ପରଲୋକରେ ବଲିଉଡ୍‌ର ଭର୍ସାଟାଇଲ୍‌ ଆକ୍ଟର ଇର୍ଫାନ୍‌ ଖାନ୍‌

Published: Apr 29, 2020, 12:40 pm IST

ମୁମ୍ବାଇ : ବଲିଉଡ୍‌ର ଅନ୍ୟତମ ପ୍ରତିଭାବାନ କଳାକାର ଇର୍ଫାନ୍‌ ଖାନ୍‌ଙ୍କ ପରଲୋକ ଘଟିଛି । ବ୍ରେନ୍‌ କ୍ୟାନ୍‌ସରରେ ପୀଡିତ ଇର୍ଫାନ୍‌ ବିଗତ ଦୁଇ ଦିନ ହେବ କୋଲୋନ୍‌ ସଂକ୍ରମଣ କାରଣରୁ କୋକିଳା ବେନ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଜାତୀୟ ଚଳଚିତ୍ର ପୁରସ୍କାର ହାସଲ କରିଥିବା ଇର୍ଫାନଙ୍କୁ ମୃତ୍ୟୁ ବେଳକୁ ତାଙ୍କୁ 54 ବର୍ଷ ହୋଇଥିଲା । ଇର୍ଫାନ୍‌ଙ୍କ ମୃତ୍ୟୁରେ ବଲିଉଡ୍‌ରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଅନେକ ବଲିଉଡ୍‌ ତାରକା ଶୋକ ବ୍ୟକ୍ତ କରିଛନ୍ତି ।

ତିଗ୍‌ମାଂଶୁ ଧୂଲିଆଙ୍କ ହାସିଲ୍‌ ଫିଲ୍ମରୁ 2004 ମସିହାରେ ଇର୍ଫାନ୍‌ ନିଜର ବଲିଉଡ୍‌ ଯାତ୍ରା ଆରମ୍ଭ କରିଥିଲେ । ପାଖାପାଖି 25ରୁ ଅଧିକ ଚଳଚିତ୍ରରେ ଅଭିନୟ କରିଥିବା ଇର୍ଫାନ୍‌ 2013 ମସିହାରେ ପାନ୍‌ ସିଂ ତୋମାର୍‌ ପାଇଁ ଜାତୀୟ ପୁରସ୍କାର ହାସଲ କରିଥିଲେ । ଇର୍ଫାନ ଶେଷଥର ପାଇଁ ହୋମି ଅଦଜାନିଆଙ୍କ ଅଙ୍ଗ୍ରେଜୀ ମିଡିୟମ୍‌ରେ ନଜର ଆସିଥିଲେ । ଗୋଟିଏ ଜାତୀୟ ପୁରସ୍କାର ଏବଂ 4ଟି ଆଇଫା ଆଓ୍ବାର୍ଡ ହାସଲ କରିଥିବା ଇର୍ଫାନ୍‌ ଏକାଧିକ ହଲିଉଡ୍‌ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । (ଏଜେନ୍ସି)

Related posts