Categories
ଆଜିର ଖବର ରାଜ୍ୟ ଖବର

ଆଜି 4 ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 83କୁ ବୃଦ୍ଧି

ଭୁବନେଶ୍ବର : ଆଜି ପୁଣି 4 ଜଣଙ୍କ ମୁଣ୍ଡ ନେଇଛି କରୋନା ।  ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 2 ଜଣ ଥିବାବେଳେ ଗଜପତି ଓ ଅନୁଗୁଳରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି ।

ଆଜି ଗଞ୍ଜାମରୁ ଦୁଇ ଜଣ ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମରେ ମୃତକଙ୍କ ସଂଖ୍ୟା 50କୁ ବୃଦ୍ଧି ହୋଇଥିବାବେଳେ ରାଜ୍ୟରେ ମୃତକଙ୍କ ସଂଖ୍ୟା 83କୁ ବୃଦ୍ଧି ହୋଇଛି ।

ଗଞ୍ଜାମରେ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ ଜଣେ 57 ବର୍ଷୀୟ ପୁରୁଷ ଥିବାବେଳେ ସେ ଡାଇବେଟିସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଆକ୍ରାନ୍ତ ଜଣକ 60 ବର୍ଷୀୟ ପୁରୁଷ ହୋଇଥିବାବେଳେ ସେ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ ।

ଅନୁଗୁଳ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣକ ବୟସ 66 ବର୍ଷ ବୋଲି ଜଣାପଡିଥିବାବେଳେ ସେ ନ୍ୟୁରୋଏଣ୍ଡ୍ରୋକ୍ରାଇନ୍‌ ଟ୍ୟୁମୋରରେ ପୀଡ଼ିତ ଥିଲେ ।  ସେହିପରି ଗଜପତି ଜିଲ୍ଲାରୁ କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଜଣଙ୍କ ବୟସ 56 ବର୍ଷ । ସେ ଡାଇବେଟିସ୍‌ ସହିତ ହୃଦ୍‌ ରୋଗରେ ପୀଡ଼ିତଥିଲେ ।

ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବା ସଂଖ୍ୟା 26କୁ ବୃଦ୍ଧି ହୋଇଛି ।

ସେହିପରି ଆଜି ଆଉ ଦୁଇଜଣ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହି ଦୁଇ ମୃତକଙ୍କ ମଧ୍ୟରେ ଜଣେ ଯାଜପୁରର 62 ବର୍ଷୀୟା ମହିଳା ରହିଛନ୍ତି । ଅନ୍ୟ ଜଣେ ଭଦ୍ରକର 55 ବର୍ଷୀୟ ପୁରୁଷ ରହିଛନ୍ତି ।

 

Categories
ଆଜିର ଖବର ରାଜ୍ୟ ଖବର

ଦୁଇ ଜିଲ୍ଲାବାସୀଙ୍କୁ ଅନୁଗୁଳ ମନା, ଜାଣନ୍ତୁ କେଉଁ କେଉଁ ଜିଲ୍ଲାବାସୀଙ୍କୁ ଅନୁଗୁଳ ଯିବାକୁ ବାରଣ କଲା ଜିଲ୍ଲା ପ୍ରଶାସନ

ଅନୁଗୁଳ : ଗଞ୍ଜାମ ଓ ଯାଜପୁର ଜିଲ୍ଲାବାସୀଙ୍କୁ ଅନୁଗୁଳ ଆସିବାକୁ ମନା କରାଯାଇଛି।  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି । ଅନୁଗୁଳକୁ ପ୍ରବେଶ ଉପରେ ଦୁଇ ଜିଲ୍ଲାବାସୀଙ୍କୁ ବାରଣ କରାଯାଇଛି । ସେହିପରି ଜରୁରୀ କାମରେ ଅନୁଗୁଳ ଆସିଲେ କ୍ବାରେଣ୍ଟିନ୍‌ ବାଧ୍ୟତାମୂଳକ କରାଯାଇଛି । 14 ଦିନ ପାଇଁ ସରକାରୀ କ୍ବାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Categories
ଆଞ୍ଚଳିକ ରାଜ୍ୟ ଖବର

କଣିହାଁରେ ମହିଳାଙ୍କୁ ଦଳିଲା ଦନ୍ତାହାତୀ

ସମୀକ୍ଷା ବ୍ୟୁରୋ,
ଅନୁଗୁଳ, 29/12: କଣିହାଁ ବନାଞ୍ଚଳର ବଜ୍ରକୋଟ ଗାଁରେ ଜଣେ ମହିଳାଙ୍କୁ ଦନ୍ତା ଦଳି ଦେଇଛି। ମୃତକ ହେଉଛନ୍ତି ବଜ୍ରକୋଟ ଗାଁର ନୟନୀ ସାହୁ। ଆଜି ସକାଳେ ନୟନୀ ଓ ତାଙ୍କ ଝିଅ ଭୁବନେଶ୍ୱର ଯିବା ପାଇଁ ବସ୍ ଧରିବାକୁ ଆସୁଥିବା ସମୟରେ ଏହି ଘଟଣା ଘଟିଥିଲା। ହାତୀ ନୟନୀଙ୍କୁ ଦଳି ଦେଇଥିବା ବେଳେ ଝିଅ ସେଠାରୁ ଦୌଡ଼ି ପଳାଇ ଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣା ପରେ ଗାଁରେ ଭୟର ବାତାବରଣ ଖେଳି ଯାଇଛି।