଦୁଇ ଘଣ୍ଟା ମଧ୍ୟରେ ୯ ଥର ଥରିଲା ଆଣ୍ଡାମାନ

ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ସୋମବାର ସକାଳେ ଦୁଇ ଘଣ୍ଟା ମଧ୍ୟରେ ମଧ୍ୟମ ତୀବ୍ରତାର ପ୍ରାୟ ୯ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି। ଭୂକମ୍ପର ପ୍ରଥମ ଝଟକା ସକାଳ ୫ଟା ୧୪ ମିନିଟରେ ଅନୁଭୂତ ହୋଇଥିଲା। ପ୍ରଥମ ଝଟକାର ତୀବ୍ରତା ଥିଲା ୪.୯। ଏହାର କିଛି ମିନିଟ୍ ମଧ୍ୟରେ ୫ ତୀବ୍ରତା ଥିବା ଅନ୍ୟ ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର ଶେଷ ଝଟକା ସକାଳ ୬ ଟା ୫୪ ମିନିଟରେ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ଥିଲା ୫.୨। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭୂମିକମ୍ପ ପ୍ରବଣ ଅଞ୍ଚଳ ଅଟେ। ସେଠରେ ଦୈନିକ ଦୁଇ ତିନୋଟି ଭୂକମ୍ପନ ଅନୁଭୂତ ହେବା କିଛି ଅସ୍ୱାଭାବିକ ନୁହେଁ ବୋଲି ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।