ଭୁବନେଶ୍ୱର: ଗଂଜାମ ଜିଲ୍ଲାରେ ଏକ ତୃତୀୟାଂଶ ଲୋକଙ୍କ ଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ନିକଟରେ ବ୍ରହ୍ମପୁରରେ ଶେଷ ହୋଇଥିବା ସିରୋ (ସେରୋଲୋଜିକାଲ) ସର୍ଭେରୁ ଏହା ଜଣାପଡ଼ିଛି। ଆରଏମ୍ଆରସି ନିର୍ଦ୍ଦେଶିକା ଡା.ସଂଘମିତ୍ରା ପତି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ବ୍ରହ୍ମପୁରରେ ସିରୋ ସର୍ଭେ ପାଇଁ 5ଟି ଟିମ ନିୟୋଜିତ ଥିଲେ। ଲୋକଙ୍କର ଠାରୁ ରାଣ୍ଡମ ସାମ୍ପଲ୍ ସଂଗ୍ରହ କରାଯାଇଥିଲା। ମୋଟ 2830 ଆଣ୍ଟିବଡ଼ି ଟେଷ୍ଟିଂ କରାଯାଇଥିଲା । 31 ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବାର ସୂଚନା ରହିଛି । ସହରାଞ୍ଚଳ ବସ୍ତିରେ 40 % ଆଣ୍ଟିବଡି ସୃଷ୍ଟି ହୋଇଛି । କିଛି ଓ୍ଵାର୍ଡରେ 70 ଓ କିଛି ଓ୍ଵାର୍ଡରେ 60 ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। 4ଟି ଓ୍ଵାର୍ଡରେ 50ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି ବୋଲି ସୂଚନା ରହିଛି । ତେବେ ହିସାବ କଲେ ପ୍ରାୟ ଦେଢ ଲକ୍ଷ ଲୋକଙ୍କଠାରେ ଆଣ୍ଟିବଡି ବିକଶିତ ହୋଇଥିବାର ଜଣାପଡିଛି ବୋଲି କହିଛନ୍ତି ଡ. ପତି ।