Categories
ଆଜିର ଖବର

ଦୁଇ ଦୁଇଥର କଂଗ୍ରେସ ସାଂସଦ ରହିଥିବା ଅରବିନ୍ଦ ଶର୍ମା ବିଜେପିରେ ହେଲେ ସାମିଲ୍

ଲୋକସଭା ନିର୍ବାଚନ ୨୦୧୯ ପୂର୍ବରୁ ଦଳ ବଦଳ ରାଜନୀତି ଜାରି ରହିଛି। କଂଗ୍ରେସର ପୂର୍ବ ସାଂସଦ ଅରବିନ୍ଦ ଶର୍ମା ଏବେ ପଦ୍ମଫୁଲ ଧରିଛନ୍ତି। ଦିଲ୍ଲୀର ହରିୟାଣା ଭବନରେ ମନୋହର ଲାଲ୍‌ ଖଟ୍ଟର, ହରିୟାଣା ଲୋକସଭା ନିର୍ବାଚନ ପ୍ରଭାରୀ କଲରାଜ ମିଶ୍ର, କେନ୍ଦ୍ରୀୟ ମନ୍ତ୍ରୀ କୃଷ୍ଣପାଲ ଗୁର୍ଜର, ଚୌଧୁରୀ ବିରେନ୍ଦ୍ର ସିଂହ ଓ ହରିୟାଣାର କ୍ୟାବିନେଟ୍‌ ମନ୍ତ୍ରୀ ରାମବିଲାସ ଶର୍ମାଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବରେ ସେ ବିଜେପିରେ ମିଶିଛନ୍ତି। ଅରବିନ୍ଦ ଶର୍ମା ଦୁଇଥର କଂଗ୍ରେସ ସାଂସଦ ହୋଇସାରିଛନ୍ତି। ୧୯୯୬ ମସିହାରେ ୧୧ ତମ ଲୋକସଭା ନିର୍ବାଚନରେ ସୋନିପତ୍ ସିଟ୍ ରୁ ସେ ନିର୍ଦ୍ଦଳୀୟ ପ୍ରାର୍ଥୀ ରୁପେ ନିର୍ବାଚନ ଲଢି ଅରବିନ୍ଦ ଶର୍ମା ଜିତିଥିଲେ। ଏହାପରେ ସେ ଶିବସେନାର ପ୍ରଦେଶ ଅଧ୍ୟକ୍ଷ ରହିବା ସହ ରୋହତକ ଲୋକସଭା ନିର୍ବାଚନ ଲଢି ହାରିଥିଲେ। ଏହାପରେ ସେ କଂଗ୍ରେସରେ ସାମିଲ ହୋଇ କରନାଲ ଲୋକସଭା ୨୦୦୪ ରୁ ୨୦୦୯ ନିର୍ବାଚନ ଲଢି ଜିତି ଥିଲେ। ୨୦୧୪ରେ ଏହାପରେ ସେ କଂଗ୍ରେସ ଛାଡି ବସପାରେ ମିଶିଥିଲେ ଏବେ  ସେ ବିଜେପିରେ ଯୋଗଦେଇଛନ୍ତି।