Categories
ଆଜିର ଖବର ବ୍ୟବସାୟ

ଅଟୋ ଏକ୍ସପୋ 2020ରେ ଏପ୍ରିଲିଆ ଏସ୍‌ଏକ୍ସଆର୍‌ 160

ନୂଆଦିଲ୍ଲୀ : ଅଟୋ ଏକ୍ସପୋ 2020ରେ ଏପ୍ରିଲିଆ ଏସ୍‌ଏକ୍ସଆର୍‌ 160 ପ୍ରଦର୍ଶିତ ହୋଇଛି । ଏହି ଇଟାଲିଆନ୍‌ କମ୍ପାନୀ ପକ୍ଷରୁ ଚଳିତ ଏକ୍ସପୋରେ ଏହି ବାଇକ୍‌ ପ୍ରଦର୍ଶିତ କରାଯାଇଛି । ପ୍ୟାଜିଓ ଏବଂ ସୁଜୁକି ପରେ ତୃତୀୟ ଦୁଇ ଚକିଆ କମ୍ପାନୀ ଭାବରେ ଏହି ଏକ୍ସ ପୋରେ ଭାଗ ନେଉଛି ଏପ୍ରିଲିଆ । ପ୍ରିମିୟମ୍‌ ବର୍ଗର ଏହି ସ୍କୁଟରଟି 160 ସିସିର ରହିବ । ପ୍ରଥମ ସ୍କୁଟର ଭାବରେ ଏପ୍ରିଲିଆ ଏହି ବୈଶିଷ୍ଟ୍ୟ ଲଞ୍ଚ କରିବାକୁ ଯାଉଛି । ଏହି ସ୍କୁଟରଟି ଲାଲ,କଳା, ଧଳା ଏବଂ ସବୁଜ ରଙ୍ଗରେ ଉପଲବ୍ଧ ହେବ ।