Categories
ଆଜିର ଖବର ଜାତୀୟ ଖବର ସିନେମା

ପରଲୋକରେ ବଲିଉଡ୍‌ର ଭର୍ସାଟାଇଲ୍‌ ଆକ୍ଟର ଇର୍ଫାନ୍‌ ଖାନ୍‌

ମୁମ୍ବାଇ : ବଲିଉଡ୍‌ର ଅନ୍ୟତମ ପ୍ରତିଭାବାନ କଳାକାର ଇର୍ଫାନ୍‌ ଖାନ୍‌ଙ୍କ ପରଲୋକ ଘଟିଛି । ବ୍ରେନ୍‌ କ୍ୟାନ୍‌ସରରେ ପୀଡିତ ଇର୍ଫାନ୍‌ ବିଗତ ଦୁଇ ଦିନ ହେବ କୋଲୋନ୍‌ ସଂକ୍ରମଣ କାରଣରୁ କୋକିଳା ବେନ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଜାତୀୟ ଚଳଚିତ୍ର ପୁରସ୍କାର ହାସଲ କରିଥିବା ଇର୍ଫାନଙ୍କୁ ମୃତ୍ୟୁ ବେଳକୁ ତାଙ୍କୁ 54 ବର୍ଷ ହୋଇଥିଲା । ଇର୍ଫାନ୍‌ଙ୍କ ମୃତ୍ୟୁରେ ବଲିଉଡ୍‌ରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଅନେକ ବଲିଉଡ୍‌ ତାରକା ଶୋକ ବ୍ୟକ୍ତ କରିଛନ୍ତି ।

ତିଗ୍‌ମାଂଶୁ ଧୂଲିଆଙ୍କ ହାସିଲ୍‌ ଫିଲ୍ମରୁ 2004 ମସିହାରେ ଇର୍ଫାନ୍‌ ନିଜର ବଲିଉଡ୍‌ ଯାତ୍ରା ଆରମ୍ଭ କରିଥିଲେ । ପାଖାପାଖି 25ରୁ ଅଧିକ ଚଳଚିତ୍ରରେ ଅଭିନୟ କରିଥିବା ଇର୍ଫାନ୍‌ 2013 ମସିହାରେ ପାନ୍‌ ସିଂ ତୋମାର୍‌ ପାଇଁ ଜାତୀୟ ପୁରସ୍କାର ହାସଲ କରିଥିଲେ । ଇର୍ଫାନ ଶେଷଥର ପାଇଁ ହୋମି ଅଦଜାନିଆଙ୍କ ଅଙ୍ଗ୍ରେଜୀ ମିଡିୟମ୍‌ରେ ନଜର ଆସିଥିଲେ । ଗୋଟିଏ ଜାତୀୟ ପୁରସ୍କାର ଏବଂ 4ଟି ଆଇଫା ଆଓ୍ବାର୍ଡ ହାସଲ କରିଥିବା ଇର୍ଫାନ୍‌ ଏକାଧିକ ହଲିଉଡ୍‌ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ ସିନେମା

ପୁନର୍ବାର ରିଲିଜ୍‌ ହେବ ଏହି ଦୁଇ ବଲିଉଡ ଫିଲ୍ମ

ମୁମ୍ବାଇ : କୋରୋନା ଭାଇରସ୍‌ କାରଣରୁ ବଲିଉଡ୍‌ ଇଣ୍ଡଷ୍ଟ୍ରି ଗଭୀର ଭାବରେ ପ୍ରଭାବିତ ହୋଇଥିବା ବେଳେ ଦୁଇଟି ଫିଲ୍ମ ପୁନର୍ବାର ରିଲିଜ୍‌ ହେବାକୁ ଯାଉଛି । ନିକଟରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ବାଗୀ-3 ଏବଂ ଅଙ୍ଗ୍ରେଜୀ ମିଡିୟମ୍‌ ପୁନର୍ବାର ରିଲିଜ୍‌ ହେବ । ମାର୍ଚ୍ଚ 6ରେ ବାଗୀ -3 ରିଲିଜ୍‌ ହୋଇଥିବା ବେଳେ ମାର୍ଚ୍ଚ 13ରେ ଅଙ୍ଗ୍ରେଜୀ ମିଡିୟମ୍‌ ରିଲିଜ୍‌ ହୋଇଥିଲା । ମାତ୍ର ଦେଶରେ କୋରୋନା ଭାଇରସ୍‌ର ପ୍ରଭାବ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ବିଭିନ୍ନ ରାଜ୍ୟରେ ଥିଏଟର ବନ୍ଦ କରିବାର ନିର୍ଦ୍ଦେଶ ଦିଆଯାଇଥିଲା । ଏହାର ସିଧାସଳଖ ପ୍ରଭାବ ଏହି ଫିଲ୍ମ ଉପରେ ପଡିଥିବା ବେଳେ ଫିଲ୍ମର ପ୍ରଯୋଜକ ଫିଲ୍ମ ଦୁଇଟିକୁ ପୁନର୍ବାର ରିଲିଜ୍‌ କରାଇବାର ନିଷ୍ପତ୍ତି ନେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ ସିନେମା

ସ୍କ୍ରିନ୍‌କୁ ଫେରିଲେ ଇର୍ଫାନ୍‌ : ଅଙ୍ଗ୍ରେଜୀ ମିଡିୟମ୍‌ର ଫାଷ୍ଟ ପୋଷ୍ଟର ରିଲିଜ୍‌

ମୁମ୍ବାଇ : ଦୀର୍ଘ ଦେଢ ବର୍ଷ ପରେ ସିଲ୍‌ଭର ସ୍କ୍ରିନ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ଇର୍ଫାନ୍‌ ଖାନ୍‌ । ଅଙ୍ଗ୍ରେଜୀ ମିଡିୟମ୍‌ ଜରିଆରେ ଇର୍ଫାନ୍‌ ବଲିଉଡ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । 2018ରେ ନ୍ୟୁରୋଏଣ୍ଡୋକ୍ରାଇନ୍‌ ଟ୍ୟୁମର୍‌ ପାଇଁ ଦେଢ ବର୍ଷ ଧରି ସ୍କ୍ରିନ୍‌ରୁ ଦୂରେଇ ରହିଥିବା ଇର୍ଫାନ୍‌ ହିନ୍ଦି ମିଡିୟମ୍‌ରେ କରୀନା କପୁର୍‌ ଖାନ୍‌ଙ୍କ ସହିତ ଫେରୁଛନ୍ତି । ଏହି ଫିଲ୍ମରେ ରାଧିକା ମଦନ ଏବଂ ଦୀପକ ଡୋବ୍ରିୟାଲ୍‌ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ଆକର୍ଶ ଖୁରାନାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ମାର୍ଚ୍ଚ 20, 2020ରେ ଏହି ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି । (ଏଜେନ୍ସି)