ଦୁଇ ଘଣ୍ଟା ମଧ୍ୟରେ ୯ ଥର ଥରିଲା ଆଣ୍ଡାମାନ

Published: Apr 1, 2019, 1:28 pm IST
earthquakes in andaman nicobar

ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ସୋମବାର ସକାଳେ ଦୁଇ ଘଣ୍ଟା ମଧ୍ୟରେ ମଧ୍ୟମ ତୀବ୍ରତାର ପ୍ରାୟ ୯ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି। ଭୂକମ୍ପର ପ୍ରଥମ ଝଟକା ସକାଳ ୫ଟା ୧୪ ମିନିଟରେ ଅନୁଭୂତ ହୋଇଥିଲା। ପ୍ରଥମ ଝଟକାର ତୀବ୍ରତା ଥିଲା ୪.୯। ଏହାର କିଛି ମିନିଟ୍ ମଧ୍ୟରେ ୫ ତୀବ୍ରତା ଥିବା ଅନ୍ୟ ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର ଶେଷ ଝଟକା ସକାଳ ୬ ଟା ୫୪ ମିନିଟରେ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ଥିଲା ୫.୨। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭୂମିକମ୍ପ ପ୍ରବଣ ଅଞ୍ଚଳ ଅଟେ। ସେଠରେ ଦୈନିକ ଦୁଇ ତିନୋଟି ଭୂକମ୍ପନ ଅନୁଭୂତ ହେବା କିଛି ଅସ୍ୱାଭାବିକ ନୁହେଁ ବୋଲି ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Related posts