Categories
ଆଜିର ଖବର

ମନ୍‌ପ୍ରୀତ୍‌ଙ୍କୁ ୪ ବର୍ଷ ବାସନ୍ଦାଦେଶ

ଭୁବନେଶ୍ବରରେ ଅନୁଷ୍ଠିତ ଏସିଆନ୍‌ ଚାମ୍ପିୟନ୍‌ସିପ୍‌ରେ ନିଷିଦ୍ଧ ଡ୍ରଗ୍ସ ସେବନ ପାଇଁ ବାସନ୍ଦ ହୋଇଥିବା ସଟ୍‌ପୁଟର୍‌ ମନ୍‌ପ୍ରୀତ୍‌ କୌରଙ୍କୁ ଜାତୀୟ ଆଣ୍ଟି ଡୋପିଂ ସଂସ୍ଥା(ନାଡା) ପକ୍ଷରୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି। ୨୦୧୭ ମସିହାରେ ୮୪ ଦିନ ମଧ୍ୟରେ ୪ଥର ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ନାଡା ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମନ୍‌ପ୍ରୀତଙ୍କ ନମୁନାରୁ ନିଷିଦ୍ଧ ଘୋଷଣା କରାଯାଇଥିବା ଆନାବଲିକ୍‌ ଷ୍ଟେରଏଡ୍‌ ମିଳିଥିଲା। ଏହି ବାସନ୍ଦାଦେଶ ପରେ ବିଗତ ବର୍ଷ ମଧ୍ୟରେ ବିଜୟୀ ହୋଇଥିବା ସମସ୍ତ ପଦକ ପ୍ରତ୍ୟାହାର କରାଯିବା ସହିତ ତାଙ୍କ ନାମରେ ରହିଥିବା ଜାତୀୟ ରେକର୍ଡ (୧୮.୮୬ ମି.) କୁ ମଧ୍ୟ ପ୍ରତ୍ୟାହାର କରିବା ନେଇ ନିଷ୍ପତ୍ତି ନିଆଯାଇଛି। ଏହାସହିତ ଭୁବନେଶ୍ବରରେ ଏସିଆନ୍‌ ଚାମ୍ପିୟନ୍‌ସିପ୍‌ର ସ୍ବର୍ଣ୍ଣ ପଦକ ହରାଇବେ ମନ୍‌ପ୍ରୀତ୍‌।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )