Categories
ଆଜିର ଖବର ଜାତୀୟ ଖବର

ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ନିର୍ଦ୍ଦେଶ

ଅମ୍ରାବତୀ (ଆନ୍ଧ୍ରପ୍ରଦେଶ) , ଦୁଇ ମାସ ତଳେ ହାଇକୋର୍ଚଙ୍କ ଆଦେଶ ଅନୁଯାୟୀ ଏନ.ରମେଶ କୁମାରଙ୍କୁ ରାଜ୍ୟର ମୁଖ୍ୟ ନିର୍ବାଚନ କମିସନର (ଏସଇସି) ଭାବେ ପୁନଃ ଅବସ୍ଥାପିତ କରିବାକୁ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତାଙ୍କୁ ଏସଇସି ଭାବେ ପୁନଃ ଅବସ୍ଥାପିତ କରିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିବା କଥା ରମେଶ କୁମାରଙ୍କ ନିକଟକୁ ଏକ ପତ୍ର ଲେଖି ରାଜ୍ୟପାଳଙ୍କ ସଚିବ ଜଣାଇ ଦେଇଛନ୍ତି।